fbpx

(Video) ସତ ହେବ ମାଳିକା ବଚନ? ଧ୍ୱଂସ ପାଇବ ପୃଥିବୀ! କଳିଯୁଗ ଶେଷରେ ଏହିମାନେ ରହିବେ ଅମର!

ଓଡ଼ିଶା ଭାସ୍କର: ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମାଳିକାରେ କଳିଯୁଗ ଶେଷ ବିଷୟରେ ଅନେକ ଘଟଣା-ଅଘଟଣା ବିଷୟରେ ବର୍ଣ୍ଣନା କରାଯାଇଛି। ପତିତ ପାବନରେ ନିଆଁ ଲାଗିବା, ହୀରାକୁଦ ବନ୍ଧ ଭାଙ୍ଗିବା ହେଉ କି ହୀରାକୁଦରେ ଚିତଳ ମାଛର କାହାଣୀ ହେଉ, ଏମିତି ଅନେକ ଘଟଣା କଳିଯୁଗରେ ଘଟିବା ନେଇ ସେ ଲେଖି ଯାଇଛନ୍ତି। ଯାହା ଏବେ ଧିରେ ଧିରେ ସତ ହେଉଥିବା ଦେଖାଯାଉଛି। ମାଳିକାରେ କୁହାଯାଇଥିବା ଅନେକ ଘଟଣା ଏବେ ଘଟିବାରେ ଲାଗିଛି। ସିଧାସଳଖ ନହେଲେ ବି ପୃଥିବୀର ଧ୍ୱଂସ ଆଡ଼କୁ ଆଙ୍ଗୁଳି ଦେଖାଇଛି ଅନେକ ଘଟଣା । ତେବେ ଯଦି ପ୍ରକୃତରେ କଳିଯୁଗ ଶେଷ ହୁଏ ଏବଂ ପୃଥିବୀ ଧ୍ୱଂସ ହୁଏ, ତେବେ କିଛି ଲୋକ ଅମର ରହିଯିବେ । ମାଳିକାରେ ଲେଖା ଅଛି କେଉଁମାନେ କଳିଯୁଗ ଶେଷ ପରେ ବି ବଞ୍ଚି ରହିବେ ।

ମାଡି ଅସୁଛି ମହାପ୍ରଳୟ । ସତ ହେଉଛି ଗୋଟିଏ ପରେ ଗୋଟିଏ ମାଳିକା ବଚନ । ପୁରୀ ଶ୍ରୀକ୍ଷେତ୍ର ଠାରୁ ନେଇ ପୁରା ପୃଥିବୀରେ ପ୍ରତ୍ୟେକ ଦିନ କିଛି କିଛି ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳୁଛି । ଏହାରି ଭିତରେ ମାଳିକା ଭବିଷ୍ୟବାଣୀରୁ ସାମ୍ନାକୁ ଆସିଛି କିଛି ତଥ୍ୟ । କଳିଯୁଗରେ କେଉଁ ମାନେ ରହିବେ ଅମର ତାକୁ ନେଇ ଏବେ ମାଳିକା ଭବିଷ୍ୟବାଣୀରୁ ଏହି ସତ ସାମ୍ନାକୁ ଆସିଛି । ମହାବୀର ହନୁମାନ କରିବେ ଏମାନଙ୍କ ରକ୍ଷା । ହନୁମାନଙ୍କ ଭକ୍ତ ହେବେ ଅମର । ମହାପୁରୁଷ ଲେଖିଛନ୍ତି । ସଙ୍କଟମୋଚନ ଭକ୍ତ ଯେ ପୁଣି ହେବେ ଅମର । ଜିଣିବେ ମୃତ୍ୟୁକୁ ସେହି ଯେ ସତ୍ୟ ବଚନ ମୋର । ଅର୍ଥାତ ଯେଉଁମାନେ ସଙ୍କଟମୋଚନ ହନୁମାନଙ୍କ ଭକ୍ତ ସେମାନେ ଅମର ହେବେ । ଅମର ହେବାର ଅର୍ଥ ଏହା ନୁହେଁ ଯେ ମୃତ୍ୟୁ ଆସିବ ନାହିଁ । ଅମର ହେବାର ଅର୍ଥ ଏହା ଯେ ମୃତ୍ୟୁ ତ ଥରେ ଜୀବନ ଭିତରେ ଆସେ । ହେଲେ ଯେଉଁ ମଣିଷ ମୃତ୍ୟୁକୁ ଡରେ ସେହି ମଣିଷ ସବୁଦିନ ମରିଥାଏ । ଆଉ ଯେଉଁ ମଣିଷ ମହାବୀର ହନୁମାନଙ୍କ ଭକ୍ତ ସେମାନଙ୍କର ମୃତ୍ୟୁକୁ ଡର ନଥାଏ ।

ଅତି ସୁନ୍ଦର ଭାବେ ଭଗବତ କହି ଯାଇଛନ୍ତି । ଯେ ମୋର ଚରଣ ଚିନ୍ତଇ ସଂସାରେ ତାର ଭୟ ନାହିଁ । ଅର୍ଥାତ ଯେ ଭଗବାନଙ୍କ ଚରଣ ଚିନ୍ତା ସବୁବେଳେ କରନ୍ତି ତାର ମୃତ୍ୟୁକୁ ଭୟ ନଥାଏ । ଜିଣିବେ ସେହି ଯେ ମୃତ୍ୟୁକୁ ସତ୍ୟ ବଚନ ମୋର । ଦୁଃଖ କଷ୍ଟ ଦୂର କରିବେ ଥିବେ ଯେଉଁ ଭକତ । ଚାରି ଯୁଗେ କପି ଅମର କହେ ଧ୍ୟାନ ଅଚ୍ୟୁତ । ଅର୍ଥାତ ଅଚ୍ୟୁତାନନ୍ଦ କହିଛନ୍ତି ଯେଉଁମାନେ ହନୁମାନଙ୍କ ଜପ ତପ କରିବେ ତାଙ୍କର ସବୁ କଷ୍ଟ ଦୂର ହେବ ।

ଦର୍ଶନ ପାଇବେ ଭକତେ ପୁଣି କଳି ଶେଷରେ, ଜୟ ମହାବୀର ଥିବ ଯେ ପୁଣି ଯାର ତୁଣ୍ଡରେ । ମହାପୁରୁଷ କହୁଛନ୍ତି ଯାହା ତୁଣ୍ଡରେ ମହାବୀରଙ୍କ ନାମ ଥିବ ସେ କଳି ଶେଷରେ ହନୁମାନଙ୍କ ଦର୍ଶନ ପାଇବ । ୬ଶହ ବର୍ଷ ତଳର ମାଳିକା, ଏହା କେତେ ସତ ଆଉ କେତେ ମିଛ ତାହା ଆପଣ ବର୍ତମାନର ପରିସ୍ଥିତିକୁ ଦେଖି ସ୍ପଷ୍ଟ ଭାବେ ଜାଣି ପାରୁଥିବେ । ମାଳିକାର ଗୋଟି ଗୋଟି କଥା ଯେଉଁ ମାତ୍ରାରେ ସତ ହେବାରେ ଲାଗିଛି । ମହାପୁରୁଷଙ୍କ ଏହି ଅମର ବଚନ ସତ ସେଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ ।

Get real time updates directly on you device, subscribe now.