fbpx
BSKY
BJD SHG SKY
BJD YOUTH SKY

ଛାଡପତ୍ର ପରେ ସ୍ତ୍ରୀ ଦେବ ସ୍ୱାମୀଙ୍କୁ ଭରଣପୋଷଣ ଅର୍ଥ, ଔରଙ୍ଗାବାଦ ହାଇକୋର୍ଟ ରାୟକୁ ବମ୍ବେ କୋର୍ଟଙ୍କ ସମର୍ଥନ

ନୂଆଦିଲ୍ଲୀ: କୌଣସି ବିବାହ ବିଚ୍ଛେଦ ମାମଲାରେ ସ୍ୱାମୀ ସ୍ତ୍ରୀକୁ ଭରଣପୋଷଣ ଅର୍ଥ ଦେଉଥିବା କଥା ସମସ୍ତଙ୍କର ନଜିର୍‌ ରହିଛି । କିନ୍ତୁ ନିକଟରେ ଔରଙ୍ଗାବାଦ ହାଇକୋର୍ଟ ଏପରି ଏକ ରାୟ ଶୁଣାଇଛନ୍ତି ଯାହା ପୁରା ଓଲଟା । ଏହି ରାୟରେ ସ୍ୱାମୀକୁ ନୁହେଁ ବରଂ ସ୍ତ୍ରୀକୁ ଦେବାକୁ ପଡିବ ଭରଣପୋଷଣ ଖର୍ଚ୍ଚ । ମହାରାଷ୍ଟ୍ରରେ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠି ମହିଳା ଜଣକ ତାଙ୍କ ସ୍ୱାମୀଙ୍କୁ ମାସିକ ଭରଣପୋଷଣ ଖର୍ଚ୍ଚ ଦେବାକୁ ବାଧ୍ୟ ।

ମହାରାଷ୍ଟ୍ରର ନନ୍ଦେଡରେ ନିକଟରେ ଏକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ସ୍ଥାନୀୟ କୋର୍ଟ ଉକ୍ତ ମହିଳାଙ୍କୁ ତାଙ୍କ ପୂର୍ବ ସ୍ୱାମୀଙ୍କୁ ଭରଣପୋଷଣ ପାଇଁ ମାସକୁ ୩୦୦୦ ଟଙ୍କା ଦେବେ ବୋଲି କହିଛନ୍ତି । କୋର୍ଟଙ୍କ ନିଷ୍ପତ୍ତିକୁ ବମ୍ବେ ହାଇକୋର୍ଟ ମଧ୍ୟ ପୂର୍ଣ୍ଣ ସମର୍ଥନ କରିଛନ୍ତି । ଘଟଣା ଏପରି ଥିଲା କି ଦୁହେଁ ୧୯୯୨ ମସିହା ୧୭ ଏପ୍ରିଲରେ ବିବାହ କରିଥିଲେ । ବିବାହର କିଛି ବର୍ଷ ପରେ ପତ୍ନୀ ଅଦାଲତକୁ ସ୍ୱାମୀ ତାଙ୍କ ପ୍ରତି ନିର୍ଦ୍ଦୟ ହେଉଛନ୍ତି ବୋଲି ଅଭିଯୋଗ ଆଣି ଛାଡପତ୍ର ପାଇଁ ଅପିଲ କଲେ । ଯାହାକୁ ୨୦୧୫ ମସିହାରେ ସ୍ଥାନୀୟ କୋର୍ଟ ଅନୁମତି ଦେଇଥିଲେ । ଛାଡପତ୍ର ପରେ ସ୍ୱାମୀ ନାନ୍ଦେଡର ନିମ୍ନ ଅଦାଲତରେ ଏକ ପିଟିସନ୍‌ ଦାଖଲ କରି କହିଥିଲେ ଯେ, ତାଙ୍କ ଆର୍ଥିକ ଅବସ୍ଥା ବହୁତ ଖରାପ । ହେଲେ ପତ୍ନୀଙ୍କର ଚାକିରୀ ଅଛି । ଯାହାକୁ ଦୃଷ୍ଟିରେ ରଖି ସେ ପତ୍ନୀଙ୍କ ଠାରୁ ମାସିକ ୧୫,୦୦୦ ଟଙ୍କା ସ୍ଥାୟୀ ଭରରଣପୋଷଣ ଦାବି କରିଥିଲେ । ସ୍ୱାମୀ ଏହି ପିଟିସନ ଦାଖଲ କରିବା ବେଳେ ତାଙ୍କ ପତ୍ନୀଙ୍କ ପାଇଁ ତାଙ୍କର ବହୁତ ଅବଦାନ ଥିବା ଦାବି କରିଛନ୍ତି । ଏଥିରୁ ମିଳିଥିବା ସତ୍ୟତାକୁ ଆଧାର କରି ସ୍ୱାମୀଙ୍କୁ ମାସିକ ୩୦୦୦ ଟଙ୍କା ଭରଣପୋଷଣ ଖର୍ଚ୍ଚ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

Get real time updates directly on you device, subscribe now.