କିଏ ହେବେ RCBର ଅଧିନାୟକ?: ପୁଣି ବିରାଟ ଧରିବେ କି ଦଳର ମଙ୍ଗ? ସୂଚନା ଦେଲେ ଡାନିଏଲ ଭିଟ୍ଟୋରୀ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗର ୧୫ତମ ସଂସ୍କରଣ ପାଇଁ ଆରମ୍ଭ ହୋଇଯାଇଛି ଅଙ୍କକଷା । ସମସ୍ତ ଦଳ ଏବେ ଟ୍ରଫି ପାଇଁ ଆରମ୍ଭ କଲେଣି ଯୋଜନା । ଏହା ଭିତରେ କିନ୍ତୁ ଫସି ଯାଇଛି ବିରାଟ କୋହଲିଙ୍କ ଟିମ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର । ଗତ ସିଜନରେ ବିରାଟ ଅଧିନାୟକ ପଦ ଛାଡିବା ପରେ ନୂଆ ଅଧିନାୟକଙ୍କ ପାଇଁ ଚିନ୍ତାରେ ପଡିଛି ଆରସିବି । କିଏ ହେବେ ଦଳର ନୂଆ ଅଧିନାୟକ ସେ ନେଇ ଚାଲିଛି ଆଲୋଚନା । ତେବେ ପୁଣି ଥରେ ବିରାଟ ନେତୃତ୍ୱ ଭାର ନେବେ ବୋଲି ଯେଉଁ ପ୍ରଶ୍ନ ଉଠିଥିଲା, ଏହାର ଉତ୍ତର ରଖିଛନ୍ତି ଦଳର ପୂର୍ବତନ ଅଧିନାୟକ ଡାନିଏଲ ଭିଟ୍ଟୋରୀ ।

Daniel Vettori reveals 'the next Virat Kohli' of Royal Challengers  Bangalore | CricketTimes.com

ବିରାଟ କୋହଲି ନିଜ ଫିଟନେସ ଏବଂ ଖେଳ ପ୍ରତି ତାଙ୍କ ସମର୍ପଣ ପାଇଁ ଜଣାଯାଇଥାନ୍ତି । ତେଣୁ କ୍ରିକେଟ ଫ୍ୟାନ୍ସମାନେ ତାଙ୍କୁ ପୁଣିଥରେ ଅଧିନାୟକ ପଦରେ ଦେଖିବାକୁ ଦାବି କରିଛନ୍ତି । ତେବେ ଏ ନେଇ ଭିଟ୍ଟୋରୀ କହିଛନ୍ତି ଯେ, ଦଳ ନୂଆ ସିଜନ ପାଇଁ ପ୍ରସ୍ତୁତ ଅଛି । ବିରାଟ ନେତୃତ୍ୱ ପଦରୁ ଇସ୍ତଫା ଦେବା ପରେ ନୂଆ ଅଧିନାୟକ ନିଯୁକ୍ତ କରାଯିବ ବୋଲି କହିଛନ୍ତି ଭିଟ୍ଟୋରୀ । ପ୍ରଶଂସକମାନଙ୍କ ଦାବି ପରେ ସୁଦ୍ଦା ଦଳ ଆଉ ଜଣେ ବିକଳ୍ପ ଖୋଜିବ ବୋଲି ସେ ପ୍ରକାଶ କରିଛନ୍ତି । ବିରାଟ କୋହଲି ଚଳିତ ସିଜନରେ ନେତୃତ୍ୱ ନେବେ ନାହିଁ ବୋଲି ସେ ସ୍ପଷ୍ଟ କରି କହିଛନ୍ତି ।

 

Faf Du PLessis to take over as Captain of RCB in IPL 2022 Glenn Maxwell  also in race - IPL 2022 के लिए इस दिग्गज को मिलेगी RCB की कप्तानी,  फ्रेंचाइजी जल्द

ତେବେ ବ୍ୟାଟିଙ୍ଗ କ୍ଷେତ୍ରରେ ବିରାଟ ଜଣେ ମହାନ ଖେଳାଳି । ଅବଶ୍ୟ ବର୍ତ୍ତମାନ ସ୍ଥିତିରେ ସେ ସାମାନ୍ୟ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ତେବେ ଏଥିରୁ ବାହାରି ସେ ଖୁବ ଶୀଘ୍ର ବଡ ପାଳି ଖେଳିବେ ବୋଲି ଆଶଶ ରଖିଛନ୍ତି ଡାନିଏଲ ଭିଟ୍ଟୋରୀ । ଏହା ସହିତ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ୟରେ ମଧ୍ୟ ସେ ଏକ ଦମଦାର ଶତକ ସହ କମବ୍ୟାକ କରିବେ ବୋଲି ଭିଟ୍ଟୋରୀ ଆଶା କରିଛନ୍ତି ।

Leaving RCB captaincy could liberate Virat Kohli, see him scale untouched  peaks | Sports News,The Indian Express