fbpx

(Video)କ’ଣ Google Translate ବ୍ୟବସ୍ଥା ଶେଷ ହୋଇଯିବ? OpenAI ର GPT 4o ନିମିଷକେ ଅନୁବାଦ କରିଦେବା ସହ ଦେଉଛି ଏହିସବୁ ସୁବିଧା

Advertisement

ନୂଆଦିଲ୍ଲୀ: OpenAI ଏହାର ଅପଡେଟରେ GPT 4o  ଲଞ୍ଚ କରିଛି । କମ୍ପାନୀର ସିଟିଓ ଆଜି ଏହା ଲଞ୍ଚ କରିଛନ୍ତି । ଏହା କମ୍ପାନୀର ନୂଆ ଫ୍ଲାଗସିପ୍ ମଡେଲ୍ ଯେଉଁଥିରେ o ଅର୍ଥ omni ଅଟେ । ଏହି ଏଆଇ ଟୁଲ୍ ଟେକ୍ସଟ୍, ଅଡିଓ ଓ ଭିଡିଓ ସହ ଆସିଥାଏ । ଏହାକୁ ଆପଣ ChatGPT –ଆପ୍ ରେ ହିଁ ଆକ୍ସେସ୍ କରିପାରିବେ ।

GPT 4oକୁ ଫ୍ରି ଓ ପେଡ୍ ଉଭୟ ୟୁଜର୍ସଙ୍କ ଲାଗି ଜାରି କରାଯାଇଛି । ତେବେ ଏହାର ସମସ୍ତ ଫିଚର ଏବେ ସାମ୍ନାକୁ ଆସିନାହିଁ । ଏହି ପ୍ଲାଟଫର୍ମ ଜରିଆରେ କମ୍ପାନୀ ଟେକ୍ସଟ୍, ଅଡିଓ ଓ ଭିଡିଓକୁ ପରସ୍ପର ସହ ଯୋଡି ପାରିଛି । ଏହି ଟୁଲ୍ ରିଅଲ୍ ଟାଇମ୍ ଟ୍ରାନ୍ସଲେସନ ବି କରିପାରିବ ଯାହା ବହୁତ ଉପାଦେୟ ସାବ୍ୟସ୍ତ ହେବ ।

ଏହାର ଟ୍ରାନସଲେସନ ଦକ୍ଷତାକୁ କମ୍ପାନୀ ଏକ ଭିଡିଓ ଜରିଆରେ ପ୍ରଦର୍ଶିତ କରିଛି । ଏହି ଟୁଲ୍ କୌଣସି ଫିଲ୍ମରେ ବ୍ୟବହାର ହେଉଥିବା ଏଆଇ ପରି ଅନୁଭବ ହେବ । GPT 4o  ରିଅଲ୍ ଟାଇମ୍ ଟ୍ରାନସଲେସନ ବେଶ୍ ଭଲ ଭାବରେ କରିଥାଏ । ଏକ ଭିଡିଓରେ ଏହି ଟୁଲ୍ ଦୁଇ ଜଣଙ୍କ ମଧ୍ୟରେ ଏକ ଟ୍ରାନସଲେଟର କାମ କରୁଥିବାର ଦେଖାଯାଇଛି । ଏହା ସାହାଯ୍ୟରେ ଉଭୟ ୟୁଜର୍ସ ବେଶ୍ ସହଜରେ ନିଜ ନିଜ ଭାଷାରେ କଥା ହୋଇପାରୁଛନ୍ତି । ଯଦି ଆପଣ ହିନ୍ଦୀ କହୁଛନ୍ତି ଓ ଅନ୍ୟ ଜଣେ ୟୁଜର କେବଳ ଇଂରାଜୀ ଜାଣନ୍ତି ତେବେ ଆପଣ ଏହି ଟୁଲ୍ ସହାୟତାରେ ବିନା କୌଣସି ସମସ୍ୟାରେ ପରସ୍ପର ସହ କଥା ହୋଇପାରିବେ ।

ତେବେ GPT 4o ର ଅନୁବାଦ କ୍ଷମତାକୁ ଦେଖି କିଛି ଲୋକଙ୍କ ମନରେ ପ୍ରଶ୍ନ ଉଠିଛି କି ଏହା ଗୁଗଲ ଟ୍ରାନ୍ସଲେଟର ସ୍ଥାନ ନେବ ଓ ଗୁଗଲ ଟ୍ରାନ୍ସଲେଟ ସମାପ୍ତି ହୋଇଯିବ । ତେବେ OpenAI କୁ ଟକ୍କର ଦେବା ଲାଗି ଗୁଗଲ କିଛି ବଡ ଘୋଷଣା କରିପାରେ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.