fbpx

ବିଜୟ ବିଗାଡିବେ ବିଜେଡିର ବିଜୟ ଅଙ୍କ, ଆସନ୍ତା କାଲି ଦେଇପାରନ୍ତି କଂଗ୍ରେସରେ ଯୋଗ

ଭୁବନେଶ୍ୱର: ୨୦୨୪ ନିର୍ବାଚନକୁ ନେଇ ଏବେ ଠାରୁ ସବୁ ଦଳ ତାର ପ୍ରସ୍ତୁତି ଆରମ୍ଭ କରି ଦେଲାଣି । ମାତ୍ର ହାତରେ ଆଉ କିଛି ସମୟ ତେଣୁ କିପରି ଦଳ ଏହାର ସଙ୍ଗଠନକୁ ଦୃଢ଼ କରିବ ଏହା ସହିତ ଯେଉଁ ବୁଥ ଗୁଡିକରେ ଦଳର ସ୍ଥିତି ମଜବୁତ ନାହିଁ ତାହା ଉପରେ କାର୍ଯ୍ୟ କରିବା ପାଇଁ ଦଳର ମୁଖିଆ ମାନେ ମଧ୍ୟ ଖୁବ ଉଦ୍ୟମ ଆରମ୍ଭ କରି ଦେଲେଣି । ଏବେ ଠାରୁ ସବୁ ଦଳ ନିଜର ବିରୋଧୀ ମାନଙ୍କୁ ବାଛିବା ସହିତ କେଉଁ କ୍ଷେତ୍ରରେ ଦଳକୁ କେତେ ପରିଶ୍ରମ କରିବାକୁ ପଡିବ ତାହା ଉପରେ ଅଙ୍କ କଷା ଆରମ୍ଭ କରି ଦେଲେଣି ।

ଆଗରୁ ନିର୍ବାଚନ ସମୟରେ ନେତା ମାନେ ଜନତାଙ୍କ ଘର ଆଗରେ ଧାଡି ଲଗାଉଥିଲେ କିନ୍ତୁ ଏବେ ଦଳ ତାର ଷ୍ଟ୍ରାଟେଜି ପରିବର୍ତ୍ତନ କରିଛି । ସମୟ ଥାଉ ଥାଉ ନେତା ମାନେ ଜନତାଙ୍କ ଭଲ ମନ୍ଦ ବୁଝିବା ପାଇଁ ଯାତ୍ରା କରୁଛନ୍ତି । ସେ ବିରୋଧୀ ହୁଅନ୍ତୁ କି ଶାସକ ଦଳ ଏବେ ଠାରୁ ସେମାନେ ମୁଠା ଶକ୍ତ କରିବାକୁ ଚେଷ୍ଟା କରୁଛନ୍ତି ।

ତେବେ ଏହା ଭିତରେ ଶାସକ ଦଳକୁ ଟକ୍କର ଦେବା ପାଇଁ ବିରୋଧୀ ମାନେ ମଧ୍ୟ ଖୁବ ପ୍ରୟାସ କରୁଛନ୍ତି । ଯାହାର ଫଳ ସ୍ୱରୁପ ସେମାନେ ଶାସକ ଦଳରେ ଥିବା ଅବୁଝା ନେତା ମାନଙ୍କୁ ନିଜ ଦଳକୁ ଆଣିବାକୁ ଚେଷ୍ଟା କରୁଛନ୍ତି । ଦଳ ଭିତରେ ଥିବା କନ୍ଦଳ କଥା ସଭିଏଁ ଜାଣନ୍ତି, ଯାହା ପାଇଁ ଶାସକ ଦଳର କିଛି ନେତା ମାନଙ୍କୁ ନିଜ ଟିମରେ ଯୋଗ ଦେବା ପାଇଁ ଇଙ୍ଗିତ ଦେଉଛନ୍ତି । ଆଉ କିଛି ବରିଷ୍ଠ ନେତା ଏଭଳି ଅଛନ୍ତି ଯେଉଁମାନେ ଦଳର ଆଭିମୁଖ୍ୟରେ ସନ୍ତୁଷ୍ଟ ନାହାନ୍ତି । ଯାହା ପାଇଁ ସେମାନେ ଦୀର୍ଘ ଦିନ ଧରି ଯେଉଁଦଳରେ ରହିଥିଲେ ତାହାକୁ ଛାଡି ଅନ୍ୟତ୍ର ଯିବା ପାଇଁ ମନବଳାଉଛନ୍ତି ।

