fbpx

(video)ଘରର ଦ୍ୱାର ବନ୍ଦ କରିଦେଲେ ପତ୍ନୀ, ଖୋଲିବା ଲାଗି ପତିଙ୍କ ନିକଟରେ ରଖିଲେ ଏପରି ସର୍ତ୍ତ

ନୂଆଦିଲ୍ଲୀ: ପତି ପତ୍ନୀଙ୍କ ମଧ୍ୟରେ ପ୍ରେମ ଓ ଭଲପାଇବା ସହିତ କଳି ଝଗଡା ବି ଲାଗି ରହିଥାଏ । ଏବେ ସୋସିଆଲ ମିଡିଆରେ ଏପରି ଏକ ଦମ୍ପତିଙ୍କ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ଦେଖିବାକୁ ମିଳୁଛି କି ଘର ବାହାରେ ଛିଡା ହୋଇଥିବା ପତିଙ୍କ ଲାଗି ପତ୍ନୀ ଘରର କବାଟ ଖୋଲୁ ନାହାନ୍ତି ଓ ସେ ତାଙ୍କୁ ଘରକୁ ନ ଆସି ବାହାରେ ରହିବାକୁ କହୁଛନ୍ତି ।

 

View this post on Instagram

 

A post shared by MEMES OVER DOSE (@daily_over_dose)

ଅନ୍ୟପକ୍ଷରେ ପତି ଘର ବାହାରେ ଛିଡା ହୋଇ କଲିଂ ବେଲ୍ ବଜାଇବାରେ ଲାଗିଛନ୍ତି । ଏହାଶୁଣି ତାଙ୍କ ପତ୍ନୀ କବାଟ ପାଖକୁ ଆସୁଛନ୍ତି ଓ ପଚାରୁଛନ୍ତି କ’ଣ ହେଲା ? କାହିଁକି ଘଣ୍ଟି ବଜାଉଛ ? ପତି କବାଟ ଖୋଲିବାକୁ କହୁଛନ୍ତି କିନ୍ତୁ ପତ୍ନୀ କବାଟ ଖୋଲିବାକୁ ମନା କରୁଛନ୍ତି । ପତ୍ନୀ କହୁଛନ୍ତି ତୁମେ ଘରୁ ବାହାରକୁ ଯିବା ସମୟରେ କହିଥିଲା ଗୋଟିଏ ଘଣ୍ଟା ଭିତରେ ଫେରିବ ବୋଲି କିନ୍ତୁ ଏବେ ୨ ଘଣ୍ଟା ପରେ ଆସୁଛ । ମୁଁ ତୁମକୁ ବାରମ୍ବାର ଫୋନ୍ କରୁଛି କିନ୍ତୁ ତୁମେ ଫୋନ୍ ବି ଉଠାଉ ନାହଁ । ଏହାପରେ ପତି କହୁଛନ୍ତି ଆଗ କବାଟ ଖୋଲ । ମୋ ପାଖରେ ବହୁତ ଜିନିଷ ରହିଛି । କିନ୍ତୁ ପତ୍ନୀ ମାନୁ ନାହାନ୍ତି ।

ସେ କହୁଛନ୍ତି ମୋତେ ୫୦୦ଟଙ୍କା ଦେଲେ ଯାଇ ମୁଁ କବାଟ ଖୋଲିବି । ପତି ପତ୍ନୀଙ୍କ କଥା ମାନୁଛନ୍ତି ଓ ପକେଟରୁ ୫୦୦ଟଙ୍କା କାଢି ଦେଉଛନ୍ତି । ଏହାପରେ ପତ୍ନୀ ତାଙ୍କ ଠାରୁ ପ୍ରତିଶ୍ରୁତି ନେଉଛନ୍ତି କି ସେ ଆଗକୁ ଏପରି ଆଉ କରିବେ ନାହିଁ ବୋଲି । ପତି ନା କରିବା ପରେ ଯାଇ ପତ୍ନୀ କବାଟ ଖୋଲୁଛନ୍ତି ଓ ତାଙ୍କୁ ଭିତରକୁ ଯିବାକୁ ଦେଉଛନ୍ତି ।

Get real time updates directly on you device, subscribe now.