fbpx

ଭିନେଶ ଫୋଗାଟଙ୍କୁ ମିଳିବ କି ରୌପ୍ୟ ପଦକ? ଆଜି ଶୁଣାଣି… ରାୟ ପୂର୍ବରୁ ଓକିଲଙ୍କ ବୟାନ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ-୨୦୨୪ରେ ଭିନେଶ ଫୋଗାଟଙ୍କ ମାମଲା ଅଗଷ୍ଟ ୯ ତାରିଖରେ ଶେଷ ହୋଇସାରିଛି । ତେବେ ଆଜି ଏହି ମାମଲା ଉପରେ ବଡ଼ ନିଷ୍ପତ୍ତି ନିଆଯିବ । ଭିନେଶଙ୍କୁ ରୌପ୍ୟ ପଦକ ଦିଆଯିବ କି ନାହିଁ, ସେ ନେଇ ଆଜି ଶୁଣାଣି କରିବେ ମାନ୍ୟବର କୋର୍ଟ । ଭିନେଶଙ୍କ ଏହି ମାମଲା ଏବଂ ଏହାର ଶୁଣାଣି ଉପରେ ସାରା ବିଶ୍ୱର ନଜର ରହିଛି । ତେବେ କୋର୍ଟ ନିଜ ରାୟ ଶୁଣାଇବା ପୂର୍ବରୁ ଏହି ମାମଲାରେ ଏକ ବଡ଼ ବୟାନ ଦେଇଛନ୍ତି । ସାଧାରଣତଃ ଏଭଳି ମାମଲାର ଶୁଣାଣି ପାଇଁ କୋର୍ଟ ମାତ୍ର ୨୪ ଘଣ୍ଟା ସମୟ ନେଇଥାନ୍ତି । କିନ୍ତୁ ଭିନେଶ ଫୋଗାଟଙ୍କ ମାମଲାରେ ଅଧିକ ସମୟ ନେଇଛନ୍ତି ଅଦାଲତ । ଅଗଷ୍ଟ ୧୦ ତାରିଖରେ ଏହି ମାମଲାର ରାୟ ଆସିବାକୁ ଥିବା ବେଳେ ଏହା ୧୩ ତାରିଖକୁ ଘୁଞ୍ଚାଇ ଦିଆ ଯାଇଥିଲା ।

ଭିନେଶଙ୍କ ମାମଲାରେ ଓକିଲ ବିଦୁଷ୍ପଦ ସିଂଘାନିଆ କହିଛନ୍ତି ଯେ, କୋର୍ଟଙ୍କ ରାୟ ସମ୍ପୂର୍ଣ୍ଣ ଭାବରେ ଭିନେଶଙ୍କ ସପକ୍ଷରେ ରହିବ ବୋଲି ମୋର ଭରସା ରହିଛି । ଆଶା ଓ ଭରସା ଥିଲା ବୋଲି ଯାଚିକା ଦାୟର କରାଯାଇଛି । ଏଡହକ୍ ପ୍ୟାନେଲର ଶୁଣାଣି ୨୪ ଘଣ୍ଟା ମଧ୍ୟରେ ଦେବାକୁ ପଡ଼ିଥାଏ ବୋଲି ସେ ଏକ ଦଲିଲ ଦେଇଛନ୍ତି । କିନ୍ତୁ ଏଥର ଟାଇମିଙ୍ଗ ବୃଦ୍ଧି କରାଯାଇଛି । ମାମଲାକୁ ଅଧିକ ଗୁରୁତର ସହ ନେଇଥିବାରୁ ଶୁଣାଣି ଆମ ପକ୍ଷରେ ରହିବ ବୋଲି ବିଶ୍ୱାସ ରହିଛି । ଅର୍ଥାତ୍ ରେସଲିଂରେ ଭିନେଶ ପୋଗାଟଙ୍କୁ ରୌପ୍ୟ ପଦକ ବିଜେତା ଭାବରେ ଘୋଷଣା କରିବ ସିଏଏସ । ତେବେ କେବଳ ଭିନେଶଙ୍କ ଓକିଲ ନୁହେଁ, ଭାରତର ଅନ୍ୟାନ୍ୟ କ୍ରୀଡ଼ାବିତଙ୍କ ସମେତ ଦେଶ ବାହାରର ଅନେକ ଖେଳାଳି ମଧ୍ୟ ଭିନେଶଙ୍କ ସପକ୍ଷରେ ସ୍ୱର ଉତ୍ତୋଳନ କରିଛନ୍ତି । ଫାଇନାଲ ମ୍ୟାଚରେ ଅଯୋଗ୍ୟ ବିବେଚିତ ହୋଇଥିଲେ ମଧ୍ୟ ତାଙ୍କୁ ଯୁଗ୍ମ ରଜତ ପଦକ ବିଜୟୀନୀ ଭାବରେ ଘୋଷଣା କରାଯିବା ଉଚିତ୍ ।

