ଟ୍ୱିଷ୍ଟ ବାଲା ହତ୍ୟାକାଣ୍ଡ, ପ୍ରେମିକ ସହ ମିଶି ବୃଦ୍ଧଙ୍କୁ ହତ୍ୟା କଲେ, ଘାଘରା-ଚୋଲି ପିନ୍ଧାଇ ଦେହରେ ନିଆଁ ଲଗାଇଦେଲେ

ପ୍ରେମିକ ସହ ମିଶି ନିଜ ହତ୍ୟାକାଣ୍ଡ ରଚିଥିଲେ ମହିଳା।

ଗୁଜୁରାଟ: ସ୍ୱାମୀ, ଝିଅକୁ ଛାଡ଼ି ପ୍ରେମିକ ପ୍ରେମରେ ଅନ୍ଧ ଥିଲେ ମହିଳା। ଆଉ ପରିବାରକୁ ଛାଡ଼ି ବୟଫ୍ରେଣ୍ଡ ସହ ସବୁଦିନ ପାଇଁ ଫେରାର ହୋଇଯିବାକୁ ପ୍ଲାନ କରିଥିଲେ ପ୍ରେମିକା। ଆଉ ସେଥିପାଇଁ ରଚିଲେ ଏପରି ଷଡ଼ଯନ୍ତ୍ର ଆପଣ ବି ଶୁଣିଲେ ବେହୋସ ହୋଇଯିବେ।

ମହିଳା ଜଣଙ୍କର ମୃତ୍ୟୁ ହୋଇଯାଇଥିବା ଦର୍ଶାଇବା ପାଇଁ ବୟଫ୍ରେଣ୍ଡ ସହ ମିଶି ଜଣେ ୫୬ ବର୍ଷୀୟ ବୁଢ଼ାଙ୍କର ହତ୍ୟା କଲେ। ପରେ ନିଜର ଘାଘରା, ବ୍ଲାଉଜ୍ ଓ ଚୁନି ବୁଢାଙ୍କୁ ପିନ୍ଧାଇ ଦେଲେ। ପରେ ବୃଦ୍ଧଙ୍କ ଦେହରେ ନିଆଁ ଲଗାଇ ଦେଲେ। ଯେପରି ପରିବାରଲୋକ ଭାବିବେ ମହିଳା ଜଣଙ୍କର ମୃତ୍ୟୁ ହୋଇଯାଇଛି। ଆଉ ସେ ତାଙ୍କ ପ୍ରେମିକ ସହ ଫେରାର ହୋଇଯିବେ।

ଘାଘରା-ଚୋଲିରେ ମୃତଦେହ:  ହଁ ଏପରି ଏକ ଟ୍ୱିଷ୍ଟ ବାଲା ହତ୍ୟାକାଣ୍ଡ ଦେଖିବାକୁ ମିଳିଛି ଗୁଜୁରାଟର ପାଟନ ଜିଲ୍ଲାରେ। ଘାଘରା ଏବଂ ବ୍ଲାଉଜ୍ ପିନ୍ଧିଥିବା ଜଣେ ବୃଦ୍ଧଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ପରେ ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଥିଲା।

ବୃଦ୍ଧ ଜଣକ ଦଳିତ ସମ୍ପ୍ରଦାୟର ଥିଲେ, ତେଣୁ ତାଙ୍କର ରହସ୍ୟମୟ ମୃତ୍ୟୁ ପରେ, ଅଞ୍ଚଳରେ ସାମ୍ପ୍ରଦାୟିକ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଲା। ପୋଲିସ ତତ୍ପରତା ଦେଖାଇ ମାମଲାର ଶୀଘ୍ର ତଦନ୍ତ ଆରମ୍ଭ କଲା।

ସେତେବେଳେ ଯାହା ପ୍ରକାଶ ପାଇଲା ତାହା ପ୍ରକୃତରେ ଆଶ୍ଚର୍ଯ୍ୟଜନକ ଥିଲା। ଜଣେ ୨୩ ବର୍ଷୀୟା ଯୁବତୀ ତାଙ୍କ ପ୍ରେମିକଙ୍କ ସହିତ ମିଶି ବୃଦ୍ଧଙ୍କୁ ହତ୍ୟା କରିଥିଲେ। ଏହି ମାମଲାରେ, ଜାଖୋତ୍ରା ଗାଁର ୨୩ ବର୍ଷୀୟା ଗୀତା ଏବଂ ତାଙ୍କ ପ୍ରେମିକ ଭାରତ ଲୁବାହହିରଙ୍କୁ ଗିରଫ କରାଯାଇଛି।

