Same Sex Marriageକୁ ମାନ୍ୟତା ଦେବେ କି ସୁପ୍ରିମକୋର୍ଟ? ମଙ୍ଗଳବାର ଶୁଣାଣୀ କରିବେ ଅଦାଲତ

ନୂଆଦିଲ୍ଲୀ: ଦେଶରେ ସମଲିଙ୍ଗୀ ବିବାହକୁ ନେଇ ନିଷ୍ପତ୍ତି ଶୁଣାଇବାକୁ ପ୍ରସ୍ତୁତ ହୋଇଛନ୍ତି ସୁପ୍ରିମକୋର୍ଟ । ଏହି ବିବାହକୁ ଆଇନଗତ ଅଧିକାର ମିଳିବ କି ନାହିଁ, ମଙ୍ଗଳବାର ଅଦାଲତ ଏହାର ରାୟ ଶୁଣାଇବେ । ମୁଖ୍ୟ ବିଚାରପତି ଡି. ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ମାମଲାକୁ ନେଇ ୧୦ ଦିନ ପର୍ୟ୍ୟନ୍ତ ଶୁଣାଣୀ କରିଥିଲେ । ଏହାପରେ ବେଞ୍ଚ ମେ’ ୧୧ ତାରିଖରେ ଏହି ଆବେଦନ ଉପରେ ନିଷ୍ପତ୍ତିକୁ ସୁରକ୍ଷିତ ରଖିଛନ୍ତି । ଏହି ଖଣ୍ଡପୀଠରେ ଜଷ୍ଟିସ ସଞ୍ଜୟ କିଶାନ କୌଲ, ଜଷ୍ଟିସ ଏସ. ରବିନ୍ଦ୍ର ଭଟ୍ଟ, ଜଷ୍ଟିସ ହିମା କୋହଲି ଏବଂ ଜଷ୍ଟିସ ପି.ଏସ ନରସିଂହ ସାମିଲ ରହିଛନ୍ତି ।

ଶୁଣାଣି ସମୟରେ କେନ୍ଦ୍ର ଏସସିଙ୍କୁ କହିଛି ଯେ ସମଲିଙ୍ଗୀ ବିବାହର ଆଇନଗତ ସ୍ୱୀକୃତି ପାଇଁ ଆବେଦନ କରାଯାଇଛି । କିନ୍ତୁ ଏହାର ସାମ୍ବିଧାନିକ ଘୋଷଣା ପାଇଁ କୌଣସି ସଠିକ୍ କାର୍ଯ୍ୟ ହୋଇପାରିବ ନାହିଁ । କାରଣ ଅଦାଲତ ଏହାର ପରିଣାମର ଅନୁମାନ ଲଗାଇବା ସମ୍ଭବ ନୁହେଁ । ଏହାକୁ ପରିକଳ୍ପନା କରିବା କିମ୍ବା ଏହାକୁ ସାମ୍ନା କରିବାରେ ଅଦାଲତ ସକ୍ଷମ ମଧ୍ୟ ହୋଇ ନ ପାରନ୍ତି । ସେପଟେ ୭ଟି ରାଜ୍ୟରୁ ସମଲିଙ୍ଗୀ ବିବାହକୁ ନେଇ ପ୍ରତିକ୍ରିୟା ମିଳିଥିବା କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ କହିଛି । ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ଏବଂ ଆସାମ ସରକାର ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ପାଇଁ ହୋଇଥିବା ଆବେଦନର ବିରୋଧ କରିଛନ୍ତି । ଗତ ଏପ୍ରିଲ ୧୮ ତାରିଖରେ ଏହି ମାମଲାର ଶୁଣାଣୀ ଆରମ୍ଭ କରିଥିଲେ ସୁପ୍ରିମକୋର୍ଟ । ତେବେ ୨୦ ତାରିଖରେ କୋର୍ଟ ରାୟ କହିଥିଲେ ଯେ, ସହମତିରେ ହୋଇଥିବା ସମଲିଙ୍ଗୀ ଶାରୀରିକ ସମ୍ପର୍କ ଅପରାଧର ଶ୍ରେଣୀଭୁକ୍ତ କରାଯାଇ ପାରିବ ନାହିଁ ।

ସମଲିଙ୍ଗୀ ଦମ୍ପତିମାନେ ନିଜ ପିଲାମାନଙ୍କର ଯତ୍ନ ନେଉନାହାଁନ୍ତି ବୋଲି ହୋଇଥିବା ଯୁକ୍ତିରେ ବେଞ୍ଚ ସହମତ ନୁହଁନ୍ତି । ଏଥି ସହିତ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, ସମଲିଙ୍ଗୀ ବିବାହର ମାନ୍ୟତା ପାଇଁ ସହରାଞ୍ଚଳରେ ଆବେଦନ ଦାଖଲ କରାଯିବା ଉଚିତ । ତେବେ ବିବାହର ସ୍ୱୀକୃତି ହେଉଛି ଏକ ଆଇନଗତ କାର୍ୟ୍ୟ, ଯାହା ଉପରେ କୋର୍ଟ ନିଷ୍ପତ୍ତି ନେବାକୁ ବାରଣ କରିବା ଉଚିତ୍।