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ର ମହିଳା ୫୦ କିଲୋଗ୍ରାମ ରେସଲିଂ ଇଭେଣ୍ଟ ଫାଇନାଲ ପୂର୍ବରୁ ଓଜନ ଅଧିକ ଥିବାରୁ ଭାରତୀୟ ରେସଲର ଭିନେଶ ଫୋଗାଟଙ୍କୁ ଅଲିମ୍ପିକ୍ସରୁ ଅଯୋଗ୍ୟ ବିବେଚିତ କରାଯାଇଥିଲା। ଅଲିମ୍ପିକ୍ ଫାଇନାଲରେ ପ୍ରବେଶ କରିଥିବା ପ୍ରଥମ ଭାରତୀୟ ମହିଳା ରେସଲର ହୋଇ ଭିନେଶ ଇତିହାସ ସୃଷ୍ଟି କରିଛନ୍ତି । ଫାଇନାଲ ମ୍ୟାଚର ସକାଳ ପର୍ୟ୍ୟନ୍ତ ସେ ଅତି କମରେ ରୌପ୍ୟ ପଦକ ଜିତିବେ ବୋଲି ନିଶ୍ଚିତ ଥିଲା, କିନ୍ତୁ ତାଙ୍କର ଓଜନ ୧୦୦ ଗ୍ରାମ ଅଧିକ ଜାଣିବା ପରେ ତାଙ୍କୁ ଫାଇନାଲରୁ ବାଦ୍ ଦିଆଯାଇଛି ।

ସାରା ବିଶ୍ୱରେ ଖେଳ ପାଇଁ ପ୍ରସ୍ତୁତ ହୋଇଥିବା ସ୍ୱତନ୍ତ୍ର ସଂସ୍ଥା ହେଉଛି ସିଏଏସ । ଖେଳ ସହ ଜଡ଼ିତ ସମସ୍ତ ଆଇନଗତ ବିବାଦର ସମାଧାନ କରିବା ପାଇଁ ଏହାକୁ ଗଠନ କରାଯାଇଛି । ୧୯୮୪ ମସିହାରେ ସ୍ଥାପିତ ଅନ୍ତରାଷ୍ଟ୍ରୀୟ କ୍ରୀଡ଼ା ସମ୍ବନ୍ଧୀୟ ବିବାଦର ମଧ୍ୟସ୍ଥି କରି ଏହାକୁ ସମାଧାନ କରିଥାଏ । ସ୍ୱିଜରଲାଣ୍ଡର ଲଜେନରେ ଏହାର ମୁଖ୍ୟାଳୟ ରହିଥିବା ବେଳେ ନ୍ୟୁୟର୍କ, ସିଡନୀ ଏବଂ ଲଜେନରେ ଏହାର ଅଦାଲତ ରହିଛି । ଏହାବ୍ୟତୀତ ଅଲିମ୍ପିକ୍ ଆୟୋଜକ ଦେଶରେ ଏହାର ଅସ୍ଥାୟୀ ଅଦାଲତ ପ୍ରସ୍ତୁତ କରାଯାଉଛି ।

Get real time updates directly on you device, subscribe now.