live-in ରେ ରହିବା ପରେ ମଧ୍ୟ ସମ୍ପର୍କ ରେ କଣ ରହିବା ଆବଶ୍ୟକ;କାହିଁକି ବିବାହ କରିବାକୁ ଚାହୁଁ ନାହାନ୍ତି ବର୍ତ୍ତମାନର ପିଢ଼ି ?
ନୂଆଦିଲ୍ଲୀ : ଇଣ୍ଡିଆ ଟୁଡେ କନକ୍ଲେଭ ର ଦ୍ୱିତୀୟ ଦିନରେ ବ୍ୟବସାୟ, କଳା, ଲେଖକ, ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ସେମାନଙ୍କ ଚିନ୍ତାଧାରା କାର୍ଯ୍ୟକ୍ରମରେ ଦେଶ – ବିଶ୍ୱ, ରାଜନୀତି, ବଜାର ବ୍ୟତୀତ ଜୀବନ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା। ଏଥିରେ ଭାଗ ନେଇ ସ୍ୱାମୀ ଗୁରୁ ଗୋପାଳ ଦାସ ଜୀବନ ଉପରେ ବିଭିନ୍ନ ପ୍ରେରଣାଦାୟକ ଶିକ୍ଷା ପ୍ରଦାନ କରିଥିଲେ।
ଗୋପାଳ ଦାସ କହିଛନ୍ତି ଯେ ଆପଣଙ୍କ ପାଇଁ ଦୁଇ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ପ୍ରଥମେ ଆପଣ ଯେଉଁ ଦିନ ଜନ୍ମ ହୋଇଥିଲେ ଏବଂ ଆପଣ ଯେଉଁ ଦିନ ଜାଣିଯିବେ ଆପଣ କାହିଁକି ଜନ୍ମ ହୋଇଥିଲେ। ଯେତେବେଳେ ଆମ ଜୀବନର ଉଦ୍ଦେଶ୍ୟ କ’ଣ, କାହିଁକି ଆମେ ଆସିଛୁ ଏହା ଜାଣିବା ସହ ଆମେ ଆମ କାର୍ଯ୍ୟରେ ମଧ୍ୟ ସଫଳ ହେଇପାରିବା।
ସେ କହିଛନ୍ତି ଯେ ଆମମାନଙ୍କ ମଧ୍ୟରୁ ଅନେକଙ୍କର ସମୟସୀମା, ଅଫିସ୍ ରାଜନୀତି, ଚାପ ଏବଂ କାର୍ଯ୍ୟ ଚାପ ବହୁତ ରହିଛି। ଆମେ ଯାହା ପସନ୍ଦ କରୁନାହୁଁ ଏବଂ ଯାହା ପାଇଁ ଆମେ ଉତ୍ସାହିତ ନୁହଁ ତାହା ମଧ୍ୟ ବାଧ୍ୟ ହେଇ କରୁଛୁ। ଆମେ ଯାହା ପାଇଛୁ ସେଥିରେ ଆମେ ସନ୍ତୁଷ୍ଟ ନୁହଁନ୍ତି । ଯଦି ଆମେ ସପ୍ତାହରେ ୫ ଦିନ ଦିନରେ ୮ ଘଣ୍ଟା ଲେଖା କାମ କରୁ, ତେବେ ଆପଣ ଯେଉଁଠିଁ କାମ କରନ୍ତି ସେମାନଙ୍କୁ ଆପଣ ୫୦ ସପ୍ତାହ , ଅର୍ଥାତ୍ ଆପଣଙ୍କ ଅଫିସରେ ବର୍ଷକୁ ପ୍ରାୟ ୨୦୦୦ ଘଣ୍ଟା ଦେଉଛନ୍ତି। ଏହାସହ ତୁମେ ତୁମର ଜୀବନର ୧୦ ବର୍ଷ ସେହି କାମକୁ ଦେଉଛ ଯାହା ତୁମକୁ ସନ୍ତୁଷ୍ଟ କରୁନାହିଁ। କିନ୍ତୁ ମୁଁ ଲୋକମାନଙ୍କୁ କହୁଛି ଯେଉଁ କାମରେ ତୁମେ ସର୍ବୋତ୍ତମ ଏବଂ ଯାହା ତୁମକୁ ସୁଖ ଦିଏ, ତୁମକୁ ଶାନ୍ତି ଦିଏ ତାହା କର । ନଚେତ ଯାହା କରୁଛ ତାକୁ ଭଲ ପାଅ ।
ବର୍ତ୍ତମାନ ସମୟରେ ଯୁବପିଢ଼ୀ ମାନେ ବିବାହ ଉପରେ ବିଶ୍ୱାସ ଆଉ ଭରସା ରଖୁ ନାହାନ୍ତି । ତେବେ ଏହା ପଛରେ କାରଣ ହେଉଛି ଆଜି କାଲି ଯେଉଁଭଳି ଘଟଣା ସବୁ ସାମ୍ନାକୁ ଆସୁଛି ଏହାପରେ କେହି କାହା ଉପରେ ଭରସା କରିବାକୁ ଆଉ ଚାହୁଁ ନାହାନ୍ତି। ଯାହାର ଫଳ ସ୍ୱରୁପ କାହା ଉପରେ ମୁଖ୍ୟତ ବିବାହ ଉପରେ ଏବେର ଯୁବମାନେ ନିଜର ଭରସା ରଖି ପାରୁ ନାହାନ୍ତି । ଆଉ ଏହି ଘଟଣା ପାଇଁ ସେମାନେ ବିବାହ କରିବାକୁ ଚାହୁଁ ନାହାନ୍ତି ।
ଏହାସହିତ ଯେଉଁମାନେ ଏବେ ରିଲେସନସିପ୍ ଆଉ ଲିଭ ଇନରେ ରହୁଛନ୍ତି ସେମାନଙ୍କୁ ମଧ୍ୟ ସମ୍ପର୍କରେ ଏକ ସ୍ଥରିତା ଆଣିବାକୁ ହେବ । ତେଣୁ ଆପଣ ଯଦି କିଛି ଅଧିକ ସମୟ ପାଇଁ ଆପଣଙ୍କ ରିଲେସନସିପରେ କିଛି ସ୍ଥିରତା ଆଣିବାକୁ ଚାହୁଁଛନ୍ତି ତେବେ ଆପଣ ଆପଣଙ୍କର ପାର୍ଟନର ଉପରେ ଭରସା ଆଉ ବିଶ୍ୱାସ ରଖନ୍ତୁ । ପ୍ରତ୍ୟେକ ଉତ୍ଥାନ-ପତନରେ ଏକାଠି ରହିବାର ପ୍ରତିଜ୍ଞା ନିଅନ୍ତୁ କେବଳ ଏହା ଦ୍ୱାର ହିଁ ଆପଣ ରିଲେସନସିପ୍ ରେ ଖୁସୀରେ ରହି ପାରିବେ । କାରଣ ୬ମାସ ସାଙ୍ଗରେ ରହି ଆପଣ କାହାକୁ ଭଲ ଭାବରେ ବୁଝି ପାରିବେ ନାହିଁ।