fbpx

ସତରେ ହଟିବେ କି ଧନଖଡ: ଗୃହରେ ବିରେଧୀଙ୍କ ହାଲ୍ଲାବୋଲ୍, ରାଜ୍ୟସଭା ସଭାପତିଙ୍କ ବିରୋଧରେ ମହାଅଭିଯୋଗ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ହାବଭାବ ଓ ଆଚରଣରେ ଖପ୍ପା ହୋଇଛନ୍ତି ବିରୋଧୀ ଦଳ । ଏନେଇ ଗୃହରେ ହଟ୍ଟୋଗୋଳ ଦେଖାଦେଇଛି । ଗୃହରେ ଧନଖଡ ଓ ବିରୋଧୀ ସଦସ୍ୟଙ୍କ ମଧ୍ୟରେ ତୀବ୍ର କଥା କଟାକଟି ସହ ବଢିଚାଲିଛି ତିକ୍ତତା । ଧନଖଡଙ୍କ କାର୍ୟ୍ୟଶୈଳୀରେ ଜମା ସନ୍ତୁଷ୍ଟ ନୁହନ୍ତି ବିରୋଧୀ ଦଳ ।

ସେହିପରି ବିରୋଧୀ ଦଳର ନେତାମାନଙ୍କ ସହ ଧନଖଡଙ୍କର ଯୁକ୍ତିତର୍କ ପାଇଁ ବାରମ୍ବାର ଗୃହ ଅଚଳ ରହୁଛି । ବିରୋଧୀ ସଦସ୍ୟମାନେ ଗୃହ ଚଳାଇବାକୁ ଦେଉନଥିବା ଅଭିଯୋଗ କରି ଜଗଦୀପ ଧନଖଡ ନିଜେ ନିଜ ଆସନରୁ ଉଠି ଚାଲିଯାଇଥିଲେ । ଇଣ୍ଡି ମେଂଟ ରାଜ୍ୟସଭା ସଭାପତି ଭାବେ ଧନଖଡଙ୍କୁ ହଟାଇବା ପାଇଁ ମହାଭିଯୋଗ ପ୍ରସ୍ତାବ ନୋଟିସ ଦେବା ପାଇଁ ଚକ୍ରାନ୍ତ କରୁଛି ।

ବିଶେଷ ସୂତ୍ରରୁ ଜଣାପଡିଛି ଯେ, ୮୭ରୁ ୮୦ ଜଣ ବିରୋଧୀ ଦଳ ସଦସ୍ୟ ନୋଟିସରେ ଦସ୍ତଖତ କରିଛନ୍ତି । ତେବେ, ଗୃହ ମୁଲତବୀ ହୋଇଯାଇଥିବାରୁ ବିରୋଧୀଙ୍କ ଧନଖଡ ହଟାଅ ଅଭିଯାନ ବିଳମ୍ବିତ ହେବ । ଧନଖଡଙ୍କ ବିରୋଧରେ ପ୍ରସ୍ତାବିତ ମହାଭିଯୋଗ ନେଇ ଗୃହର ନେତା ଜେ.ପି ନଡ୍ଡାଙ୍କୁ ବିରୋଧୀ ମେଣ୍ଟ ଜଣାଇ ଦେଇଥିବା କୁହାଯାଉଛି । ସମ୍ବିଧାନର ଧାରା ୬୭ ଅନୁସାରେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ହଟାଯାଇପାରିବ ।

ସମ୍ବିଧାନ ଉଲ୍ଲଂଘନ, କ୍ଷମତାର ଅପବ୍ୟବହାର ଓ ଗୃହ ଚଳାଇବା ପାଇଁ ଅସମର୍ଥ ଅଭିଯୋଗ ଭିତ୍ତିରେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ହଟାଯାଇପାରିବ । ଆଗରୁ ସଂସଦୀୟ ଇତିହାସରେ ଆଗରୁ କୌଣସି ରାଜ୍ୟସଭା ସଭାପତିଙ୍କ ବିରୋଧରେ ମହାଭିଯୋଗ ବା ଅନାସ୍ଥା ପ୍ରସ୍ତାବ ଆଗତ ହୋଇନାହିଁ । ୨୦୨୦ରେ ରାଜ୍ୟସଭାର ତତ୍କାଳୀନ ଉପାଧ୍ୟକ୍ଷ ହରିବଂଶଙ୍କ ବିରୋଧରେ ୧୨ଟି ବିରୋଧୀ ଦଳ ଆଗତ କରିଥିଲେ ଅନାସ୍ଥା ପ୍ରସ୍ତାବ । କିନ୍ତୁ ସେତେବେଳର ଅଧ୍ୟକ୍ଷ ଏମ. ଭେଙ୍କେୟା ନାଇଡୁ ପ୍ରସ୍ତାବ ଖାରଜ କରିଦେଇଥିଲେ ।

Get real time updates directly on you device, subscribe now.