fbpx

କମଲନାଥଙ୍କ ପରେ ହାତ ଛାଡିବେ କି ମନୀଷ ତିୱାରି? କଂଗ୍ରେସ ନେତାଙ୍କ କ’ଣ ରହିଛିି ଉତ୍ତର ଜାଣନ୍ତୁ

ନୂଆଦିଲ୍ଲୀ: କମଲନାଥଙ୍କ ପରେ ମନୀଷ ତିୱାରି ମଧ୍ୟ କଂଗ୍ରେସ ହାତ ଛାଡି ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି । ଏହାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ତେବେ କଂଗ୍ରେସ ସାଂସଦ ମନୀଷ ତିୱାରିଙ୍କ ନିକଟତମ ସୂତ୍ରରୁ ଏହାକୁ ଖାରଜ କରାଯାଇଛି । ସେ କହିଛନ୍ତି ବିଜେପି ସହ ସଂପର୍କ ଯୋଡିବାର ଖବର ପୁରା ନିରାଧାର ଓ ଅମୂଳକ ।

ପଞ୍ଜାବର ଆନନ୍ଦପୁର ସିଟ୍ କଂଗ୍ରେସ ସାଂସଦ ମନୀଷ ତିୱାରି ବିଜେପିରେ ସାମିଲ ହେବେ ବୋଲି ଏବେ ଚର୍ଚ୍ଚା ହେଉଛି । ମିଳିଥିବା ସୂତ୍ରରୁ ଜଣାଯାଇଛି ସେ ଲୁଧିଆନା ଲୋକସଭା ସିଟ୍‌ରୁ ଏଥର ପଦ୍ମ ଚିହ୍ନରେ ଲଢିବାକୁ ଚାହୁଁଛନ୍ତି । ଏହାପୂର୍ବରୁ ତିୱାରୀ ଲୁଧିଆନା ସଂସଦୀୟ କ୍ଷେତ୍ରରୁ ହିଁ ପ୍ରତିନିଧିତ୍ୱ କରୁଥିଲେ ।

କିନ୍ତୁ ମନୀଷ ତିୱାରିଙ୍କ ଅଫିସ୍ ଏହାକୁ ଖାରଜ କରିଦେଇଛି । ଅଫିସ୍ ପକ୍ଷରୁ କୁହାଯାଇଛି ତିୱାରିଙ୍କ ବିଜେପିରେ ଯୋଗଦେବାର ଚର୍ଚ୍ଚା ପୁରା ଅମୂଳକ । ସେ ଏବେ ନିଜ ନିର୍ବାଚନ କ୍ଷେତ୍ରରେ ଅଛନ୍ତି ଓ ସେଠାରେ ବିକାଶ କାର୍ଯ୍ୟ ଦେଖାରଖା କରୁଛନ୍ତି । ଏହାରି ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବିଜେପିରେ ସାମିଲ ହେବା ଖବର ବେଳକୁ ବେଳ ଜୋର ଧରିବାରେ ଲାଗିଛି ।

Get real time updates directly on you device, subscribe now.