fbpx

ଟ୍ୱିନ୍ ସିଟିରେ ଘନ କୁହୁଡ଼ି, ଅନେକ ଜିଲ୍ଲାରେ ୧୦ ଡିଗ୍ରୀ ଉପରେ ରହିଛି ରାତି ତାପମାତ୍ରା

ଭୁବନେଶ୍ୱର: ଆଜି ସକାଳୁ ସକାଳୁ ଟ୍ୱିନ୍ ସିଟିରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଥିଲା । ପ୍ରବଳ କୁହୁଡ଼ି ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଅନେକ ରାଜ୍ୟରେ ରାତି ତାପମାତ୍ରା ୧୦ ଡିଗ୍ରୀ ଉପରେ ରହିଥିବା ବେଳେ ଦିନି ତାପମାତ୍ରା ୩୩ ଡିଗ୍ରୀ ଉପରେ ରହିଥିବା ରେକର୍ଡ଼ କରାଯାଇଛି । ତେବେ ଆସନ୍ତା ୪ରୁ ୫ ଦିନ ଯାଏଁ ରାଜ୍ୟରେ ସର୍ବନିମ୍ପ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ସେମିଳିଗୁଡ଼ା ବ୍ୟତୀତ ରାଜ୍ୟର ସମସ୍ତ ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ଉପରେ ରହିଥିବାବେଳେ ଦିନ ତାପମାତ୍ରା ମଧ୍ୟ ୧୧ଟି ସ୍ଥାନରେ ୩୩ ଡିଗ୍ରୀ କିମ୍ବା ତା’ଉପରେ ରହିଛି। ଭବାନୀପାଟଣା ଓ ଟିଟଲାଗଡ଼ର ସର୍ବାଧିକ ତାପମାତ୍ରା ୩୫ ଡିଗ୍ରୀ ଛୁଇଁଛି। ଭୁବନେଶ୍ବରରେ ୧୯.୯ ଏବଂ କଟକ ୧୯.୫ ଡିଗ୍ରୀ ରେକର୍ଡ଼ ହୋଇଛି। ପାରଳାଖେମୁଣ୍ଡି ଓ ମାଲକାନଗିରିରେ ଦିନରେ ୩୪ ଡିଗ୍ରୀ ଲେଖାଏଁ, ଭୁବନେଶ୍ବରରେ ୩୩ ଡିଗ୍ରୀ ଏବଂ କଟକରେ ୩୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି। ସେପଟେ କଟକ ଓ ଭୁବନେଶ୍ୱରରେ ଘନ କୁହୁଡି ଦୃଶ୍ୟମାନ ହୋଇଛି। ପ୍ରବଳ କୁହୁଡି ଯୋଗୁଁ ଯାତାୟାତରେ ବାଧା ଉପୁଜିଛି।  ଗୁୁରୁବାର ଉତ୍ତର ଓଡ଼ିଶା, ନୂଆପଡ଼ା, ବଲାଙ୍ଗୀର, ସୁବର୍ଣ୍ଣପୁର ଓ ବୌଦ୍ଧରେ ହାଲୁକା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।

Get real time updates directly on you device, subscribe now.