fbpx

ମତଦାନ ଦିନ ବିକ୍ରି ହେବନି ମଦ, ଏହିସବୁ ତାରିଖରେ ଘୋଷଣା ହେବ ଡ୍ରାଏ ଡେ’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ପାଇଁ କଟକଣାକୁ କଡ଼ାକଡ଼ି କରାଯାଉଛି । ଏହି କ୍ରମରେ କୁହାଯାଇଛି ଯେ, ମତଦାନ ଦିନ କୌଣସି ଜିଲ୍ଲାରେ ବି ମଦ ବିକ୍ରି ହେବ ନାହିଁ । ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଜିଲ୍ଲାପାଳଙ୍କୁ ଅବକାରୀ କମିଶନରଙ୍କ ପକ୍ଷରୁ ଚିଠି ଲେଖାଯାଇଛି । ୧୨, ୧୮, ୨୦, ୨୨ ଓ ୨୪ରେ ଡ୍ରାଏ ଡେ’ ଘୋଷଣା ହେବ । ମତ ଗଣନା ଦିନ ମଧ୍ୟ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ସୂଚନାଯୋଗ୍ୟ, ପଞ୍ଚାୟତ ନିର୍ବାଚନ କଟକଣା କୋହଳ ନେଇ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢ଼ୀ ଆଜି ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି । ଚଳିତ ଥର ନିର୍ବାଚନରେ ୨୦ ଜଣକୁ ନେଇ ଡୋର୍ ଟୁ ଡୋର୍ କ୍ୟାମ୍ପେନିଂ କରାଯାଇପାରିବ । ଏହାସହ ରାଜନୈତିକ ସଭାକୁ ଅନୁମତି ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର । ୩ ଶହ ଜଣଙ୍କୁ ନେଇ ରାଜନୈତିକ ସଭା କରାଯାଇପାରିବ ବୋଲି ସେ କହିଛନ୍ତି । ତେବେ ପୂର୍ବପରି ବାଇକ୍ ରାଲି ଓ ପଦଯାତ୍ରା ଉପରେ କଟକଣା ବଳବତ୍ତର ରଖାଯାଇଛି । ଏତଦ୍ ବ୍ୟତୀତ ପୁର୍ବରୁ ସର୍ବାଧିକ ୫ ଜଣଙ୍କୁ ନେଇ ପ୍ରଚାର କରିବାକୁ ଅନୁମତି ଥିଲା । ହେଲେ ଏବେ ଏହି ସଂଖ୍ୟାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।

Get real time updates directly on you device, subscribe now.