fbpx

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ବିଜେପିକୁ ଚେତାବନୀ; କହିଲେ ଭ୍ରମିତ ମନ୍ତ୍ରବ୍ୟ ଦେଲେ ଜିଭ କାଟିଦେବୁ

ନୂଆଦିଲ୍ଲୀ: ଧାନ କିଣାକୁ ନେଇ ବିଜେପି ସରକାରଙ୍କ ଉପରେ ବର୍ଷିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ଏହା ସହ ରାଜ୍ୟ ବିଜେପି ଉପରେ ମଧ୍ୟ ବର୍ଷିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ତେଲେଙ୍ଗାନା ବିଜେପି ରାଜ୍ୟ ମୁଖ୍ୟ ବନ୍ଦୀ ସଞ୍ଚୟ ଏବଂ ଅନ୍ୟ ନେତା ଚାଷୀଙ୍କୁ ମିଛ ପ୍ରତିଶ୍ରୁତି ଦେଉଥିବା ଏବଂ ବିଜେପି ସରକାର ଧାନ କିଣିବା ପରି ମିଛ ପ୍ରତିଶ୍ରୁତି ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି କେସିଆର । ଏହାକୁ ନେଇ ସେ ଚନ୍ଦ୍ରଶେଖର ରାଓ ସଞ୍ଚୟଙ୍କୁ ଟାର୍ଗେଟ କରିବା ସହ ଏଭଳି ମିଥ୍ୟା ପ୍ରରୋଚନରୁ ନିବୃତ୍ତ ରହିବାକୁ କହିଛନ୍ତି ନହେଲେ ସେମାନଙ୍କ ଜିଭ କାଟିଦେବାକୁ ଚେତାବନୀ ଦେଇଛନ୍ତି ।

ଗଣମାଧ୍ୟମକୁ ସମ୍ବୋଧନ ଦେଇ କେସିଆର କହିଛନ୍ତି ଯେ ସଞ୍ଚୟ ସିଂ ଚାଷୀଙ୍କୁ ଧାନ ଉତ୍ପାଦନ କରିବା ଏବଂ ବିଜେପି ସରକାର ସେମାନଙ୍କ ଠାରୁ ଧାନ କିଣାକୁ ସୁନିଶ୍ଚିତ କରିବା ନେଇ ମିଛ ପ୍ରତିଶ୍ରୁତି ଦେଉଛନ୍ତି । ସେ ଆହୁରି କହିଛନ୍ତି କେନ୍ଦ୍ର ଧାନ କିଣିବ ନାହିଁ । ସେଥିପାଇଁ କୃଷି ମନ୍ତ୍ରୀ ଅନ୍ୟ ଚାଷ କରିବାକୁ କହିଥିଲେ । କେନ୍ଦ୍ର ଆମ ପ୍ରତି ଦାୟିତ୍ୱହୀନ ମନୋଭାବ ପୋଷଣ କରୁଛି । ସେ ଆହୁରି କହିଛନ୍ତି ଯେ ସେ ବ୍ୟକ୍ତିଗତ ଭାବରେ କେନ୍ଦ୍ରମନ୍ତ୍ରୀଙ୍କ ସହ ସାକ୍ଷାତ କରିଥିଲେ ଏବଂ ଧାନ କିଣିବା ଉପରେ ଆଲୋଚନା କରିଥିଲେ, କେନ୍ଦ୍ରମନ୍ତ୍ରୀ ମଧ୍ୟ ଏନେଇ ନିଷ୍ପତ୍ତି ନେବା ସହ ତାଙ୍କୁ ଅବଗତ କରାଇବେ ବୋଲି କହିଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ ସେ ଏନେଇ କୌଣସି ପଦକ୍ଷେପ ନେଇନାହଁନ୍ତି । ତେଲେଙ୍ଗାନା ପାଖରେ ଗତ ବର୍ଷର ପ୍ରାୟ ୫ ଲକ୍ଷ ଟନ ଧାନ ରହିଛି । କେନ୍ଦ୍ର ଏହାକୁ କିଣୁନାହିଁ ।

ସଞ୍ଚୟଙ୍କ ଉପରେ ବର୍ଷିବା ସହ ସେ କହିଛନ୍ତି କେନ୍ଦ୍ର ସରକାର ଧାନ କିଣୁନଥିବାବେଳେ ରାଜ୍ୟ ବିଜେପି ଧାନ ଉତ୍ପାଦନ କରିବାକୁ କହିବାରୁ ନିବୃତ୍ତ ରୁହନ୍ତୁ । ଯଦି ସେ ଆମ ବିଷୟରେ କିଛିବି ଭ୍ରମିତ ମନ୍ତବ୍ୟ ଦିଅନ୍ତି ତେବେ ତାଙ୍କୁ ଜିଭ କାଟିଦେବୁ । ସଞ୍ଚୟ ମୋତେ ଜେଲ ପଠାଇବାକୁ କହିଥିଲେ ମୁଁ କହୁଛି ମତେ ଛୁଇଁକି ଦେଖାନ୍ତୁ । ସେ ଆହୁରି କହିଛନ୍ତି ଅରୁଣାଞ୍ଚଳ ପ୍ରଦେଶରେ ସୀମାରେ ଚାଇନା ଆକ୍ରମଣ କରୁଛି କିନ୍ତୁ ଏହା ଉପରେ କେନ୍ଦ୍ର କୌଣସି ଆକ୍ସନ ନେଉନାହିଁ । ଆମେ ଏପର୍ଯ୍ୟନ୍ତ କିଛି କହୁନଥିଲୁ କିନ୍ତୁ ଏବେ ଆମେ ଚୁପ୍ ରହିବୁ ନାହିଁ ।

ବିଜେପି ଉପରେ ଅଭିଯୋଗ ଆଣି ସେ କହିଛନ୍ତି ବିଜେପି କାର ଚଢ଼ାଇ ଚାଷୀଙ୍କୁ ହତ୍ୟା କରୁଛି । ତିନି ଚାଷୀ ବିଲ୍ ବିରୋଧରେ ଚାଷୀଙ୍କ ଆନ୍ଦୋଳନକୁ ଆମେ ସମର୍ଥନ କରୁଛୁ । ଚାଷୀଙ୍କୁ ବଞ୍ଚାଇବାର ଦାୟିତ୍ୱ ଆମର । ବିରୋଧୀ ଶସ୍ତା ରାଜନୀତି କରୁଛନ୍ତି । ସେମାନେ ଚାଷୀଙ୍କ ଭାବାବେଗ ସହ ଖେଳୁଛନ୍ତି । ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ) କୃଷକଙ୍କ ଅଧିକାର ବିରୋଧରେ କେନ୍ଦ୍ରର ବିରୋଧ କରୁଛି । ସେହିପର ତେଲଦର ବୃଦ୍ଧି, ଟ୍ୟାକ୍ସ ବୃଦ୍ଧି ଏବଂ ୨ କୋଟି ଚାକିରି ବିଷୟକୁ ନେଇ ମଧ୍ୟ ବିଜେପିକୁ ଟାର୍ଗେଟ କରିଛନ୍ତି କେସିଆର ।

Get real time updates directly on you device, subscribe now.