fbpx

୨୦୨୫କୁ ଅପେକ୍ଷା, ରୋହିତ-କୋହଲିଙ୍କୁ ବିଦା କରିବେ ଗମ୍ଭୀର? ଟିମ ଇଣ୍ଡିଆର କୋଚ୍ ହେବା ପୂର୍ବରୁ ସର୍ତ୍ତ ରଖିଲେ ଗୌତମ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ସରିବା ସହ ଶେଷ ହେବ ଭାରତୀୟ କୋଚ୍ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ । ଏହାପରେ ଦଳ ପାଇଁ ଜଣେ ନୂଆ ମୁଖ୍ୟ କୋଚଙ୍କ ସନ୍ଧାନରେ ରହିଛି ଟିମ ଇଣ୍ଡିଆ । ଦ୍ରାବିଡଙ୍କ ପରେ କିଏ ନେବ ଏହି ଦାୟିତ୍ୱ, ସେ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଦୌଡ଼ରେ ଖୁବ ଆଗରେ ରହିଛନ୍ତି ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ଦ୍ରାବିଡଙ୍କ ପରେ ଗୌତମ ଗମ୍ଭୀରଙ୍କୁ ମୁଖ୍ୟ କୋଚ୍ ଭାବରେ ବୋର୍ଡ ଦାୟିତ୍ୱ ଦେଇପାରେ ବୋଲି ଆଶା କରାଯାଉଛି । ତେବେ ଏହାପୂର୍ବରୁ ଗମ୍ଭୀର ଏକ ବଡ଼ ସର୍ତ୍ତ ରଖିଛନ୍ତି । ଭାରତର ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲିଙ୍କ ସମେତ ବରିଷ୍ଠ ଖେଳାଳିଙ୍କୁ ଦଳରୁ ବାଦ୍ ଦେବା ବିଷୟରେ ଆଲୋଚନା କରିଛନ୍ତି । ଚମ୍ପିଆନ୍ସ ଟ୍ରଫି ରୋହିତ, କୋହଲିଙ୍କ ସମେତ ୪ ଜଣ ବରିଷ୍ଠ ଖେଳାଳିଙ୍କ ପାଇଁ ଶେଷ ସୁଯୋଗ ହେବା ଉଚିତ ବୋଲି ଗମ୍ଭୀର ମତପ୍ରକାଶ କରିଛନ୍ତି ।

ଯେକୌଣସି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ମୁଖ୍ୟ କୋଚ୍ ଭାବରେ ନିଯୁକ୍ତି ଘୋଷଣା କରିପାରେ ବିସିସିଆଇ । ମୁଖ୍ୟ କୋଚ୍ ପଦ ପାଇଁ ଆବେଦନ କରିବାକୁ ଗମ୍ଭୀର ହେଉଛନ୍ତି ଏକମାତ୍ର ପ୍ରାର୍ଥୀ । ଏଥିସହିତ ମୁଖ୍ୟ କୋଚ୍ ହେବା ପାଇଁ ବିସିସିଆଇ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ମଧ୍ୟ ନେଇଛି । ତେବେ କୋଚ୍ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଟିମ ଇଣ୍ଡିଆକୁ ନେଇ ବିସିସିଆଇ ଆଗରେ କିଛି ସର୍ତ୍ତ ରଖିଛନ୍ତି ଗମ୍ଭୀର । ବିସିସିଆଇ ମଧ୍ୟ ଗମ୍ଭୀରଙ୍କ ଏହି ସର୍ତ୍ତକୁ ଗ୍ରହଣ କରିଥିବା ସୂଚନା ମିଳିଛି । ବର୍ତ୍ତମାନ ଗମ୍ଭୀରଙ୍କ ଏହି ସର୍ତ୍ତ ଭାରତୀୟ ଫ୍ୟାନ୍ସମାନଙ୍କୁ ଚିନ୍ତାରେ ପକାଇ ଦେଇଛି । ଟିମ ଇଣ୍ଡିଆର କିଛି ବରିଷ୍ଠ ଖେଳାଳି ବିରାଟ କୋହଲି, ରୋହିତ ଶର୍ମା, ରବିନ୍ଦ୍ର ଜାଡେଜା ଏବଂ ମହମ୍ମଦ ଶାମି ଏବଂ ସେମ।।ନଙ୍କ କ୍ୟାରିୟରକୁ ନେଇ ଏହି ସର୍ତ୍ତ ରଖିଛନ୍ତି ଗମ୍ଭୀର । ୨୦୨୫ ମସିହାରେ ପାକିସ୍ତାନରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବ । ରିପୋର୍ଟ ଅନୁଯାୟୀ, ବିରାଟ କୋହଲି, ରୋହିତ ଶର୍ମା, ରବିନ୍ଦ୍ର ଜାଡେଜା ଏବଂ ମହମ୍ମଦ ଶାମିଙ୍କ ପରି ବରିଷ୍ଠ ଖେଳାଳିଙ୍କ ପାଇଁ ଏହି ଚାମ୍ପିଅନ୍ସ ଟ୍ରଫି ଶେଷ ସୁଯୋଗ ହୋଇପାରେ ବୋଲି ଗୌତମ ଗମ୍ଭୀର କହିଛନ୍ତି । ଯଦି ଟିମ୍ ଇଣ୍ଡିଆ ଏହି ଖେଳାଳିମାନଙ୍କ ସହିତ ଟାଇଟଲ୍ ଜିତିବାକୁ ସକ୍ଷମ ହୋଇ ନ ପାରେ, ତେବେ ଏହି ଖେଳାଳିମାନଙ୍କୁ ଦଳରୁ ବାଦ ଦେବାକୁ ସର୍ତ୍ତ ରଖିଛନ୍ତି ଗମ୍ଭୀର ।

ତେବେ ଏ ନେଇ କୌଣସି ସ୍ପଷ୍ଟ ସୂଚନା ଏପର୍ଯ୍ୟନ୍ତ ମିଳିପାରି ନାହିଁ । ଚମ୍ପିଆନ୍ସ ଟ୍ରଫି ପରେ ଏମାନାଙ୍କୁ କ୍ରିକେଟର ସମସ୍ତ ଫର୍ମାଟରୁ ବାଦ୍ ଦିଆଯିବ ନା ଗୋଟିଏ ଫର୍ମାଟରୁ, ସେ ନେଇ ମଧ୍ୟ କିଛି ସ୍ପଷ୍ଟ ଜଣା ଯାଇନାହିଁ । ମୁଖ୍ୟ କୋଚ୍ ହେବା ପରେ ଗୌତମ ଗମ୍ଭୀର ୨୦୨୭ ବିଶ୍ୱକପ ପର୍ୟ୍ୟନ୍ତ ଦଳର ରୋଡମ୍ୟାପ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ଗୌତମ ଗମ୍ଭୀର ଯୁବ ଟିମ୍ ଇଣ୍ଡିଆକୁ ଟେଷ୍ଟ କ୍ରିକେଟରେ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି । ଟିମ୍ ଇଣ୍ଡିଆ ବର୍ତ୍ତମାନ ଟି -୨୦ ବିଶ୍ୱକପରେ ଦମଦାର ପ୍ରଦର୍ଶନ କରି ସେମି ଫାଇନାଲରେ ପ୍ରବେଶ କରିଛି । ସେମି ଫାଇନାଲରେ ଆସନ୍ତୁ ଜୁନ୍ ୨୭ ତାରିଖରେ ଇଂଲଣ୍ଡକୁ ଭେଟିବ ଟିମ ଇଣ୍ଡିଆ ।

Get real time updates directly on you device, subscribe now.