fbpx

ଟି-୨୦ ବିଶ୍ୱକପ ଦଳରୁ ବାଦ ପଡିଲେ କୋହଲି! ଜାଣନ୍ତୁ କିଏ ଚୟନ କଲେ ଏମିତି ଟିମ

Advertisement

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର-ନଭେମ୍ବରରେ ଖେଳାଯିବ ଟି-୨୦ ବିଶ୍ୱକପ ୨୦୨୨ । ତେବେ ଏହି ବିଶ୍ୱକପକୁ ନେଇ ଚର୍ଚ୍ଚା ଜୋର ଧରିଲାଣି । ସମସ୍ତ ଦଳ ନିଜର ବେଷ୍ଟ ପ୍ଲେଇଙ୍ଗ-୧୧ ଖୋଜିବାରେ ବ୍ୟସ୍ତ । ତେବେ ଏହା ମଧ୍ୟରେ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ନେଇ ଆସିଛି ଏକ ବଡ ଖବର । ବିଶ୍ୱକପ ପାଇଁ ଚୟନ ହୋଇଥିବା ଏକ ଦଳରୁ ସେ ବାଦ ପଡିଛନ୍ତି । ତେବେ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ଭାରତର ପୂର୍ବତନ ଖେଳାଳି ବିରେନ୍ଦ୍ର ସେହୱାଗ ।

ଟି-୨୦ କ୍ରିକେଟରେ ବିରାଟ କୋହଲି ଭାରତ ପାଇଁ ଜଣେ ମହାନ ବ୍ୟାଟ୍ସମ୍ୟାନ । ଟପ-୩ ବ୍ୟାଟିଂ ଅର୍ଡରରେ ବ୍ୟାଟିଂ କରି ଅନେକ ଥର ଦଳକୁ ବିଜୟ ଦେଇଛନ୍ତି ବିରାଟ । କିନ୍ତୁ ଆସନ୍ତା ବିଶ୍ୱକପ ପାଇଁ ତାଙ୍କ ଉପରେ ଭରଷା କରି ନାହାନ୍ତି ସେହୱାଗ । ତାଙ୍କ ସ୍ଥାନରେ କୌଣସି ଯୁବ ଖେଳାଳିଙ୍କୁ ସୁଯୋଗ ଦେବାକୁ ସେ ଏକ ବୟାନରେ କହିଛନ୍ତି । ଟପ-୩ରେ ଖେଳିବା ପାଇଁ ଭାରତ ପାଖରେ ଅନେକ ବିକଳ୍ପ ରହିଛି । ତେବେ ଏହି ଟୁର୍ଣ୍ଣାମେଣ୍ଟ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବାରୁ ସେ ଟପ-୩ରେ ରୋହିତ ଶର୍ମା, ଇଶାନ କିଶାନ ଏବଂ କେ.ଏଲ ରାହୁଲ ହେବା ଉଚିତ ବୋଲି କହିଛନ୍ତି ସେହୱାଗ ।

ଏହାବ୍ୟତୀତ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ସ୍କ୍ୱାଡରେ ସେହୱାଗ ଜଣେ ଯୁବ ଦ୍ରୁତ ବୋଲରଙ୍କୁ ସ୍ଥାନ ଦେବାକୁ ଚାହିଁଛନ୍ତି । ଟିମ ଇଣ୍ଡିଆରେ ନୂଆ କରି ଯୋଗ ଦେଇଥିବା ଉମରାନ ମଲିକଙ୍କୁ ବିଶ୍ୱକପ ଦଳରେ ଖେଳାଇବା ଉଚିତ ବୋଲି ସେ ମତ ଦେଇଛନ୍ତି । ଗତବର୍ଷ ବିଶ୍ୱକପରେ ଟିମ ଇଣ୍ଡିଆର ନେତୃତ୍ୱ ନେଇଥିଲେ କୋହଲି । ତେବେ ଦଳର ପ୍ରଦର୍ଶନ ଖରାପ ରହିଥିଲା ଏବଂ ଟୁର୍ଣ୍ଣାମେଣ୍ଟର ପ୍ରଥମ ପର୍ଯ୍ୟାୟରୁ ଦଳ ବାଦ ପଡିଥିଲା ।

Get real time updates directly on you device, subscribe now.