ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୨୫ରୁ ୧୮ତମ ଲୋକସଭା ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ୨୬ ନଭେମ୍ବର ସମ୍ବିଧାନ ଦିବସ ଅବସରରେ ମିଳିତ ଅଧିବେଶନ ହେବ । ଏହି ଅଧିବେଶନ ପୁରୁଣା ସଂସଦର ସେଣ୍ଟ୍ରାଲ ହଲରେ ଆୟୋଜିତ ହେବ । ସମ୍ବିଧାନର ୭୫ତମ ବାର୍ଷିକୀ ଅବସରରେ ସମ୍ବିଧାନ ଦିବସ କାର୍ଯ୍ୟକ୍ରମ ଆୟୋଜିତ ହେବ ।
ଏହି ପରିପ୍ରେକ୍ଷୀରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜ୍ଜୁ ‘ଏକ୍ସ’ରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘ମାନନୀୟ ରାଷ୍ଟ୍ରପତି ମହୋଦୟ ଭାତର ସରକାରଙ୍କ ସୁପାରିଶ କ୍ରମେ ସଂସଦର ଉଭୟ ଗୃହକୁ ଶୀତକାଳୀନ ଅଧିବେଶନ ୨୦୨୪ ପାଇଁ ଆସନ୍ତା ନଭେମ୍ବର ୨୫ରୁ ଡିସେମ୍ବର ୨୦, ୨୦୨୪ ପର୍ଯ୍ୟନ୍ତ(ସଂସଦୀୟ କାର୍ଯ୍ୟର ଅନିବାର୍ଯ୍ୟତା ଅନ୍ତର୍ଗତ) ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ୨୬ ନଭେମ୍ବର, ୨୦୨୪ରେ ସମ୍ବିଧାନ ସଦନର ସେଣ୍ଟ୍ରାଲ ହଲରେ ସମ୍ବିଧାନ ଦିବସ ଉପଲକ୍ଷେ କାର୍ଯ୍ୟକ୍ରମ ଅୟୋଜିତ ହେବ ।’ କହିରଖୁଛୁ ଚଳିତ ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରାଯାଇପାରେ । ଏଥିମଧ୍ୟରେ ୱାନ୍ ନେସନ୍- ୱାନ୍ ଇଲେକ୍ସନ ଏବଂ Waqf(ସଂଶୋଧନ) ବିଲ୍ ୨୦୨୪ ସାମିଲ ରହିଛି । ଏହା ବ୍ୟତୀତ ଜାମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପ୍ରସ୍ତାବ ମଧ୍ୟ ପାରିତ ହେବା ସହ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଚର୍ଚ୍ଚା ହୋଇପାରେ । ତେବେ ଉପରୋକ୍ତ ବିଲ୍ ପ୍ରସଙ୍ଗକୁ ନେଇ ବିରୋଧିଙ୍କ ମଧ୍ୟରେ ହଟ୍ଟଗୋଳ ଦେଖିବାକୁ ମିଳିପାରେ ।
Hon’ble President, on the recommendation of Government of India, has approved the proposal for summoning of both the Houses of Parliament for the Winter Session, 2024 from 25th November to 20th December, 2024 (subject to exigencies of parliamentary business). On 26th November,… pic.twitter.com/dV69uyvle6
— Kiren Rijiju (@KirenRijiju) November 5, 2024