fbpx

ଓସ୍କାର ମଞ୍ଚରେ ଚାପୁଡା ଘଟଣା: ଇସ୍ତଫା ଦେଲେ ୱିଲ ସ୍ମିଥ୍, କହିଲେ ଏମିତି

Advertisement

ନୂଆଦିଲ୍ଲୀ: ଓସ୍କାର ମଞ୍ଚ ଉପରେ ଶୋର ଆଙ୍କରଙ୍କୁ ଚାପୁଡା ମାରିବା ଘଟଣାକୁ ନେଇ ଅଡୁଆରେ ପଡିଛନ୍ତି ଅଭିନେତା ୱିଲ ସ୍ମିଥ୍ । ଆଙ୍କର କ୍ରିସ୍ ରକଙ୍କୁ ଚାପୁଡା ମାରିବା କାରଣରୁ ସ୍ମିଥ୍ ଓସ୍କାର ଏକାଡେମୀର ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଓସ୍କାର ପ୍ରଦାନ କରୁଥିବା ଏକାଡେମୀ ଅଫ୍ ମୋସନ ପିକଚର୍ସ ଅଫ୍ ଆର୍ଟସ ଆଣ୍ଡ ସାଇନ୍ସର ସଦସ୍ୟ ରହିଥିବା ୱିଲ ସ୍ମିଥ ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଏକାଡେମୀର ବିଶ୍ୱାସକୁ ମୁଁ ଭାଙ୍ଗିଛି । ଓସ୍କାର ପାଇଁ ଉପସ୍ଥିତ ରହିଥିବା ଅନ୍ୟ ଆଶାୟୀ ଏବଂ ବିଜୟୀ ମାନଙ୍କ ପାଇଁ ମଧ୍ୟ ଅପ୍ରୀତିକର ପରସ୍ଥିତି ସୃଷ୍ଟି ହୋଇଥିଲା । ମୋ ବ୍ୟବହାର ପାଇଁ ମୁଁ କ୍ଷମା ମାଗିବା ସହିତ ଏକାଡେମୀ ଗ୍ରହଣ କରିବାକୁ ଥିବା କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ପ୍ରସ୍ତୁତ । ନିଜ ଇସ୍ତଫାପତ୍ରରେ ଏମିତି ଲେଖିବା ସହିତ ଏକାଡେମୀ ଅଫ୍ ମୋସନ ପିକଚର୍ସ ଅଫ୍ ଆର୍ଟସ ଆଣ୍ଡ ସାଇନ୍ସରୁ ଓହରିଛନ୍ତି ୱିଲ ସ୍ମିଥ୍ ।

ଉଲ୍ଲେଖଯୋଗ୍ୟ ଯେ, ୯୪ ତମ ଏକାଡେମୀ ଆୱାର୍ଡରେ କିଙ୍ଗ ରିଚାର୍ଡ ପାଇଁ ୱିଲ ସ୍ମିଥଙ୍କୁ ଶ୍ରେଷ୍ଠ ଅଭିନେତାର ପୁରସ୍କାର ମିଳିଥିଲା । ଏଥିରେ ସେ ସେରେନା ଓ ଭେନସ ୱିଲିୟମ୍ସଙ୍କ ବାପା ତଥା କୋଚ ଭୂମିକାରେ ନଜର ଆସିଥିଲେ । ନିଜ ଓସ୍କାର ସମୟରେ ଚମକ୍ରାର ଅଭିଭାଷଣ ଦେଇଥିବା ସ୍ମିଥ୍ କିନ୍ତୁ ଏହାର ଏକ ଘଣ୍ଟା ପରେ କ୍ରିସ୍ ରକଙ୍କୁ ଚାପୁଡା ମାରିଥିଲେ । ୱିଲ ସ୍ମିଥଙ୍କ ପତ୍ନୀ ଜାଡା ପ୍ଲିଙ୍କେଟଙ୍କୁ ନେଇ କ୍ରିସ୍ ରକ୍ ଜୋକ କରିଥିଲେ । ଏଥିରେ ରାଗି ଯିବା ସହିତ ଚୁପ୍ ରହିବାକୁ କହିଥିଲେ ସ୍ମିଥ୍ । ତେବେ କ୍ରିସ୍ ରକ୍ ଚପ ନ ରହିବାରୁ ରାଗରେ ଚାପୁଡା ମାରିଥିଲେ ୱିଲ ସ୍ମିଥ୍ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହିତ ବିଭିନ୍ନ ସୋସିଆଲ ମିଡିଆରେ ତାଙ୍କୁ ସମାଲୋଚନା କରାଯାଇଥିଲା ।

Get real time updates directly on you device, subscribe now.