fbpx

(Video) ଭାରତ ପାଇଁ ୱେଷ୍ଟଇଣ୍ଡିଜ ସିରିଜ କାହିଁକି ଗୁରୁତ୍ୱପୁର୍ଣ୍ଣ? କ୍ୟାପଟେନ ରୋହିତ ଶର୍ମା କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳ ଟେଷ୍ଟ ସିରିଜ ଜିତିବା ପରେ ୱାନ ଡେ’ ସିରିଜ ପାଇଁ ପ୍ରସ୍ତୁତ ଅଛନ୍ତି । ସିରିଜର ପ୍ରଥମ ମୁକାବିଲା ୨୭ ଜୁଲାଇରେ ବାରବାଡୋସର କେସିଙ୍ଗଟନରେ ଖେଳାଯିବ । ଏହାରି ମଧ୍ୟରେ ଭାରତୀୟ କ୍ୟାପଟେନ ରୋହିତ ଶର୍ମା କହିଛନ୍ତି ଯେ, ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବାକୁ ଥିବା ସିରିଜ ଇଣ୍ଡିଆ ପାଇଁ କେତେ ଆବଶ୍ୟକ । ରୋହିତ ଶର୍ମା କହିଛନ୍ତି ଯେ, ଏଠାରେ ବହୁତ ସାରା ନୂଆ ବାଳକ ଅଛନ୍ତି ଏବଂ ସେମାନଙ୍କ ପାଖେ ଅଧିକ ଅଭିଜ୍ଞତା ନାହିଁ ।

ବିସିସିଆଇ ତରଫରୁ ସୋସିଆଲ ମିଡିଆ ଜରିଆରେ ଏକ ଭିଡିଓ ସେୟାର କରାଯାଇଛି । ଏହି ଭିଡିଓରେ ରୋହିତ ଶର୍ମା ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜର ଏକ ଗୁରୁତ୍ୱପୂର୍ଣ୍ଣ କଥା ସେୟାର କରିଛନ୍ତି । ଭାରତୀୟ କ୍ୟାପଟେନ କହିଛନ୍ତି ଯେ, ଆମ ପାଇଁ ଏହି ସିରିଜ ବହୁତ ଜରୁରୀ ଅଟେ । ‘କାରଣ ବହୁତ ଗୁଡିଏ ପିଲା ଏଠାରେ ନୂଆ ଅଛନ୍ତି । ସେମାନେ ଅଧିକ ମ୍ୟାଚ ଖେଳିନାହାନ୍ତି । ସେମାନଙ୍କୁ ଏକ୍ସପୋଜର ଦିଆଯାଉ, ଖେଳାଯାଉ,ଏକ ରୋଲ ଦିଆଯାଉ, ଯେପରି ସେମାନେ ବ୍ୟାଟିଂ କରିବେ ଏବଂ ଆମକୁ ମଧ୍ୟ ଦେଖିବାକୁ ସୁଯୋଗ ମିଳିବ ଯେ, ସେମାନଙ୍କୁ ଦିଆଯାଇଥିବା ରୋଲକୁ ସେମାନେ କିପରି ପରିଚାଳନା କରୁଛନ୍ତି’ ।

ରୋହିତ ଶର୍ମା କହିଛନ୍ତି ଯେ, ପୂର୍ବରୁ ଏହିସବୁ ଟି -୨୦ ବିଶ୍ୱକପ ସମୟରେ ମଧ୍ୟ କରାଯାଇଥିଲା। ଭାରତୀୟ ଅଧିନାୟକ ଆହୁରି କହିଛନ୍ତି, “ଗତ ବର୍ଷ ମଧ୍ୟ ଟି -୨୦ ବିଶ୍ୱକପ ପୂର୍ବରୁ ଆମେ ଏହି ସବୁ ବିଷୟ ଉପରେ ଧ୍ୟାନ ଦେଇଥିଲୁ ଯେ, ଦଳରେ ଆସିଥିବା ନୂତନ ବାଳକମାନଙ୍କୁ ଏକ ଭୂମିକା ଦିଆଯିବା ଉଚିତ ଏବଂ ସେମାନେ କିପରି ସେହି ଭୂମିକା ଗ୍ରହଣ କରୁଛନ୍ତି ତାହା ଦେଖିବା ଉଚିତ୍। ଏଠାରେ ତିନୋଟି ମ୍ୟାଚ୍ ଅଛି। କେଉଁ ବାଳକ ମାନଙ୍କୁ ସୁଯୋଗ ଦିଆଯାଇପାରିବ, କ’ଣ କରାଯିବ, କ’ଣ କରାଯାଇପାରିବ ନାହିଁ ଏବଂ ଏହା ପରେ ଆମେ ଦେଖିବା ପରେ ଯେକୌଣସି ନିଷ୍ପତ୍ତି ନେବାକୁ ପଡ଼ିବ।

 

Get real time updates directly on you device, subscribe now.