ବିରାଟ ହେବେ ଭାରତୀୟ କ୍ରିକେଟ ଟିମର କୋଚ୍! ରବି ଶାସ୍ତ୍ରୀ ଦେଲେ ବଡ଼ ବୟାନ…

ବରାଟଙ୍କୁ ନେଇ ବଡ଼ ଚର୍ଚ୍ଚା । ଅବସର ଘୋଷଣା ଦେଇଛି କଷ୍ଟ ।

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଟିମର ଷ୍ଟାର ପ୍ଲେୟର ବିରାଟ କୋହଲିଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ବିରାଟ ହଠାତ୍ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଏ ଚର୍ଚ୍ଚା ମୁଣ୍ଡ ଟେକିଛି ।

୨୦୨୪ ଟିଟ୍ୱେଣ୍ଟି ୱାର୍ଲ୍ଡ କପ ହାସଲ କରିବା ପରେ ବିରାଟ ଟେଷ୍ଟ ମ୍ୟାଚରୁ ଅବସର ଘୋଷଣା କରିଛନ୍ତି । ବିରାଟ ବର୍ତ୍ତମାନ ଓଡିଆଇ ମ୍ୟାଚ୍ ଖେଳିବେ । ତାଙ୍କ ଟାର୍ଗେଟରେ ଏବେ ରହିଛି ୨୦୨୭ ୱାର୍ଲ୍ଡ କପ୍ ।

ଟେଷ୍ଟ ସିରିଜରୁ ଅବସର ପରେ ଭାରତୀୟ ର୍କ୍ରିକେଟ ଟିମର ପୂର୍ବତନ ଖେଳାଳି ତଥା କୋଚ୍ ରବି ଶାସ୍ତ୍ରୀ ବିରାଟଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି; ଭବିଷ୍ୟତରେ ବିରାଟ ଭାରତୀୟ କ୍ରିକେଟ ଟିମର କୋଜଚ ହେବା ନେଇ ଯେଉଁ ଆଲୋଚନା ହେଉଛି ତାହା କାର୍ଯ୍ୟକାରୀ ହେବ ନାହିଁ ।

ବିରାଟ ବର୍ତ୍ତମାନ ଓଡିଆଇ ମ୍ୟାଚରେ ସକ୍ରିୟ ରହିବେ । କିନ୍ତୁ ଥରେ ସେ ଚାରିଗଲା ପରେ କ୍ରିକେଟ ଛାଡ଼ିଦେବେ । ବିରାଟ ସେମିତିକା ଖେଳାଳି ନୁହଁନ୍ତି, ଯେଉଁମାନେ ଅବସର ପରେ କୋଚ୍ କିମ୍ବା ବଡ଼କାଷ୍ଟର ହେବାକୁ ଇଚ୍ଛା ପ୍ରକଟ କରନ୍ତି ।

ଭାରତ ଯେତେବେଳେ ଇଂଲଣ୍ଡ ବିପକ୍ଷରେ ତା’ର ପ୍ରଥମ ଟେଷ୍ଟ ଖେଳିବ ସେ ସମୟରେ ବିରାଟଙ୍କୁ ମୁଁ ମନେପକାଇବି ବୋଲି ରବି କହିଛନ୍ତି ।