ମହିଳାଙ୍କ ବିଚକ୍ଷଣ ବୁଦ୍ଧି:  ମୃତକଙ୍କ ନାମ ୫୬ ବର୍ଷୀୟ ଦଳିତ ଶ୍ରମିକ ହରଜି ଦେବା ସୋଲାଙ୍କି। ପଚରାଉଚରା ସମୟରେ ମହିଳା ଜଣକ ପ୍ରକାଶ କରିଛନ୍ତି ଯେ ସେ ଗାଁ ର ଜଣେ ମଧ୍ୟ ବୟସ୍କ ଲୋକଙ୍କୁ ହତ୍ୟା କରିଛନ୍ତି।

ଆଉ ହତ୍ୟା ପାଇଁ ଷଡ଼ଯନ୍ତ୍ର ଏପରି ଥିଲା କି ଯିଏ ଶୁଣିବ ତାର ହୋସ୍ ଉଡିଯିବ। ପ୍ରଥମେ ବୁଦ୍ଧା ଜଣଙ୍କୁ ହତ୍ୟା କରାଗଲା। ପରେ ମହିଳାଙ୍କ ଘାଘରା ଓ ବ୍ଲାଉଜ୍ ପିନ୍ଧାଇ ଦିଆଗଲା। ପରେ ତାଙ୍କ ଦେହରେ ନିଆଁ ଲଗାଇ ଫେରାର ହୋଇଗଲେ ପ୍ରେମିକ ପ୍ରେମିକା।

ପୂର୍ବରୁ ବିବାହିତ:  ପୋଲିସର କହିବା କଥା, ଅଭିଯୁକ୍ତ ମହିଳା ଜଣକଙ୍କ ନାଁ ଗୀତା। ସେ ପୂର୍ବରୁ ସୁରେଶ ଗେଙ୍ଗା ଭୀମା ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ। ତାଙ୍କର ୩ ବର୍ଷର ଏକ ଝିଅ ମଧ୍ୟ ଅଛି।

ଗୀତା ତାଙ୍କ ପ୍ରେମିକ ଭରତଙ୍କ ସହ ଯୋଧପୁର ପଳାଇବାକୁ ଯୋଜନା କରୁଥିଲେ। ଏଥିପାଇଁ ସେ ଏକ ବଡ଼ ଷଡ଼ଯନ୍ତ୍ର ରଚିଥିଲେ। ସେମାନେ ପ୍ଲାନ କରି ଜଣେ ବୃଦ୍ଧଙ୍କୁ ହତ୍ୟା କରି ଗୀତାର ଡ୍ରେସ ପିନ୍ଧାଇ ତାକୁ ଜାଳିଦେଲେ।

ଯେପରି ଯେ କେହିବି ମୃତ ଦେହ ଦେଖିବ ସେ ଭାବିବ ମୃତ ଦେହଟି ଗୀତାର ବୋଲି। ଆଉ ସେପଟେ ଗୀତା ସବୁଦିନ ପାଇଁ ସ୍ୱାମୀଙ୍କ ପାଖରୁ ଦୂରେଇ ଯିବ ଏବଂ ନିଜ ପ୍ରେମିକ ସହ ଫେରାର ହୋଇ ଖୁସିରେ ରହିବ।

ଟ୍ରେନ ଧରିବା ପୂର୍ବରୁ ଗିରଫ: ସବୁ ଯୋଜନା ମୁତାବକ ହେଲା। ଆଉ ଯେତେବେଳେ ଗୀତାର ସ୍ୱାମୀ ସକାଳୁ ସକାଳୁ ଘରେ ସ୍ତ୍ରୀକୁ ପାଇଲା ନାହିଁ। ସେତେବେଳେ ଘର ପଛପଟରେ ଏକ ଅର୍ଦ୍ଧଦଗ୍ଧ ମୃତଦେହ ପଡିଥିବାର ଦେଖିବାକୁ ପାଇଲା।

ଏବଂ ଏହା ତାଙ୍କ ସ୍ତ୍ରୀ ଗୀତାର ବୋଲି ସେ ଭାବି ପୋଲିସକୁ ଖବର ଦେଲା। ହେଲେ ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଲେ ପ୍ରକୃତ ସତ। ପୋଲିସ ୨୮ ମେ’ ସକାଳ ୪ଟାରେ ଗୀତା ଏବଂ ଭରତଙ୍କୁ ପାଲନପୁର ରେଳ ଷ୍ଟେସନରୁ ଗିରଫ କରିଥିଲା। ଦୁହେଁ ଯୋଧପୁର ଯିବାକୁ ଟ୍ରେନ ଧରିବାକୁ ଚେଷ୍ଟା କରୁଥିଲେ।