fbpx

ଏଟିଏମ୍‌ରୁ କ୍ୟାସ୍ କାଢିବା ହୋଇଯିବ ମହଙ୍ଗା, ଜାଣନ୍ତୁ କେତେ ଚାର୍ଜ ବଢାଇବାକୁ ଯାଉଛନ୍ତି କମ୍ପାନୀ

Advertisement

ନୂଆଦିଲ୍ଲୀ: ନୋଟ୍‌ବନ୍ଦୀ ପରେ ଦେଶରେ ଡିଜିଟାଲ୍ ଟ୍ରାନଜାକସନ୍ ଦ୍ରୁତ ଗତିରେ ବୃଦ୍ଧି ପାଇଛି । କିନ୍ତୁ ଏବେବି ବହୁ କାମ ଲାଗି ନଗଦ କ୍ୟାସ୍‌ର ଆବଶ୍ୟକ ପଡୁଛି । ଯଦି ଆପଣ ପ୍ରାୟ ସମୟରେ ଏଟିଏମ୍‌ରୁ ଟଙ୍କା କାଢୁଛନ୍ତି ତେବେ ଏହି ଖବର ଆପଣଙ୍କ ଲାଗି ବେଶ୍ ଗୁରୁତ୍ୱପୂର୍ଣ୍ଣ । ଦେଶର ଏଟିଏମ୍ ଅପରେଟର କ୍ୟାସ୍ ଉଠାଇବା ସମୟରେ ଲାଗୁଥିବା ଇଣ୍ଟରଚେଞ୍ଜ ଫି’କୁ ବୃଦ୍ଧି କରିବା ଲାଗି ଦାବୀ କରିଛନ୍ତି । ଅପରେଟର୍ସଙ୍କ ପକ୍ଷରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ଏହା ଉପରେ ସହମତି ପ୍ରକାଶ କରିଛି ।

କନଫଡେରେସନ ଅଫ୍ ଏଟିଏମ୍ ଇଣ୍ଡଷ୍ଟ୍ରୀ(ସିଏଟିଏମ୍‌ଆଇ)କହିଛି ଏହି କାରବାର ଲାଗି ଅଧିକ ଫଣ୍ଡ ଯୋଗାଡ କରିବା ଲାଗି ଇଣ୍ଟରଚେଞ୍ଚ ଫି’ ବୃଦ୍ଧି କରି ୨୩ ଟଙ୍କା କରାଯିବା ଉଚିତ । ୨ ବର୍ଷ ପୂର୍ବରୁ ଇଣ୍ଟରଚେଞ୍ଚ ଫି’ ବୃଦ୍ଧି ହୋଇଥିଲା ।
୨୦୨୧ରେ ଇଣ୍ଟରଚେଞ୍ଚ ଫି’ ୧୫ ଟଙ୍କାରୁ ବୃଦ୍ଧି ପାଇ ୧୭ ଟଙ୍କା ହୋଇଥିଲା । ଏହି ଫି’ ସେହି ବ୍ୟାଙ୍କ ପକ୍ଷରୁ ଦିଆଯାଇଥାଏ ଯିଏ ଏଟିଏମ୍ କାର୍ଡ ଇସ୍ୟୁ କରିଥାଏ ଓ ସେହି ବ୍ୟାଙ୍କକୁ ଯାଇଥାଏ ଯାହାର ଏଟିଏମ୍‌ରେ ଆପଣ କ୍ୟାସ୍ ଲାଗି କାର୍ଡ ବ୍ୟବହାର କରିଥାନ୍ତି ।

Get real time updates directly on you device, subscribe now.