fbpx

ଅବସର ନେବେ କି M.S Dhoni? କ’ଣ ହେବ ମାହିଙ୍କ ପରବର୍ତ୍ତୀ ପଦକ୍ଷେପ? କ୍ୟାରିୟରକୁ ନେଇ ବଡ଼ ଅପଡେଟ

Advertisement

ନୂଆଦିଲ୍ଲୀ: ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ ବିପକ୍ଷ ମ୍ୟାଚରେ ପରାଜୟ ପରେ ଆଇପିଏଲ-୨୦୨୪ ପ୍ଲେ-ଅଫ୍ ରୁ ବାଦ୍ ପଡ଼ିଛି ଚେନ୍ନାଇ ସୁପର କିଙ୍ଗସ । ରନ୍ ରେଟ୍ ଅନୁସାରେ ପଛରେ ରହିଯିବାରୁ ପ୍ଲେ-ଅଫ୍ ଦୌଡ଼ରୁ ବାଦ୍ ପଡ଼ିଛି ସିଏସକେ । ତେବେ ଏହି ମ୍ୟାଚ ପରେ ସବୁଠୁ ଅଦିକ ଚର୍ଚ୍ଚାର ବିଷୟ ପାଲଟିଛି ଚେନ୍ନାଇର ପୂର୍ବତନ ଅଧିନାୟକ ଏମ.ଏସ ଧୋନୀଙ୍କ ଅବସର । ଦଳ ଆଇପିଏଲରୁ ବାଦ୍ ପଡ଼ିବା ପରେ ମାହି ଆଇପିଏଲରୁ ମଧ୍ୟ ସନ୍ନ୍ୟାସ ଘୋଷଣା କରିପାରନ୍ତି ବୋଲି ଆଲୋଚନା ହେଉଛି । ମାହି ଆରସିବି ବିପକ୍ଷରେ ଗତକାଲି କ୍ୟାରିୟରର ଶେଷ ମ୍ୟାଚ ଖେଳିଛନ୍ତି ବୋଲି କୁହାଯାଉଛି ।

ମ୍ୟାଚରେ ପରାଜୟ ପରେ ଚେନ୍ନାଇର ବୋଲିଂ କୋଚ୍ ଏରିକ୍ ସିମନ୍ସ କହିଛନ୍ତି ଯେ, ଏମ.ଏସ ଧୋନୀଙ୍କର ଅନେକ ସ୍ମୃତି ରହିଛି । ମାହିଙ୍କ ଇନିଂସ ଫ୍ୟାନ୍ସମାନଙ୍କୁ ଚିନ୍ତାରୁ ମୁକ୍ତି ଦେଇଥାଏ । ତାଙ୍କ ପାଖରେ ଖେଳର ଖୁବ ସରଳ ସଂରଚନା ଏବଂ ଚିନ୍ତାଧାରା ରହିଛି । ତେବେ କ୍ରିକେଟରମାନଙ୍କୁ ଏହା ହାସଲ କରିବାର ପ୍ରୟାସ କରିବା ଉଚିତ୍ । ପ୍ରକୃତରେ ଖେଳକୁ ବୁଝିବା ଆବଶ୍ୟକ । ଧୋନୀ ଏହିସବୁ ଜ୍ଞାନ ସହିତ ଲୋକମାନଙ୍କୁ ବେଶ ସାହାଯ୍ୟ କରିଥାନ୍ତି । ଏହାପରେ ସେ ମାହିଙ୍କ ପରବର୍ତ୍ତୀ ପଦକ୍ଷେପ ଏବଂ ଅବସର ଉପରେ ମଧ୍ୟ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଭବିଷ୍ୟତକୁ ନେଇ ବିଭିନ୍ନ ଅଟକଳ କରିବା ପାଗଳାମୀ ବୋଲି କୁହାଯାଇପାରେ । ମାହି କ’ଣ କରିବାକୁ ଯାଉଛନ୍ତି ସେ ଖୁବ ଭଲ ଭାବରେ ଜାଣିଛନ୍ତି । ସେ ଏହି ସଜନରେ ଖୁବ ଭଲ ଖେଳିଛନ୍ତି, ତେଣୁ ଆଗାମୀ ପଦକ୍ଷେପ ଉପରେ ସେ ନିର୍ଣ୍ଣୟ ନେବେ ।

ଧୋନୀ ପୂର୍ବରୁ କହିଛନ୍ତି ଯେ, ସେ ନିଜ ଆଇପିଏଲର ଶେଷ ମ୍ୟାଚ ଚେନ୍ନାଇର ଚିପାକ୍ ଷ୍ଟାଡିୟମରେ ଖେଳିବେ । ଚେନ୍ନାଇରୁ ମିଳିଥିବା ଭଲପାଇବା ଏବଂ ସମର୍ଥନକୁ ସମ୍ମାନ ଦେବା ପାଇଁ ନିଜ କ୍ୟାରିୟରର ଶେଷ ମ୍ୟାଚ ସେଠାରେ ଖେଳିବା ପାଇଁ ସେ ଘୋଷଣା କରି ସାରିଛନ୍ତି । ତେଣୁ ନିଜର ପ୍ରତିଜ୍ଞା ରକିବା ପାଇଁ ସେ ଆଇପିଏଲ-୨୦୨୫ରେ ମଧ୍ୟ କମବ୍ୟାକ କରିପାରନ୍ତି ବୋଲି ଫ୍ୟାନ୍ସ ଆଶା ରଖିଛନ୍ତି । କିନ୍ତୁ ଆଣ୍ଠୁରେ ସମସ୍ୟା ପରେ ଏହା କେତେ ଦୂର ସମ୍ଭବ?

Get real time updates directly on you device, subscribe now.