fbpx

ଦିନିକିଆ ସିରିଜ ପାଇଁ ଅହମ୍ମଦାବାଦରେ ପହଞ୍ଚିଲା ୱେଷ୍ଟଇଣ୍ଡିଜ: ୧୯ ବର୍ଷର ରେକର୍ଡ ଦୋହରାଇବାକୁ ରଖିଛି ଆଶା

Advertisement

ନୂଆଦିଲ୍ଳୀ: ୧୯ ବର୍ଷର ରେକର୍ଡକୁ ଦୋହରାଇବା ପାଇଁ ଭାରତରେ ପହଞ୍ଚିଛି ୱେଷ୍ଟ ଇଣ୍ଡିଜ ଟିମ । ଆସନ୍ତା ୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତ-ୱେଷ୍ଟଇଣ୍ଡିଜ ମହାସମର । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପ୍ରଥମେ ଦିନିକିଆ ସିରିଜ ଖେଳାଯିବାକୁ ଥିବା ବେଳେ ଫେବୃୟାରୀ ୧୬ରୁ କୋଲକାତାରେ ଟି-୨୦ସରିଜ ଖେଳାଯିବ । ଏଥିପାଇଁ ୱେଷ୍ଟଇଣ୍ଡିଜ ଦଳ ଭାରତରେ ପହଞ୍ଚି ସାରିଛି । ଆଜି ଅହ୍ମଦାବାଦରେ ପହଞ୍ଚିଛି ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ । ଭାରତରେ ପହଞ୍ଚିବା ପରେ ଏକ ଭିଡିଓ ଜାରି କରିଛି ୱେଷ୍ଟଇଣ୍ଡିଜ କ୍ରିକେଟ ଟିମ ।

ଇଂଲଣ୍ଡକୁ ଟି-ୱେଣ୍ଟି ସିରିଜ ହରାଇ ଦୃଢ ଆତ୍ମବିଶ୍ୱାସ ସହ ଭାରତକୁ ଆସିଛି ୱେଷ୍ଟଇଣ୍ଡିଜ । କିନ୍ତୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିନିକିଆରେ ଭାରତର ରହିଛି ଜବରଦସ୍ତ ରେକର୍ଡ । ଶେଷ ଥର ପାଇଁ ୧୯ ବର୍ଷ ପୂର୍ବେ ନଭେମ୍ବର ୨୦୦୨ରେ ଭାରତକୁ ହରାଇ ସିରିଜ କବଜା କରିଥିଲା ୱେଷ୍ଟଇଣ୍ଡିଜ । ଏହାପରେ କୌଣସି ଦିନିକିଆ ସିରିଜହାତେଇବାରେ ସଫଳ ହୋଇପାରିନି ଦଳ । ଅର୍ଥାତ ଭାରତ ଗତ ୧୯ ବର୍ଷ ହେଲା ୱେଷ୍ଟଇଣ୍ଡିଜ ଅଜୟ ରହିଛି । ତେବେ ଏହି ସିରିଜକୁ ହାତେଇ ଦଳ ୧୯ ବର୍ଷର ପ୍ରତିଷୋଧ ନେବା ସହ ଏହି ରେକର୍ଡରେ ପୂର୍ଣ୍ଣଚ୍ଛେଦ ପକାଇବ ବୋଲି ଆଶା ରଖିଛି । ଫେବୃୟାରୀ ୬, ୯ ଏବଂ ୧୧ ତାରିଖରେ ୩ଟି ଦିନିକିଆ ମ୍ୟାଚର ସୂଚୀ ରହିଛି । ଏହାପରେ ଫେବୃୟାରୀ ୧୬, ୧୮ ଏବଂ ୨୦ ତାରିଖରେ ଉଭୟ ଦଳ ମଧ୍ୟରେ କୋଲକାତା ଇଡେନ ଗାର୍ଡେନ୍ସରେ ହେବ ଟି-୨୦ ସିରିଜ । ତେବେ ଦିନିକିଆ ସିରିଜ ପାଇଁ ଅହମ୍ମଦାବାଦ ଷ୍ଟାଡିୟମକୁ ଦର୍ଶକଙ୍କୁ ଅନୁମତି ଦିଆଯାଇ ନଥିବା ବେଳେ ଟି-୨୦ ସିରିଜ ପାଇଁ ୭୫ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦେଇଛନ୍ତି ପଶ୍ଚିମବଙ୍ଗ ସରକାର ।

Get real time updates directly on you device, subscribe now.