fbpx
BJD SKY
BJD SKY

ପୁଣି ଥରେ ଟିଭି ପରଦାକୁ ଫେରିବେ ବିଗ୍ ବି, ୯ ଏପ୍ରିଲ୍‌ରୁ ଆରମ୍ଭ ହେବ କେବିସି-୧୪ ସିଜିନର ରେଜିଷ୍ଟ୍ରେସନ

BJD

ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଖୁସି ଖବର । ପୁଣିଥରେ ଟିଭି ପରଦାକୁ ଫେରୁଛନ୍ତି ବିଗ୍‌ ବି । ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ ଏକ ପ୍ରୋମୋ ସେୟାର କରିଛନ୍ତି । ଯାହା ‘କୌନ ବନେଗା କରୋଡ୍‌ତି -୧୪’ର ପ୍ରୋମୋ ଅଟେ । ଟିଭିର ସବୁଠାରୁ ଲୋକପ୍ରିୟ ହିଟ୍‌ ଗେମ୍‌ ଶୋ କେବିସି ଶୋ’ର ଏ ପର୍ଯ୍ୟନ୍ତ ୧୩ତମ ସିଜିନ ଯାଇଥିବା ବେଳେ ଏବେ ଆସୁଛି ୯ ଏପ୍ରିଲ୍‌ରୁ ଆରମ୍ଭ ହେବ କେବିସି-୧୪ ରେଜିଷ୍ଟ୍ରେଶନ ୧୪ତମ ସିଜିନ । ଏଥିରେ ଭାଗ ନେବା ପାଇଁ ପଞ୍ଜୀକରଣ ତାରିଖ ମଧ୍ୟ ସାମ୍ନାକୁ ଆସି ଯାଇଛି । ଯାହାକୁ ଦେଖି ଦର୍ଶକ ଖୁସି ହୋଇ ଯାଇଛନ୍ତି । ସୋନି ଟିଭି ତରଫରୁ ଶୋ’ର ପ୍ରୋମୋ ଜାରି କରାଯାଇଛି ।

ଏହା ମଧ୍ୟବିତ୍ତ ପରିବାରର ସ୍ୱାମୀ-ସ୍ତ୍ରୀଙ୍କଠାରୁ ଏହା ଆରମ୍ଭ ହେଉଛି । ପ୍ରୋମୋରେ ସ୍ୱାମୀ ଜଣଙ୍କ ନିଜ ସ୍ତ୍ରୀକୁ କହୁଛି, ‘ଏ ଶାନ୍ତା…ଦେଖିବୁ ସେହି ସକାଳ ବହୁତ ଜଲ୍‌ଦି ଆସିବ, ଯେବେ ମୁଁ ତୁମମାନଙ୍କ ପାଇଁ ବଙ୍ଗଳା ତୋଳିବି, ଆମ ପିଲାମାନେ ବିଦେଶୀ ବିଶ୍ୱବିଦ୍ୟାଳୟରେ ପଢ଼ିବାକୁ ଯିବେ ଏବଂ ଆମେ ସ୍ୱିଜରଲ୍ୟାଣ୍ଡ ବୁଲିବାକୁ ଯିବା’ । ଆଉ ଏହା ସବୁ ଶୁଣି ସ୍ତ୍ରୀ କହୁଛି, ‘ଚାଲ ମିଛୁଆ’ । ଏହାପରେ ପ୍ରୋମୋରେ ଟାଇମ୍‌ ଲ୍ୟାପ୍ସ ଦେଖାଯାଇଛି ଏବଂ ଦୁଇଜଣ ସ୍ୱାମୀ-ସ୍ତ୍ରୀ ବୁଢ଼ାବୁଢ଼ୀ ହୋଇ ଯାଇଛନ୍ତି । ସ୍ୱାମୀସ୍ତ୍ରୀଙ୍କ ଏହି କଥାବର୍ତ୍ତା ପରେ ଅମିତାଭ ବଚ୍ଚନଙ୍କ ସ୍ୱର ଶୁଣିବାକୁ ମିଳୁଛି । ଏହା ପରେ ବିଗ୍‌ ବି କହୁଛନ୍ତି, ‘ସ୍ୱପ୍ନ ଦେଖି ଖୁସି ହୁଅ ନାହିଁ, ଏହାକୁ ପୂରା ମଧ୍ୟ କର’ । ତେବେ ଏହି ପ୍ରୋମୋର କ୍ୟାପସନରେ ଲେଖାଯାଇଛି, ୯ ଏପ୍ରିଲ ରାତି ୯ଟାରୁ ଆରମ୍ଭ ହେବ ଏହାର ରେଜିଷ୍ଟ୍ରେସନ ।

Get real time updates directly on you device, subscribe now.