fbpx
BSKY SKY
BSKY SKY

Valentine’s Day ରେ ବିକ୍ରି ହେବନି ମଦ, ପ୍ରତିବନ୍ଧକ ଲଗାଇଲେ ସରକାର

BSKY

ବେଙ୍ଗାଲୁରୁ: ସବୁ ବର୍ଷ ପରି ଏଥର ମଧ୍ୟ ୧୪ ଫେବୃଆରୀରେ ଭାଲେନଟାଇନ୍ସ ଡେ’ ପାଳନ କରିବାକୁ ସମସ୍ତ ପ୍ରେମୀ ଯୁଗଳ ଅପେକ୍ଷା କରିଛନ୍ତି । ଏହି ଦିନ ଯୁବକଙ୍କ ପାଇଁ ସବୁଠାରୁ ଖାସ ଦିନ । ଭାଲେନଟାଇନ୍ସ ଡେ’ କୁ ସେଲିବ୍ରେଟ କରିବା ପାଇଁ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଲାଗିରହିଛି । ହେଲେ ଭାଲେନଟାଇନ୍ସ ଡେ’ରେ ଏହି ବର୍ଷ ବେଙ୍ଗାଲୁରୁରେ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି । ୧୪ ଫେବୃଆରୀ ଦିନ ମଦ ଦୋକାନ ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

୧୪ ଫେବୃଆରୀ ଦିନ ଯଦି ଆପଣ ନିଜ ଭାଲେନଟାଇନ ସହ କ୍ୟାଣ୍ଡେଲ ଲାଇଟ ଡିନର ସହ ରେଡ ୱାଇନ ପିଇବାର ଯୋଜନା କରିଛନ୍ତି ତେବେ ଆପଣ ୧୪ ଫେବୃଆରୀ ପୂର୍ବରୁ ଏହାକୁ କିଣି ପାରିବେ । ନଚେତ ଆପଣ କରିଥିବା ପ୍ଲାନ ଫେଲ ହୋଇଯିବ । ଭାଲେନଟାଇନ୍ସ ଡେ’ରେ ଯୁବକମାନଙ୍କ ମଧ୍ୟରେ ୧୪ ଫେବୃଆରୀ ଦିନ ମଦ ବିକ୍ରି ଉପରେ କଟକଣା ଯୁବକମାନଙ୍କୁ ନିରାଶ କରିଛି । ତେବେ ଏହି ଖାସ ଦିନ ପାଇଁ ସେମାନଙ୍କୁ ପୂର୍ବରୁ ସ୍ପେଶାଲ ୱାଇନ କିଣିବାକୁ ପଡିବ ।

ଭାଲେନଟାଇନ୍ସ ଡେ’ ଅର୍ଥାତ ଫେବୃଆରୀ ୧୪ ଠାରୁ ନେଇ ୧୭ ଫେବୃଆରୀ ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ସରକାରଙ୍କ ପକ୍ଷରୁ ବେଙ୍ଗାଲୁରୁ ସହରରେ ଲାଗୁ କରାଯାଇଛି । ଭାଲେନଟାଇନ୍ସ ଡେ’ରେ ଯୁବକମାନଙ୍କ ମଧ୍ୟରେ ଗଣ୍ଡଗୋଳକୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁରେ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.