fbpx

ଟସ ଜିତି ୱେଷ୍ଟଇଣ୍ଡିଜର ବୋଲିଙ୍ଗ ନିଷ୍ପତ୍ତି: ଭାରତ ପାଇଁ ଡେବ୍ୟୁ କରିବେ ଖତରନାକ ବୋଲର

କୋଲକାତା: ଭାରତ ବିପକ୍ଷ ତୃତୀୟ ଟି-୨୦ରେ ଟସ ଜିତି ବୋଲିଙ୍ଗର ନିଷ୍ପତ୍ତି ନେଇଛି ୱେଷ୍ଟଇଣ୍ଡିଜ । ତିନି ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଭାରତ ୨-୦ରେ ଆଗୁଆ ରହିଥିବା ବେଳେ ଏହି ମ୍ୟାଚ ଜିତି ମୂଳପୋଛ କରିବାକୁ ଚେଷ୍ଟା କରିବ । ସେପଟେ ୱେଷ୍ଟ ଶେଷ ମ୍ୟାଚରେ ବିଜୟ ହାସଲ କରି ଲଜ୍ଜାରୁ ବଞ୍ଚିବା ପାଇଁ ଚାହିଁବ ।

ଭାରତ ପକ୍ଷରୁ ଏହି ମ୍ୟାଚ ଏକା ସାଙ୍ଗରେ ୪ଟି ପରିବର୍ତ୍ତନ କରାଯାଇଛି । ଆଇପିଏଲରେ ଜବରଦସ୍ତ ପ୍ରଦର୍ଶନ କରିଥିବା ବୋଲର ଆଭେଶ ଖାନ ଦଳରେ ଡେବ୍ୟୁ ମ୍ୟାଚ ଖେଳୁଛନ୍ତି । ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ସମେତ ୱିକେଟ କିପର ଋଷଭ ପନ୍ତ, ଭୁବନେଶ୍ୱର କୁମାର ଏବଂ ୟୁଜବେନ୍ଦ୍ର ଚହଲଙ୍କ ମ୍ୟାଚରେ ବିଶ୍ରାମ ଦିଆଯାଇଛି । ତେବେ ତାଙ୍କ ସ୍ଥାନରେ ଋତୁରାଜ ଗାଏକ୍ୱାଡ, ଶ୍ରୟସ ଅୟର, ଶାର୍ଦ୍ଦୁଳ ଠାକୁର ଏବଂ ଆଭେଶ ଖାନଙ୍କୁ ଦଳରେ ସ୍ଥାନ ଦିଆଯାଇଛି । ତେବେ ସବୁଠୁ ବଡ କଥା ହେଉଛି ରୋହିତ ଏହି ମ୍ୟାଚରେ ଓପନ କରିବେ ଦୁଇ ଯୁବ ତାରକା ଋତୁରାଜ ଏବଂ ଇଶାନ କିଶାନ । ରୋହିତଙ୍କ ଆଜିର ମ୍ୟାଚରେ ମଧକ୍ରମରେ ଖେଳୁଥିବାର ଦେଖିବାକୁ ମିଳିବ ।

ସେପଟେ ୱେଷ୍ଟଇଣ୍ଡିଜ ମଧ୍ୟ ଦଳରେ ୪ଟି ପରିବର୍ତ୍ତନ କରିଛି । ସେଲ୍ଡନ କଟ୍ରେଲଙ୍କ ସ୍ଥାନରେ ଫାବିଏନ ଆଲେନଙ୍କୁ ସ୍ଥାନ ଦିଆଯାଇଛି । ସେହିପରି ଅକିଲ ହସେନ, ଓଡିଅନ ସ୍ମିଥ ଏବଂ ବ୍ରାଣ୍ଡନ କିଙ୍ଗ ଦଳରୁ ବାଦ ପଡିଛନ୍ତି । ଏମାନଙ୍କ ସ୍ଥାନରେ ଶେଷ ମ୍ୟାଚରେ ହେଡେନ ୱାଲସ, ଡୋମିନିକ ଡ୍ରାକସ ଏବଂ ଶାଏ ହୋପ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

Get real time updates directly on you device, subscribe now.