fbpx

ବିଜୁଳି ମାରିବା ସମୟରେ ଜିଗଜାଗ୍ ଦୃଶ୍ୟ କାହିଁକି ଦେଖାଯାଏ: କ’ଣ କହୁଛି ରିସର୍ଚ୍ଚ

ନୂଆଦିଲ୍ଲୀ: ଆପଣମାନେ ଅନେକ ଥରେ ଆକାଶରେ ବିଜୁଳି ମାରୁଥିବାର ଦୃଶ୍ୟ ଦେଖିଥିବେ । ବର୍ଷା ସିଜିନରେ ବିଜୁଳି ମାରିବା କାରଣରୁ ଅନେକ ସମୟରେ କିଛି ଲୋକଙ୍କର ମୃତ୍ୟୁ ମଧ୍ୟ ଘଟିଥାଏ । ବିଶ୍ୱରେ ପ୍ରତ୍ୟେକ ଦିନ ଆଭରେଜ ଭାବେ ୮୬ ଲକ୍ଷ ଥର ବିଜୁଳି ମାରିଥାଏ । ବିଜୁଳି ମାରିବା ତ ସମସ୍ତେ ଦେଖିଥିବେ, ତେବେ ବାଦଲ ମଧ୍ୟରୁ ଧରିତ୍ରୀ ପୃଷ୍ଠକୁ ବିଜୁଳି ଗତି କରିବା ସମୟରେ ସୃଷ୍ଟି ହେଉଥିବା ଜିଗଜାଗ୍ ଦୃଶ୍ୟ ବିଷୟରେ ଅନେକ ଜାଣନ୍ତି ନାହିଁ । ଏହା ଆଜି ବି ରହସ୍ୟ ଘେରରେ ରହିଛି ।

ସାଉଥ ଅଷ୍ଟ୍ରେଲିଆ ୟୁନିଭରସିଟି ପକ୍ଷରୁ କରାଯାଇଥିବା ଷ୍ଟଡି ମୁତାବକ, ବାଦଲ ଗର୍ଜନ କରୁଥିବା ସମୟରେ ତା’ର ବିଦ୍ୟୁତ କ୍ଷେତ୍ର ଇଲେକଟ୍ରନକୁ ଉତ୍ତେଜିତ କରିଥାଏ । କେବଳ ଡେଲଟା ଅକ୍ସିଜେନ କୁହାଯାଉଥିବା ଶକ୍ତିର ନିର୍ମାଣ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଥାଏ । ଏହି ଅଣୁ ଓ ଇଲେକଟ୍ରନ ଏକ ଛୋଟ ତଥା ଅତ୍ୟଧିକ କଣ୍ଡକ୍ଟିଭ୍ ଷ୍ଟେପ ତିଆରି କରିବା ପାଇଁ ସୃଷ୍ଟି ହୋଇଥାନ୍ତି, ଯାହାକି ଏକ ସେକେଣ୍ଡରେ ୧୦ ଲକ୍ଷ ସ୍ଥାନରେ ତୀବ୍ର ଭାବେ ରୋଶନୀ ଦେଇଥାଏ ।

ଏହି ଷ୍ଟେପ ଶେଷରେ ତାହା ଶିଥିଳ ହୋଇଯାଇ ପୁଣି ଥରେ ଷ୍ଟେପ ନିର୍ମାଣ ହୋଇଥାଏ । ତା’ପରେ ଏକ ଉଜ୍ଜ୍ୱଳ ଓ ଚମକଭରା ଛଲାଙ୍ଗ ଦେଖିବାକୁ ମିଳିଥାଏ । ଏହି ପ୍ରକ୍ରିୟା ବାରମ୍ବାର ଦେଖିବାକୁ ମିଳିଥାଏ । ବିଜୁଳି ମାରିବାର ଶୁଭାରମ୍ଭ କିପରି ହୋଇଥାଏ ଏହା ଜାଣିବା ପାଇଁ କୋଠା, ବିମାନ ଓ ଲୋକଙ୍କୁ କିପରି ସୁରକ୍ଷା ଦିଆଯାଏ ସେନେଇ ସ୍ପଷ୍ଟ ହେବା ଜରୁରୀ । ଯେତେବେଳେ ଲକ୍ଷ ଲକ୍ଷ ଭୋଲଟ ବିଶିଷ୍ଟ ବିଦ୍ୟୁତ ଶକ୍ତିରେ ଗର୍ଜନ କରୁଥିବା ବାଦଲ ପୃଥିବୀ ସହ ସଂଯୋଗ ହୁଏ, ସେତେବେଳେ ବିଜୁଳି ଆକ୍ରମଣ ହୋଇଥାଏ । ସ୍ଥଳ ଓ ଆକାଶ ମଧ୍ୟରେ ହଜାର ହଜାର ଏମ୍ପିୟର ଧାରା ଦଶ ହଜାର ଡିଗ୍ରୀ ତାପମାତ୍ରାରେ ପ୍ରବାହିତ ହୋଇଥାଏ । ବିଜୁଳିର ଛବି ଖାଲି ଆଖିକୁ ଦେଖା ନଯିବା ପଛରେ ଅନେକ ତଥ୍ୟ ରହିଛି । ବହୁ ସଂଖ୍ୟାରେ ଇଲେକଟ୍ରନକୁ ଅଲଗା କରିବା ପାଇଁ ପର୍ଯ୍ୟାପ୍ତ ମେଟାଷ୍ଟେବଲ ସ୍ଥିତି ସୃଷ୍ଟି ହୋଇଥାଏ । ତେଣୁ ବିଜୁଳି ଜିଗଜାଗ ପରି ଦୃଶ୍ୟମାନ ହୋଇଥାଏ ବୋଲି ବିଜ୍ଞାନ କହୁଛି ।

Get real time updates directly on you device, subscribe now.