fbpx
BSKY
BJD MC SKY
BJD MS SKY

ଦକ୍ଷିଣ ଆଫ୍ରିକା ବିପକ୍ଷରେ ବଦଳିବ ଭାରତର Playing-11? ଚମ୍ପିଆନଙ୍କୁ ସାମିଲ କରିପାରନ୍ତି ରୋହିତ

କୋଲକାତା: ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ବିଶ୍ୱକପର ହାଇଭୋଲ୍ଟେଜ ମ୍ୟାଚ । ଉଭୟ ଦଳ ସେମି ଫାଇନାଳରେ ପ୍ରବେଶ କରି ସାରିଥିବା ବେଳେ ଟେବୁଲର ଶୀର୍ଷ ସ୍ତାନ ପାଇଁ ହେବ ଏହି ମହାଲଢେଇ । ଭାରତ ୭ଟି ବିଜୟ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ୬ଟି ବିଜୟ ସହ ଦ୍ୱିତୀୟ ସ୍ଥାନରେ ରହିଛି ଦକ୍ଷିଣ ଆଫ୍ରିକା । ତେଣୁ ଆଗିର ମ୍ୟାଚ ସଂଘର୍ଷପୂର୍ଣ୍ଣ ରହିବ । ତେବେ ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ ଏବଂ ଭାରତର ଦମଦାର ବୋଲୀିଂ ଡିପାର୍ଟମେଣ୍ଟ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ । ତେଣୁ ଦଳରେ ଏକ ବଡ଼ ପରିବର୍ତ୍ତନ କରିପାରନ୍ତି ଅଧିନାୟକ ରୋହିତ ଶର୍ମା ।

ଟୁର୍ଣ୍ଣାମେଣ୍ଟରେ ବର୍ତ୍ତମାନ ସୁଦ୍ଧା ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଛି ଦକ୍ଷିଣ ଆଫ୍ରିକା । ସେପଟେ ଭାରତୀୟ ବୋଲର ମଧ୍ୟ ବିଶ୍ୱକପରେ ନିଜର ଜଲୱା ଦେଖାଇଛନ୍ତି । ଏହାପରେ ମଧ୍ୟ ଆଜିର ମ୍ୟାଚ ଉଭୟ ଦଳ ପାଇଁ ଅଗ୍ନିପରୀକ୍ଷା ହେବ । କୋଲକାତାର ଇଡେନ ଗାର୍ଡେନ୍ସ ବ୍ୟାଟିଂ ଟିମ୍ ପାଇଁ ଖୁବ ଫାଇଦା ହୋଇଥାଏ । କିନ୍ତୁ ପରେ ସ୍ପିନ ବୋଲରଙ୍କ ପାଇଁ ପିଚ୍ ଅତିରିକ୍ତ ଟର୍ଣ୍ଣ ପ୍ରଦାନ କରିଥାଏ । ତେଣୁ ଆଜିର ମ୍ୟାଚରେ ଭାରତର ଅଧିନାୟକ ରୋହିତ ଭେଟେରାନ୍ ସ୍ପିନରଙ୍କୁ ଦଳରେ ସାମିଲ କରିପାରନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଖେଳିବା ପରେ ଲଗାତାର ଦଳରୁ ବାଦ୍ ପଡ଼ିଛନ୍ତି ରବିଚନ୍ଦ୍ରନ ଅଶ୍ୱୀନ । ତେବେ ଷଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହେବା ପରେ ଗତ କିଛି ମ୍ୟାଚରେ ୫ ଜଣ ବୋଲରଙ୍କ ସହ ଖେଳୁଛି ଟିମ ଇଣ୍ଡିଆ । ଏହାପରେ ମଧ୍ୟ ଦଳର ପ୍ରଦର୍ଶନ ଖୁବ ସୁନ୍ଦର ରହିଛି । ତେବେ ଦକ୍ଷିଣ ଆଫ୍ରିକାର ଶକ୍ତିଶାଳୀ ବ୍ୟାଟିଂ ଅର୍ଡର ପାଇଁ ବିକଳ୍ପ ବ୍ୟବସ୍ଥା ଭାବରେ ଅଶ୍ୱୀନ ଦଳରେ ସାମିଲ ହୋଇପାରନ୍ତି ।

ଅଧିନାୟକ ରୋହିତଙ୍କ ସହ ଶୁଭମନ ଗିଲ ଏବଂ ବିରାଟ କୋହଲି ଲଗାତାର ରନ୍ କରୁଥିବା ବେଳେ ଶ୍ରେୟସ ଅୟର ମଧ୍ୟ ୨ଟି ଅର୍ଦ୍ଧଶତକ ସହ ଦଳରେ ସ୍ଥାନ ବଜାୟ ରଖିଛନ୍ତି । ତେଣୁ ଅଶ୍ୱୀନଙ୍କୁ ଦଳରେ ସୁଯୋଗ ମିଳିଲେ ଆଜିର ପ୍ଲେଇଙ୍ଗ-୧୧ରୁ ବାଦ୍ ପଡ଼ିପାରନ୍ତି ଫିନିସର ସୂର୍ଯ୍ୟକୁମାର ଯାଦବ । କିନ୍ତୁ ରୋହିତ ବିଜୟୀ ଦଳ ସହ କୌଣସି ପରିବର୍ତ୍ତନ କରିବା ନେଇ ସମ୍ଭାବନା କମ୍ ରହିଛି ।

ଦକ୍ଷିଣ ଆଫ୍ରିକା ପ୍ଲେଇଙ୍ଗ-୧୧: ତେମ୍ବା ବାଭୂମା (ଅଧିନାୟକ), କ୍ୱିଣ୍ଟନ୍ ଡ’କକ୍, ରୁସି. ଭାନ୍ ଡର ହୁସେନ୍, ଏଡେନ୍ ମାର୍କରମ୍, ହେନରୀ କ୍ଲାସେନ୍, ଡାଭିଡ ମିଲର, ମାର୍କେ ଜାନେସନ, କେଶବ ମହାରାଜ, ଲୁଙ୍ଗି ଏନଗିଡି, କାଗିସୋ ରାବାଡା, ତବରେଜ ଶାମ୍ସୀ

ଭାରତର ପ୍ଲେଇଙ୍ଗ-୧୧: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେ.ଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ/ ରବିଚନ୍ଦ୍ରନ ଅଶ୍ୱୀନ, ରବିନ୍ଦ୍ର ଜାଡେଜା, ଜଶପ୍ରୀତ ବୁମରାହ, କୁଳଦୀପ ଯାଦବ, ମହମ୍ମଦ ଶାମୀ, ମହମ୍ମଦ ସିରାଜ

Get real time updates directly on you device, subscribe now.