fbpx

ସ୍କିନ୍ ଟୁ ସ୍କିନ୍ କନେକ୍ଟ୍ ବିନା ପୋକ୍ସୋ ଆକ୍ଟ ଲାଗୁ ହେବ କି ନାହିଁ? ସୁପ୍ରିମକୋର୍ଟରେ ଆଜି ହେବ ଶୁଣାଣି

ନୂଆଦିଲ୍ଲୀ: ସ୍କିନ୍ ଟୁ ସ୍କିନ୍ କନେକ୍ଟ୍ ବିନା ପୋକ୍ସୋ ଆକ୍ଟ ଲାଗୁ ହେବ କି ନାହିଁ, ଏହି ମାମଲାରେ ଗୁରୁବାର ଦିନ ଅର୍ଥାତ୍ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ । ଜଷ୍ଟିସ୍ ୟୁୟୁ ଲଳିତ, ଜଷ୍ଟିସ୍ ଏସ୍ ରବିନ୍ଦ୍ର ଭଟ୍ଟ ଓ ଜଷ୍ଟିସ୍ ବେଲା ଏମ୍ ଦ୍ୱିବେଦୀଙ୍କ ପୀଠ ଏହି ମାମଲାରେ ସବୁ ପକ୍ଷର ଅଭିଯୋଗକୁ ଶୁଣି ସେପ୍ଟେମ୍ବର ୩୦ ତାରିଖରେ ନିଜର ନିଷ୍ପତ୍ତିକୁ ସୁରକ୍ଷିତ ରଖିଥିଲେ । ତେବେ ଆଜି ଏହି ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ନିଷ୍ପତ୍ତି ନେବାକୁ ଯାଉଛି ।

ସୂଚନାଯୋଗ୍ୟ, ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ଯୌନ ଉତ୍ପୀଡ଼ନରେ ଏକ ଅଭିଯୁକ୍ତକୁ ଏହା କହି ମୁକ୍ତ କରିଥିଲେ ଯେ, ସ୍କିନ୍ ଟୁ ସ୍କିନ୍ ସମ୍ବନ୍ଧ ବିନା ନାବାଳିକାଙ୍କ କୌଣସି ଅଙ୍ଗକୁ ଇସାରା କରିବା ପୋକ୍ସୋ ଆକ୍ଟ ଅଧିନିୟମ ଅଧୀନରେ ଆସୁନାହିଁ । ଆଟର୍ଣ୍ଣି ଜେନେରାଲ୍ କେ.କେ ବେଣୁଗୋପାଳ ଏହି ମାମଲାକୁ ସୁପ୍ରିମକୋର୍ଟରେ ଉଠାଇଥିଲେ ।

ଶୁଣାଣି ସମୟରେ ଆବେଦନକାରୀମାନେ କୋର୍ଟଙ୍କୁ କହିଥିଲେ ଯେ ହାଇକୋର୍ଟଙ୍କ ନିଷ୍ପତ୍ତିର ଅର୍ଥ ହେଉଛି, ଯଦି ଯୌନ ନିର୍ୟାତନାର ଅଭିଯୁକ୍ତ ଏବଂ ପୀଡିତାଙ୍କ ମଧ୍ୟରେ କୌଣସି ସିଧାସଳଖ ସ୍କିନ୍ ଟୁ ସ୍କିନ୍ ସମ୍ପର୍କ ନଥାଏ, ତେବେ ତାହା ପୋକ୍ସୋ ଅଧିନିୟମ ଅନୁଯାୟୀ ଯୌନ ଉତ୍ପୀଡ଼ନ ମାମଲା ନୁହେଁ। ଶୁଣାଣି ସମୟରେ ଆଟର୍ଣ୍ଣି ଜେନେରାଲ କହିଥିଲେ ଯେ ଅଦାଲତର ଏହି ନିଷ୍ପତ୍ତି ବ୍ୟଭିଚାରକାରୀଙ୍କୁ ମୁକ୍ତ କରିଦେବ ଓ ସେହିଭଳି କାଣ୍ଡ କରିବାକୁ ପ୍ରଶୟ ମଧ୍ୟ ଦେବ । ଏଥିସହିତ ସେମାନଙ୍କୁ ଦଣ୍ଡ ଦେବା ଅତ୍ୟନ୍ତ ଜଟିଳ ଏବଂ କଷ୍ଟସାଧ୍ୟ ହେବ।

Get real time updates directly on you device, subscribe now.