fbpx

(Video) ପୁଣି ଏକାଠି ହେବେ କି ଅନୁଭବ-ବର୍ଷା? ନା ଛାଡ଼ପତ୍ର… ଖୁବଶୀଘ୍ର ନିଆଯିବ ନିଷ୍ପତ୍ତି

ଭୁବନେଶ୍ୱର: ଓଲିଉଡ ଷ୍ଟାର ଦମ୍ପତ୍ତି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦର ଅନ୍ତ ଘଟିବାକୁ ଯାଉଛି । ଖୁବଶୀଘ୍ର ,ହି ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିପାରେ । ଓଡ଼ିଆ ସିନେ ଜଗତର ଏହି ଦୁଇ ସୁପରଷ୍ଟାରଙ୍କୁ ଜେରା ଶେଷ ହୋଇଛି । ଏବେ କେବଳ ଶେଷ ନିଷ୍ପତ୍ତିକୁ ଅପେକ୍ଷା । ଉଭୟଙ୍କର କୋଟି କୋଟି ଫ୍ୟାନ୍ସ ସେମାନଭ୍କୁ ପୁଣିଥରେ ଏକାଠି ଦେଖିବାକୁ ଚାହୁଁଛନ୍ତି । କିନ୍ତୁ ଏହି ଦମ୍ପତ୍ତିଙ୍କୁ ନେଇ କ’ଣ ନିଷ୍ପତ୍ତି ନିଆଯିବ, ତାହା ଉପରେ ସମସ୍ତଙ୍କ ନଜର । ଏବେ ପ୍ରଶ୍ନ ଉଠୁଛି କ’ଣ ଅଲଗା ହୋଇଯିବେ କି ଅନୁଭବ-ବର୍ଷା? ନା ପୁଣିଥରେ ଉଭୟଙ୍କର ପୁନର୍ମିଳନ ହେବ ।

ଷ୍ଟାର ଦମ୍ପତ୍ତି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ପୁରା ଅଲଗା ହୋଇଯିବେ । ଛାଡ଼ପତ୍ର ମାମଲାରେ ଅନ୍ତ ହେବାକୁ ଯାଉଛି । ସୋମବାର ହୋଇଛି ଉଭୟଙ୍କ ମଧ୍ୟରେ ଶେଷ ଜେରା । ଅନୁଭବ ଏବଂ ବର୍ଷାଙ୍କୁ ଆଉ ଜେରା କରାଯିବ ନାହିଁ । ଏବେ ଖାଲି କୋର୍ଟ ତାଙ୍କର ରାୟ ଶୁଣାଇବେ । ଛାଡ଼ପତ୍ର ମାମଲାରେ ଫାଇନାଲ ରେଜଲ୍ଟ ବାହାରିବାକୁ ଯାଉଛି । ଦୁହିଁଙ୍କୁ ଆଉ ପାରିବାରିକ ମାମଲା ନେଇ କୋର୍ଟକୁ ଆସିବାକୁ ପଡ଼ିବ ନାହିଁ । କାରଣ ଜୁଲାଇ ୩୧ ସୁଧା ଶୁଣାଣି ସାରିବାକୁ ହାଇକୋର୍ଟ ନିଷ୍ପତ୍ତି ଦେଇଥିବା ବେଳେ ଅକ୍ଟୋବର ୧୩ ସୁଧା ମାମଲାର ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଉ ଠିକ ୩୧ ଜୁଲାଇରେ ଉଭୟଙ୍କର ଜେରା ଶେଷ ହୋଇଛି ।

ଏହା ଏମିତି ଗୋଟିଏ ପାରିବାରିକ ମାମଲା ଯାହା ସମାଧାନ ହେବାର ନାଁହିଁ ନେଉନଥିଲା । କିନ୍ତୁ ଏବେ ସମାଧାନ ହେବାକୁ ଯାଉଛି ଛାଡ଼ପତ୍ର ମାମଲା । ଉଭୟ ଏବେ ଉଭୟଙ୍କ ଠାରୁ ଆଇନଗତ ଭାବରେ ଅଲଗା ହୋଇପାରିବେ । ଦୁହିଁଙ୍କର ଦୁହିଁଙ୍କ ଉପରେ କୌଣସି ଅଧିକାର ରହିବ ନାହିଁ । ଯଦି ଦେଖିବା ଏହାର ପୂର୍ବ ଶୁଣାଣିରେ ଅନୁଭବ ଏବଂ ବର୍ଷାଙ୍କ ଉପରେ ହାଇକୋର୍ଟ ବହୁ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଥିଲେ । କୋର୍ଟ କହିଥିଲେକି ୩ ମାସ ଭିତରେ ମାମଲାର ଶୁଣାଣିକୁ ଶେଷ କରାଯାଉ ଏବଂ ସପ୍ତାହ ମଧ୍ୟରେ କୋର୍ଟ ଜେରା ପ୍ରକ୍ରିୟାକୁ ଶେଷ କରାଯାଉ । ନିର୍ଦ୍ଦେଶ ଅନୁଯାଇ ଏବେ ଜେରା ଶେଷ ହୋଇଛି । ଖାଲି ଶୁଣାଣି ବାକି ରହିଛି । ଅକ୍ଟୋବର ମାସରେ ଉଭୟଙ୍କର ଛାଡ଼ପତ୍ର ଶୁଣାଣି ମଧ୍ୟ ଶେଷ ହୋଇଯିବ ବୋଲି ଆଶାପ୍ରକଟ କରାଯାଇଛି ।

Get real time updates directly on you device, subscribe now.