fbpx

କଣ ଟିଏମସିକୁ ଫେରିବେ ମୁକୁଲ ରୟ୍? ଆଜି ସନ୍ଧ୍ୟାରେ କରିବେ ଦିଦିଙ୍କ ସହ ଆଲୋଚନା!

କୋଲକାତା: ତୃଣମୂଳ କଂଗ୍ରେସ(ଟିଏମସି)କୁ ଛାଡି ରାଷ୍ଟ୍ରୀୟ ଉପସଭାପତି ଭାବେ ବିଜେପିରେ ଯୋଗ ଦେଇଥିବା ମୁକୁଲ ରୟ ପୁଣିଥରେ ଟିଏମସି ମୁହାଁ ହେବାକୁ ଯାଉଥିବା ନେଇ ରାଜନୈତିକ ମହଲରେ ଘନଘନ ଆଲୋଚନା ମୁଣ୍ଡ ଟେକିବାକୁ ଲାଗିଛି । ତେବେ ଏହି ରାଜନୈତିକ ଆଲୋଡନର ମୁଖ୍ୟକାରଣ ହେଉଛି ମୁକୁଲ ରୟ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିବାକୁ ଯାଇପାରନ୍ତି । ହେଲେ ମମତାଙ୍କ ସହିତ ସାକ୍ଷାତକାର ପୂର୍ବରୁ ହିଁ ରାଜନୀତି ଜୋର୍ ଧରିବାକୁ ଲାଗିଛି ।

ତେବେ ଜୁନ୍ ୨ ତାରିଖରେ ଟିଏମସିର ଅଭିଷେକ ବାନାର୍ଜୀ, ମୁକୁଲ ରୟଙ୍କର ଅସୁସ୍ଥ ଥିବା ପତ୍ନୀଙ୍କୁ ଭେଟିବାକୁ ହସ୍ପିଟାଲ ଯାଇଥିଲେ । ଆଉ ତାପରଠାରୁ ହିଁ ରାଜନୀତି ସମୀକରଣରେ ପରିବର୍ତ୍ତନ ହୋଇଥିବା ପରିଲକ୍ଷିତ ହୋଇଛି । ଖାଲି ସେତିକି ନୁହେଁ, କିଛି ଦିନ ତଳେ ମୁକୁଲ ପଶ୍ଚିମବଙ୍ଗ ବିଜେପି ପକ୍ଷରୁ ଡକାଯାଇଥିବା ଏକ ବୈଠକରେ ଯୋଗ ମଧ୍ୟ ଦେଇନଥିଲେ । ହେଲେ ନିକଟରେ ସେ ଦେଇଥିବା ଏକ ବୟାନରେ ଟିମଏସିରେ ପୁଣିଥରେ ଯୋଗଦେବା କଥାକୁ ଅସ୍ୱୀକାର କରିଥିଲେ ଏବଂ ନିଜକୁ ବିଜେପିର ଏକ ଦୃଢ଼ ନେତା ଭାବରେ ଦର୍ଶାଇଥିଲେ ।

ସୂଚନାଯୋଗ୍ୟ, ବିଜେପିରେ ରାଷ୍ଟ୍ରୀୟ ଉପସଭାପତି ଭାବେ ସାମିଲ ହେବା ପୂର୍ବରୁ ମୁକୁଲ ରୟ ଟିଏମସିରେ ମହାସଚିବ ଥିଲେ । ସେ ୨୦୧୭ ରେ ବିଜେପିରେ ସାମିଲ ହୋଇଥିଲେ । ବର୍ତ୍ତମାନ ସେ ବିଜେପିର ରାଜ୍ୟ ସଭା ସଦସ୍ୟ ଭାବରେ କାର୍ଯ୍ୟରତ ।

Get real time updates directly on you device, subscribe now.