ନୂଆଦିଲ୍ଲୀ : ପାଣିପାଗ ବିଭାଗର ବୈଜ୍ଞାନିିକମାନଙ୍କ କହିବା ଅନୁସାରେ ଏବେ ମୌସୁମୀ ଲମ୍ବା ଛୁଟି ନେଇପାରେ । ଫଳରେ ଆଗାମୀ ସପ୍ତାହେ ପର୍ୟ୍ୟନ୍ତ କୌଣସି ସ୍ଥାନରେ ବର୍ଷା ହେବାର ସମ୍ଭାବନା ନାହିଁ । ପାଣିପାଗ ବିଭାଗ କହିବା ଅନୁସାରେ ଅଗଷ୍ଟ ପରେ ସେପ୍ଟେମ୍ବରରେ ପାଗ କିପରି ରହିବ, ବର୍ଷା କେଉଁ ପରିମାଣର ହେବ ତାହା ଏବେ ଠାରୁ ଆକଳନ କରିହେବ ନାହିଁ । କିନ୍ତୁ ଏହି କାରଣରୁ ପାଣିପାଗରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି । ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ ଉତ୍ତର ଭାରତରେ ଗ୍ରୀଷ୍ଣର ପ୍ରଭାବ କମ ରହିଛି ।
ପାଣିପାଗ ବିଭାଗ କହିବା ଅନୁସାରେ ଆଗାମୀ ଦିନରେ ନା ଲୁ ବହିବାର ସମ୍ଭାବନା ଅଛି ନା ତାପମାତ୍ର ବୃଦ୍ଧି ହେବାର ସମ୍ଭାବନା ଅଛି । ପଶ୍ଚିମ ବାୟୁ ପ୍ରଭାବ ଦ୍ୱାରା ପାଣିପାଗରେ ପରିବର୍ତ୍ତନ ହୋଇପାରେ । ସେପ୍ଟେମ୍ବର ଆରମ୍ଭରୁ ତାପମାତ୍ରା କମିବାର ସମ୍ଭାବନା ରହିଛି ।
୨୮ ଅଗଷ୍ଟରେ ଦିଲ୍ଲୀର ଆକାଶରେ ଖଣ୍ଡଖଣ୍ଡ ବାଦଲ ଦେଖାଯିବ କିନ୍ତୁ ବର୍ଷା ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।
ଉତ୍ତରପ୍ରଦେଶରେ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଅନ୍ୟ କେତେକ ସ୍ଥାନରେ ତାପମାତ୍ରା ବଢିବାର ସମ୍ଭାବନା ରହିଛି । ଏହା ଛଡା ମଧ୍ୟପ୍ରଦେଶରେ ମଧ୍ୟ ବର୍ଷାର ପରିମାଣ କମ ହେବାରେ ଲାଗିଛି । ତେବେ ପାଣିପାଗ ବିଭାଗ ଏବେ ପର୍ୟ୍ୟନ୍ତ କୌଣସି ରାଜ୍ୟକୁ ବର୍ଷା ପାଇଁ ଆଲର୍ଟ ଜାରି କରି ନାହାନ୍ତି । କିନ୍ତୁ ବର୍ଷା ହୋଇ ପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।
ଉତ୍ତରାଖଣ୍ଡରେ ୨୮ ଏବଂ ୨୯ ଅଗଷ୍ଟରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ଏବେ ଏଠାରେ ନଦୀରେ ଥିବା ଜଳ ସ୍ତର ମଧ୍ୟ କମ ହେବାରେ ଲାଗିଛି । ଅନ୍ୟପକ୍ଷରେ ସିକିମ, ଆସାମ, ଅରୁଣାଚଳ ପ୍ରଦେଶ ଏବଂ ମେଘାଳୟରେ ଅଧିକ ବର୍ଷା ହେବାର ସମ୍ଭାବନା ଅଛି ।