fbpx

ସ୍ତ୍ରୀ ପାଇଗଲା ସରକାରୀ ଚାକିରି, ସହ୍ୟ କରିପାରିଲାନି ସ୍ୱାମୀ: କ’ଣ କଲେ ସ୍ତ୍ରୀ ଘରେ ବସି ରହିବ, ଶେଷରେ ପତି କାଟିଲା ପତ୍ନୀର ହାତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟିଏ ସ୍ୱାମୀ କ’ଣ ସତରେ ଏତେ ନିଷ୍ଠୁର ହୋଇପାରେ, ଗୋଟିଏ ସ୍ୱାମୀ କ’ଣ ଏତେ ଈର୍ଷାଳୁ ଓ ପ୍ରତିହିଂସା ପରାୟଣ ହୋଇପାରେ । ପଶ୍ଚିମବଙ୍ଗରୁ ଜଣେ ସ୍ୱାମୀଙ୍କର ଏଭଳି ଏକ ଜଘନ୍ୟ କାରନାମା ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଆପଣଙ୍କ ମଧ୍ୟ ସେ ରାକ୍ଷସ ସ୍ୱାମୀଙ୍କୁ ଧୀକ୍କାର କରିବେ । ଜଣେ ମହିଳା ଚାକିରି ପାଇବାରୁ ତାଙ୍କର ସ୍ୱାମୀ ଏହାକୁ ସହ୍ୟ କରିନପାରି ସ୍ତ୍ରୀଙ୍କର ହାତ କାଟିଦେଇଥିବା ଜଣାପଡ଼ିଛି ।

ଆମ ସମାଜରେ ଅନେକ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ଏତେ ଭଲ ପାଆନ୍ତି ଯେ, ସ୍ତ୍ରୀଙ୍କ ବିଚ୍ଛେଦରେ ମାନସିକ ଭାରସାମ୍ୟ ହରାଇ ବସନ୍ତି । ମାତ୍ର ପଶ୍ଚିମଙ୍ଗର ବର୍ଦ୍ଧମାନ ଜିଲ୍ଲାର କେତୁଗ୍ରାମର ଶେର ମହମ୍ମଦ ଶେଖ ଏହାର ବ୍ୟତିକ୍ରମ । ପତ୍ନୀ ରେଣୁ ଖାତୁନ ହସ୍ପିଟାଲରେ ନର୍ସ ଚାକିରି ପାଇବା ପରେ ଶେରଙ୍କ ମନରେ ଭୟ ଘାରିଥିଲା । କାଳେ ସରକାରୀ ଚାକିରି ପାଇବା ପରେ ସ୍ତ୍ରୀ ତାଙ୍କୁ ଛାଡ଼ିଦେବେ ଏଇ ଚିନ୍ତାରେ ସେ ଦିନରାତି ବୁଡ଼ି ରହିଥିଲେ ।

ତେବେ କଥା ଏତିକିରେ ସରି ନଥିଲା, କ’ଣ କଲେ ରେଣୁ ଆଉ ସରକାରୀ ଚାକିରି କରିପାରିବେ ନାହିଁ ସେଥିନେଇ ଶେର ଏକ ଯୋଜନା କରିଥିଲେ । ଶେଷରେ ଶେର ତାଙ୍କ ପତ୍ନୀ ରେଣୁଙ୍କର ହାତକୁ କାଟି ଦେଲେ ଆଉ ନିଜ ପରିଜନଙ୍କ ସହ ହୋଇଗଲେ ଫେରାର୍ । ବର୍ତ୍ତମାନ ରେଣୁ ଦୁର୍ଗାପୁରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେବା ସହ ତାଙ୍କ ସ୍ୱାମୀ ଶେରଙ୍କ ନାମରେ ଅଭିଯୋଗ କରିଛନ୍ତି । ତେବେ ରେଣୁଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଏହି ଘଟଣାର ତଦନ୍ତ ଚଳାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.