fbpx

IND vs PAK; ଭାରତ-ପାକ୍ ଖେଳିବେ T-20 ସିରିଜ? ବଡ଼ ପ୍ଲାନ କରୁଛି ପାକିସ୍ତାନ କ୍ରିକେଟ ବୋର୍ଡ

ନୂଆଦିଲ୍ଲୀ: ଆସନ୍ତାବର୍ଷ ପାକିସ୍ତାନରେ ହେବାକୁ ଥିବା ଚମ୍ପିଆନ୍ସ ଟ୍ରଫିରେ ଭାରତର ଖେଳିବା ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ । ସେପଟେ ପାକିସ୍ତାନ ଭାରତ ସହ ଦ୍ୱିପାକ୍ଷିକ ସିରିଜ ଖେଳିବା ନେଇ ଯୋଜନା କରୁଛି । ପାକିସ୍ତାନର ଦିବାସ୍ୱପ୍ନ ଦେଖିବା ଏବଂ ଏଭଳି ଅଦ୍ଭୁତ ଦାବି କରିବା ଅଭ୍ୟାସ ଖୁବ ପୁରୁଣା । ଅଧିକାଂଶ ସମୟରେ କିଛି ପୁରୁଣା କ୍ରିକେଟର ତଥା ଫ୍ୟାନ୍ସମାନଙ୍କ ଦାବି ଏବଂ ବୟାନକୁ ନେଇ ସେମାନେ ଟ୍ରୋଲ ହୋଇସାରିଛନ୍ତି । ବର୍ତ୍ତମାନ ମଧ୍ୟ ଏହି ଭଳି ଏକ ପରିସ୍ଥିତିରେ ପଡ଼ିଛି ପାକିସ୍ତାନ । ଆଇସିସି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଭାରତ ପାକିସ୍ତାନ ଗସ୍ତ କରୁ ନଥିବା ବେଳେ ଦ୍ୱିପାକ୍ଷିକ ସିରିଜ ଖେଳିବା ନେଇ ଚିନ୍ତା କରୁଛି ପାକିସ୍ତାନ ।

ପାକିସ୍ତାନ କ୍ରିକେଟ ବୋର୍ଡ ବର୍ତ୍ତମାନ ଭାରତ ସହ ଦ୍ୱିପାକ୍ଷିକ ସିରିଜ ଖେଳିବା ପାଇଁ ପ୍ଲାନ କରୁଛି । ରିପୋର୍ଟରୁ ଜଣାଯାଇଛି ଯେ, ପିସିବି ମୁଖ୍ୟ ମୋହସିନ୍ ନକବି ଖୁବଶୀଘ୍ର ଟିମ ଇଣ୍ଡିଆକୁ ଏକ ଟି-୨୦ ସିରିଜ ଖେଳିବା ପାଇଁ ଆମନ୍ତ୍ରଣ କରିପାରେ । ତେବେ ଏ ନେଇ ପିସିବି ମୁଖ୍ୟ ନକବି ବିସିସିଆଇ ସଚିବ ଜୟ ଶାହଙ୍କ ସହ ଭେଟ କରି ଆଲୋଚନା କରିପାରନ୍ତି । ଏହାସହିତ ଆସନ୍ତାବର୍ଷ ଉଭୟ ଦଳ ମଧ୍ୟରେ ଏକ ନ୍ୟୁଟ୍ରାଲ ଭେନ୍ୟୁରେ ଟି-୨୦ ସିରିଜ ଖେଳିବା ପାଇଁ ପ୍ରସ୍ତାବ ରଖିପାରେ ପିସିବି । ଉଭୟ ଦେଶର କ୍ରିକେଟ ବୋର୍ଡ ମୁଖ୍ୟଙ୍କ ମଧ୍ୟରେ ଶ୍ରୀଲଙ୍କାରେ ଆଲୋଚନା ହୋଇପାରେ ବୋଲି ଆଶା କରାଯାଉଛି । ଏଠାରେ ଆଇସିସିର ପ୍ରମୁଖ ବୈଠକ ପାଇଁ ସମସ୍ତେ ଶ୍ରୀଲଙ୍କାରେ ସାମିଲ ହେବେ । ତେବେ ଆସନ୍ତା ଚମ୍ପିଆନ୍ସ ଟ୍ରଫି ପରେ ଏହି ସିରିଜ ଖେଳିବା ପାଇ ପ୍ରସ୍ତାବ ରଖିପାରେ ପିସିବି ।

ଦୀର୍ଘ ବର୍ଷରୁ ଭାରତ-ପାକିସ୍ତାନ ମଧ୍ୟରେ ଜାରି ରହିଥିବା ରାଜନୈତିକ ବିବାଦ ଯୋଗୁଁ ଏହାର ପ୍ରଭାବ କ୍ରିକେଟରେ ମଧ୍ୟ ପରିଲକ୍ଷିତ ହୋଇଛି । ତେଣୁ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ ମଧ୍ୟ ବନ୍ଦ ହୋଇଛି । ୨୦୧୨-୧୩ ସିଜନରେ ଶେଷ ଥର ପାଇଁ ଉଭୟ ଦେଶ ମଧ୍ୟରେ ବାଇଲାଟରାଲ ସିରିଜ ଖେଳାଯାଇଥିଲା । କିନ୍ତୁ ଭାରତରେ ଆତଙ୍କବାଦୀ ଆକ୍ରମଣକୁ ପାକିସ୍ତାନର ଖୋଲା ସମର୍ଥନ ପରେ ଦ୍ୱିପରାକ୍ଷିକ ସିରିଜ ଉପରେ ରୋକ ଲଗାଯାଇଛି । ତେବେ ବର୍ତ୍ତମାନ ଉଭୟଦଳ କେବଳ ଆଇସିସିର ବିଭିନ୍ନ ଇଭେଣ୍ଟରେ ମୁହାଁମୁହିଁ ହେଉଛନ୍ତି ।

Get real time updates directly on you device, subscribe now.