ବର୍ତ୍ତମାନ ରାଜ୍ୟ ରାଜନୀତିରେ ଏହି ଭଳି ଏକ ନାମ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି ।ଆଉ ଏହି ନାମଟି ହେଉଛି ପୂର୍ବତ୍ତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକଙ୍କ ନାମ । ଏକଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶ୍ୱସ୍ତ ଥିବା ବିଜୟ ପଟ୍ଟନାୟକ ଏବେ କଂଗ୍ରେସରେ ଯୋଗ ଦେବେ ବୋଲି ଶୁଣିବାକୁ ମିଳୁଛି । ଯେଉଁମାନେ ଏକଦା ପ୍ୟାରୀମୋହନ ମହାପାତ୍ର ଙ୍କ ନେତୃତ୍ବରେ  ଶାସକର ଆଗଧାଡିର ଯୁବ ଚେହେରା ଥିଲେ। ସେ ସମୟରେ ଟିକେଟ ବାଣ୍ଟିବା ଠାରୁ ବିଭିନ୍ନ ନିଷ୍ପତ୍ତି ନେବାରେ ସେମାନଙ୍କର ପ୍ରତେକ୍ଷ ଓ ପରୋକ୍ଷ ହାତ ଥିଲା । ଯଦି ସେମାନଙ୍କୁ କଂଗ୍ରେସ ରେ ସଠିକ୍ ସ୍ଥାନ ମିଳିବା ସହିତ କାମ କରିବାକୁ ସୁଯୋଗ ମିଳେ ତେବେ ରାଜ୍ୟରେ ରାଜନୈତିକ ପରିବର୍ତ୍ତନର ସମ୍ଭାବନା ରହିଛି। ମିଳିଥିବା ସୂଚନା ଅନୁସାରେ ଆସନ୍ତା କାଲି ବିଜୟ କୁମାର ପଟ୍ଟନାୟକଙ୍କ ସହିତ ଅନ୍ୟ କିଛି ଯୁବ ନେତା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଦିଲ୍ଲୀର ଏଆଇସିସି କାର୍ଯ୍ୟଳୟରେ କଂଗ୍ରେସରେ ମିଶିବେ ।

ତେବେ ଏହାକୁ ନେଇ ବର୍ତ୍ତମାନ ସୁଦ୍ଧା କିଛି ପୂର୍ବତ୍ତନ ମୁଖ୍ୟଶାସନ ସଚିବ କିଛି ପ୍ରତିକ୍ରିୟା ରଖି ନାହାନ୍ତି । କିନ୍ତୁ ଏହା ଯଦି ବାସ୍ତବିକତାର ରୂପ ନିଏ ତେବେ ରାଜ୍ୟ ରାଜନୀତିରେ ଏହାର ପ୍ରଭାବ ନିଶ୍ଚୟ ଦେଖିବାକୁ ମିଳିବ ।

ଏକଦା ଶାସକ ଦଳର ନେତା ଭାବେ ଗଣତି ହେଉଥିବା ବିଜୟଙ୍କ ନେତୃତରେ କଂଗ୍ରେସର ସଙ୍ଗଠନ ଆହୁରି ମଜବୁତ ହେବ । ଏହା ସହ ତାଙ୍କର ଯେଉଁ କାର୍ଯ୍ୟ ଦକ୍ଷତା ରହି ଆସିଛି ତାହା ରାଜନୀତିରେ ସମିଶ୍ରଣ ହେବା ପରେ ଏହାର ଫଳାଫଳ ରାଜ୍ୟ ରାଜନୀତିର ଅଙ୍କକୁ ନିହାତି ଭାବରେ ଅସଜଡା କରି ଦେବ । ଯାହା ଶାସକ ଦଳ ପାଇଁ ଆଦୌ ଭଲ ଖବର ନୁହେଁ ।

Get real time updates directly on you device, subscribe now.