fbpx
BJD SKY
BJD SKY

କୋଳରେ ଲାପଟପ୍ ରଖି କାମ କରୁଛନ୍ତି କି ? ଅଭ୍ୟାସରେ ଆଣନ୍ତୁ ପରିବର୍ତ୍ତନ, ନଚେତ ଭବିଷ୍ୟତରେ ହୋଇପାରେ ବଡ଼ ସମସ୍ୟା

BJD

ଦୀର୍ଘ ସମୟ ଧରି ନିଜ କୋଳରେ ଲାପଟପ୍ ରଖି ଅଫିସ୍ ହେଉ ବା ନିଜସ୍ୱ କାମ କରିବା ଆଜିକାଲି ଏକ ସାଧାରଣ କଥା ହୋଇଗଲାଣି । ଆପଣ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ କୋଳରେ ଲାପଟପ୍ଧ ରି ଘରେ ବେଡରେ ବସି ଆରାମରେ କାମ କରୁଥିବା ଦେଖୁଥିବେ । ଯଦି ଆପଣ ମଧ୍ୟ ନିଜକୋଳରେ ଲାପଟପ୍ ଧରି କାମ କରୁଛନ୍ତି, ତେବେ ଆପଣଙ୍କର ଏହି ଛୋଟ ଭୁଲ୍ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଖର୍ଚ୍ଚାନ୍ତରେ ପକାଇପାରେ । ଯଦି ଆପଣଙ୍କ କୋଳରେ ଲାପ୍ଟପ୍ ବ୍ୟବହାର କରୁଛନ୍ତି ତେବେ ଜାଣନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କି କ୍ଷତି କରିପାରେ, ଆସନ୍ତୁ ସେ ବିଷୟରେ ଆଲୋଚନା କରିବା ।

ଅବଶ୍ୟ, କୋଳରେ ଲାପଟପ୍ ରଖି ବେଡରେ କାମ କରିବା କ୍ଷଣିକ ପାଇଁ ଆରାମ ଦେଇପାରେ । କିନ୍ତୁ ଭବିଷ୍ୟତରେ କେତେ ବଡ଼ ସମସ୍ୟା ଆଣିପାରେ ତାହା କେହି କଳ୍ପନା କରିପାରିବେ ନାହିଁ । ଦୀର୍ଘ ସମୟ ଧରି କୋଳରେ ଲାପଟପ୍ ରଖି କାମ କରିବା ଦ୍ୱାରା ଚର୍ମ ରୋଗ ଏବଂ ପିଠି ଯନ୍ତ୍ରଣା ଭଳି ସମସ୍ୟା ସହିତ ଏହାର ପ୍ରଭାବ ଫର୍ଟିଲିଟି ଉପରେ ମଧ୍ୟ ପଡ଼ିଥାଏ ।

ଲାପଟପରୁ ବାହାରୁଥିବା ଗରମ ପବନ ଚର୍ମରେ ଉତ୍ତେଜନା ସୃଷ୍ଟି କରିପାରେ, ଯାହାକୁ ଟୋଷ୍ଟେଡ୍ ସ୍କିନ୍ ସିଣ୍ଡ୍ରୋମ କୁହାଯାଏ । କୋଳରେ ରଖି ଲାପଟପ୍ ବ୍ୟବହାର କରିବା ଦ୍ୱାରା ପିଠି ଯନ୍ତ୍ରଣା ମଧ୍ୟ ଭୋଗିବାକୁ ପଡ଼ିପାରେ ।

ସେହିପରି ଲାପଟପରୁ ବାହାରୁଥିବା ଗରମ ପବନ ପୁରୁଷମାନଙ୍କର ଫର୍ଟିଲିଟି କାଉଣ୍ଟ ଏବଂ ଗୁଣ ହ୍ରାସ କରିପାରେ । ଏଥିନେଇ କୌଣସି ଦୃଢ ପ୍ରମାଣ ମିଳିନଥିଲେ ମଧ୍ୟ କୋଳରେ ଲାପଟପ୍ ବ୍ୟବହାର କରିବା ଦ୍ୱାରା ପ୍ରକୃତରେ ଚର୍ମ ଏବଂ ଫର୍ଟିଲିଟି ଉପରେ ପ୍ରଭାବ ପକାଇଥାଏ ।

ନିଜର ଅଭ୍ୟାସ ବଦଳାଇବା ସହ ସଚେତନ ହୁଅନ୍ତୁ ଏବଂ ଲାପଟପକୁ କୋଳରେ ବ୍ୟବହାର ନକରି ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ସର୍ବୋତ୍ତମ କଥା ହେଉଛି ଲାପଟପ୍କୁ ଟେବୁଲ ଉପରେ ରଖି ପରିଚାଳନା କରନ୍ତୁ । ଆଖିର ଯତ୍ନ ପାଇଁ, ପ୍ରତି ୨୦-୩୦ ମିନିଟରେ ଏକ ବିରତି ନିଅନ୍ତୁ ଏବଂ ଆଖିକୁ ବିଶ୍ରାମ ଦିଅନ୍ତୁ । ଏହି ଟିପ୍ସଗୁଡିକ ଅନୁସରଣ କରି, ଆପଣ ନିଜ କୋଳରେ ଲାପଟପ୍ ରଖିବା ଦ୍ୱାରା ସୃଷ୍ଟି ହୋଇଥିବା ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା ପାଇପାରିବେ ।

Get real time updates directly on you device, subscribe now.