ଚମ୍ପିଆନ୍ ଅଧିନାୟକଙ୍କ ହାତ ଛାଡ଼ିବ KKR? ଶ୍ରେୟସଙ୍କୁ ରିଲିଜ କରିବ କୋଲକାତା! ଜାଣନ୍ତୁ କିଏ ରହିବେ Retain

ଓଡ଼ିଶା ଭାସ୍କର: ଆଇପିଏଲ-୨୦୨୫ ପୂର୍ବରୁ ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି ଚମ୍ପିଆନ୍ କୋଲକାତା ନାଇଟ ରାଇଡର୍ସ । ଗତବର୍ଷ ଦଳକୁ ଟ୍ରଫି ଜିତାଇଥିବା ଅଧିନାୟକ ଶ୍ରେୟସ ଆୟରଙ୍କୁ ରିଲିଜ କରିବାର ଯୋଜନା କରୁଛି ଚମ୍ପିଆନ୍ ଫ୍ରାଞ୍ଚାଇଜି । ଶ୍ରେୟସଙ୍କ ସ୍ଥାନରେ ମୁମ୍ବାଇ ଇଣ୍ଡିଆନ୍ସର ଜଣେ ଷ୍ଟାର କ୍ରିକେଟରଙ୍କୁ ଦଳରେ ସାମିଲ କରିବା ସହ ତାଙ୍କୁ ନେତୃତ୍ୱ ପଦ ହସ୍ତାନ୍ତର କରିବା ନେଇ ପ୍ଲାନ ଜାରି ରହିଛି । ଅର୍ଥାତ୍ ଟ୍ରଫି ବିଜୟ ପରେ ମଧ୍ୟ ଶ୍ରେୟସଙ୍କ ଉପରେ ନିରାଶ ରହିଛି କୋଲକାତା ନାଇଟ ରାଇଡର୍ସ । ତେବେ କାହାକୁ ରିଟେନ୍ କରିବ କେକେଆର?

ରିପୋର୍ଟ ଅନୁସାରେ, ମେଗା ଅକ୍ସନ ପୂର୍ବରୁର ଆଇପିଏଲ ଚମ୍ପିଆନ୍ କୋଲକାତା ନାଇଟ ରାଇଡର୍ସ ଶ୍ରେୟସ ଆୟରଙ୍କୁ ରିଲିଜ କରିପାରେ । ତେବେ ଅକ୍ସନରେ ପୁଣିଥରେ ରାଇଟ ଟୁ ମ୍ୟାଚ୍ କାର୍ଡ ସାହାଯ୍ୟରେ ଶ୍ରେୟସଙ୍କୁ କମ ଟଙ୍କାରେ ଦଳରେ ସାମିଲ କରିବା ପାଇଁ ଚିନ୍ତା କରୁଛି କୋଲକାତା । ଏହାଦ୍ୱାରା ଦଳକୁ ଅକ୍ସନ ପାଇଁ ଅଧିକ ଟଙ୍କା ପର୍ସ ମନି ମିଳିପାରିବ । ଏହାବ୍ୟତୀତ ଶ୍ରେୟସଙ୍କୁ ବାଦ୍ ଦେଲେ ଦଳର ଅନ୍ୟ କିଛି ବଡ଼ ଖେଳାଳିଙ୍କୁ ଦଳରେ ରିଟେନ୍ କରିବା ମଧ୍ୟ ସହଜ ହୋଇପାରେ । ମିଚେଲ ଷ୍ଟାର୍କ, ଅରାନ୍ଦ୍ରେ ରସେଲ ଏବଂ ସୁନୀଲ ନାରିନଙ୍କ ଭଳି ଖେଳାଳିଙ୍କୁ ରିଲିଜ କରିବା କୋଲକାତା ପାଇଁ ମହଙ୍ଗା ପଡ଼ିପାରେ ।

କାରଣ ଅକ୍ସନରେ ଏହି ଖେଳାଳିଙ୍କ ଉପରେ ବିଭିନ୍ନ ଦଳ ବିଡ୍ ଲଗାଇବା ସହ ବଡ଼ ଆମାଉଣ୍ଟରେ ବିକ୍ରି ହେବାର ସମ୍ଭାବନା ଅଧିକ ରହିଛି । ସେହିପରି ରିଙ୍କୁ ସିଂହ ଏବଂ ବରୁଣ ଚକ୍ରବର୍ତ୍ତୀଙ୍କୁ ରିଲିଜ କରିବା ମଧ୍ୟ ମହଙ୍ଗା ସାବ୍ୟସ୍ତ ହୋଇପାରେ । ତେଣୁ ଶ୍ରେୟସଙ୍କୁ ପ୍ରଥମେ ରିଲିଜ କରିବାକୁ ନିଷ୍ପତ୍ତି ନେଇପାରେ କୋଲକାତା । ତେବେ ଏହାପରେ ଅକ୍ସନ ସମୟରେ କିଛି କମ୍ ଟଙ୍କାରେ ଶେୟସଙ୍କୁ ଦଳରେ ସାମିଲ କରିବା ସହ ଅନ୍ୟ ବଡ଼ ଖେଳାଳିଙ୍କୁ ମଧ୍ୟ ଟାର୍ଗେଟ କରିପାରେ ।

ତେବେ ଆସନ୍ତା ସିଜନ ପାଇଁ କୋଲକାତା ଆଉ ଜଣେ ନୂଆ ଅଧିନାୟକ ବାଛିବାକୁ ମଧ୍ୟ ଯୋଜନା କରୁଛି । ଏଥିପାଇଁ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର କ୍ରିକେଟର ତଥା ଭାରତୀୟ ଦଳ(ଟି-୨୦) ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହ ଯୋଗାଯୋଗ କରିଛି କୋଲକାତା । ସୂର୍ଯ୍ୟକୁମାର କୋଲକାତା ସହ ସାମିଲ ହେଲେ, ଆଇପିଏଲ-୨୦୨୫ ପାଇଁ ତାଙ୍କୁ ଦଳର ନେତୃତ୍ୱ ପ୍ରଦାନ କରିବାକୁ କୋଲକାତାର ଯୋଜନା ରହିଛଇ । ତେବେ ଏ ନେଇ କୌଣସି ପ୍ରକାର ଘୋଷଣା ହୋଇନାହିଁ । କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଆଇପିଏଲ-୨୦୨୫ ପାଇଁ କୌଣସି ରିଟେନ୍ ଲିଷ୍ଟ ମଧ୍ୟ ସାମନାକୁ ଆସିନାହିଁ । ଖୁବଶୀଘ୍ର ଏ ନେଇ ଏକ ବଡ଼ ଅପଡେଟ ମିଳିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.