fbpx

ମଦ ମୃତ୍ୟୁ ; ବିଷାକ୍ତ ମଦ ପିଇ ୮ ଜଣଙ୍କ ଜୀବନ ଗଲା, ୨୫ ଜଣ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ : କିଛି ଦିନର ବ୍ୟବଧାନ ପରେ ପୁଣି ମଦ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ବିଷାକ୍ତ ମଦ ପିଇ ୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୫ ଜଣ ଆହତ ହୋଇଛନ୍ତି । ସେମାନେ ଡାକ୍ତରଖାନରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ରହିଛନ୍ତି ।

ସୂଚନାଯୋଗ୍ୟ, ବିହାରର ମୋତିହାରୀରେ ବିଷାକ୍ତ ମଦ ପିଇ ୮ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହ ଅନ୍ୟ ୨୫ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । । ଏହାପୂର୍ବରୁ ବିହାରରେ ବିଷାକ୍ତ ମଦ ପିଇ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି।

ଗତ ବର୍ଷ ସାରନ ଜିଲ୍ଲାରେ ମଦ ପିଇ ୪୦ ଜଣଙ୍କ ମୃତ୍ୟୁ ସମ୍ପର୍କରେ ଜାତୀୟ ମାନବ ଅଧିକାର ଆୟୋଗଙ୍କ ରିପୋର୍ଟକୁ ନେଇ ବିବାଦ ଲାଗି ରହିଥିଲା। ଏହି ମାମଲାରେ ବିରୋଧୀ ଦଳ ପ୍ରଶାସନକୁ ଦାୟୀ କରିଥିଲେ ।

Get real time updates directly on you device, subscribe now.