ଭାଙ୍ଗିଦେଲେ ଗିଲ୍ଙ୍କ ହୃଦୟ, ଖେଳାଳିଙ୍କୁ ଛାଡ଼ି କାହା ସହ ଗୋଆରେ ବୁଲୁଛନ୍ତି ସାରା, କିସ୍ର ଫଟୋ ଭାଇରାଲ
ସୋସିଆଲ ମିଡିଆରେ କିଛି ଫଟୋ ଦେଖି ଭାଙ୍ଗିଗଲା ପ୍ରଶଂସକଙ୍କ ମନ।
ମୁମ୍ବାଇ: ଫଟୋ ଦେଖି ଭାଙ୍ଗିଗଲା ପ୍ରଶଂସକଙ୍କ ହୃଦୟ। ଯେଉଁ ଯୋଡ଼ିକୁ ନେଇ ବେଶ ସୋସିଆଲ ମିଡିଆରେ ହେଉଥିଲା ଚର୍ଚ୍ଚା, ଏବେ ସୋସିଆଲ ମିଡିଆରେ କିଛି ଫଟୋ ଦେଖି ଭାଙ୍ଗିଗଲା ପ୍ରଶଂସକଙ୍କ ମନ।
ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଫଟୋ ଗୁଡ଼ିକ ଗୋଆର ହୋଇଥିବା ମଧ୍ୟ ଚର୍ଚ୍ଚା ହେଉଛି।
ଅତି କ୍ଲୋଜରେ ସେ ଫଟୋରେ ଜଣେ ପୁଅ ସହ ନଜର ଆସିଛନ୍ତି। ପ୍ରଶ୍ନ ଏବେ ଗିଲ୍ ଗଲେ କୁଆଡେ। ଫଟୋରେ ଥିବା ଯୁବକ କିଏ।
ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପୁଥିବା ଏହି ଫଟୋର କ’ଣ ରହିଛି ସତ। ଫଟୋରେ ସାରାଙ୍କ ଯୁବକଙ୍କ ଅତି ନିକଟତର ହୋଇଥିବା ଦେଖିବାକୁ ମିଳିଛି।
View this post on Instagram
କିଏ ସାରା ସହିତ ଥିବା ଯୁବକ
ସାରାଙ୍କ ସହିତ ଥିବା ଯୁବକ କିଏ। ଯୁବକଙ୍କ ନାଁ ସିଦ୍ଧାର୍ଥ କେରକର। ସେ ଜଣେ ବିଜନେସମ୍ୟାନ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି।
ସେହିଭଳି ତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲରୁ ଜଣାପଡ଼ୁଛି ସେ ଜଣେ ଅଭିନେତା। ସିଦ୍ଧାର୍ଥ କେରକରଙ୍କ ପ୍ରୋପାଇଲକୁ ନେଇ ଯେତିକି କନଫ୍ୟୁଜନ ରହିଛି ସେତିକି କନଫ୍ୟୁଜନ ସାରାଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ମଧ୍ୟ ହେଉଛି।
View this post on Instagram
ସାରା- ସିଦ୍ଧାର୍ଥଙ୍କ ସମ୍ପର୍କର ସତ
ସୋସିଆଲ ମିଡିଆରେ ସିଦ୍ଧାର୍ଥ କେରକରଙ୍କୁ ସାରାଙ୍କ ବୟଫ୍ରେଣ୍ଡ ବୋଲି କୁହାଯାଉଛିୀ। ଭାଇରାଲ ହେଉଥିବା ଫଟୋରେ ଦୁହିଁଙ୍କ ହାବଭାବ ସେପରି ହିଁ ଜଣାପଡ଼ୁଛି। ହେଲେ ସମ୍ପର୍କ ନେଇ କୌଣସି ସ୍ପଷ୍ଟତା ନାହିଁ। ଭାଇରାଲ ହେଉଥିବା ଫଟୋକୁ ନେଇ ଚାଲିଛି ଏଭଳି ଚର୍ଚ୍ଚା।
ଏହା ପୂର୍ବରୁ ସାରାଙ୍କ ନାମ ଶୁଭମନ ଗିଲଙ୍କ ସହିତ ଯୋଡ଼ା ଯାଇଥିଲା। ଦୁହିଁଙ୍କ ଅନେକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ହେଲେ ପରେ ଏସବୁ କେବଳ ଗୁଜବ ଥିବା କୁହାଯାଇଥିଲା।
ହେଲେ ସାରା- ସିଦ୍ଧାର୍ଥଙ୍କ ଏଭଳି ଫଟୋ ଦେଖିବା ପରେ ଏହି ସମ୍ପର୍କକୁ ଅଣଦେଖା ବି କରାଯାଇପାରିବ ନାହିଁ।