ଆଦିବାସୀ ଜମି ବିକ୍ରି ଆଇନ ସଂଶୋଧନ ପ୍ରସ୍ତାବ ପ୍ରତ୍ୟାହାର; ପ୍ରସ୍ତାବିତ ସଂଶୋଧନକୁ ପ୍ରତ୍ୟାହାର ନେଇ କ୍ୟାବିନେଟ ନିଷ୍ପତ୍ତି

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୭୧ତମ କ୍ୟାବିନେଟ୍ ବୈଠକରେ ୨ଟି ବିଭାଗର ୫ଟି ପ୍ରସ୍ତାବ ଉପସ୍ଥାପିତ ହୋଇଛି ଏବଂ ସେସବୁ ଅନୁମୋଦନ ହୋଇଛି । ସେଥିମଧ୍ୟରୁ ଆଦିବାସୀ ଜମି ବିକ୍ରି ଆଇନ ସଂଶୋଧନ ପ୍ରସ୍ତାବ ପ୍ରତ୍ୟାହାର । ପ୍ରସ୍ତାବିତ ସଂଶୋଧନକୁ ପ୍ରତ୍ୟାହାର ନେଇ କ୍ୟାବିନେଟ ନିଷ୍ପତ୍ତି । ଗତ ନଭେମ୍ବର ୧୪ରେ ଏନେଇ କ୍ୟାବିନେଟରେ ଆସିଥିଲା ପ୍ରସ୍ତାବ । ଆଦିବାସୀ ଅସ୍ଥାବର ସଂପତ୍ତି ହସ୍ତାନ୍ତର ଆଇନ ସଂଶୋଧନ ପ୍ରସ୍ତାବ ଆସିଥିଲା । କ୍ୟାବିନେଟ ନିଷ୍ପତ୍ତିକୁ ନେଇ ବାଦ ବିବାଦ ପରେ ସ୍ଥଗିତ ରଖାଯାଇଥିଲା । ଆଜି ଏହି ପ୍ରସ୍ତାବକୁ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ନେଲା କ୍ୟାବିନେଟ ।

ଓଡିଶା ଅନୁସୂଚିତ ଅଞ୍ଚଳରେ ଅସ୍ଥାବର ସମ୍ପଭିର ହସ୍ତାନ୍ତର (ଅନୁସୂଚିତ ଜନଜାତିଙ୍କ ଦ୍ବାରା) ଆଇନ,୧୯୫୬ର ସଂଶୋଧନ କରିବାକୁ ରାଜ୍ୟ କ୍ୟାବିନେଟ ତା ୧୪ /୧୧/୨୦୨୩ ରିଖ ବୈଠକରେ ପ୍ରସ୍ତାବ ଅନୁମୋଦନ କରିଥିଲେ।  ଆଜିର କ୍ୟାବିନେଟ ବୈଠକରେ ପୂର୍ବରୁ ତା ୧୪।୧୧/୨୦୨୩ ରିଖରେ ପାରିତ ହୋଇଥିବା ଓଡିଶା ଅନୁସୂଚିତ ଅଞ୍ଚଳରେ ଅସ୍ଥାବର ସମ୍ପଭିର ହସ୍ତାନ୍ତର (ଅନୁସୂଚିତ ଜନଜାତିଙ୍କ ଦ୍ବାରା) ଆଇନ,୧୯୫୬ର ସଂଶୋଧନ ପ୍ରସ୍ତାବକୁ ପ୍ରତ୍ୟାହାର କରିବାକୁ ନିଷ୍ପଭି ନିଆଯାଇଛି।

ଆଜି ଅନୁଷ୍ଠିତ କ୍ୟାବିନେଟ୍ ବୈଠକ ପରେ ମାନ୍ୟବର ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମାନ୍ୟବର ମନ୍ତ୍ରୀ ଶ୍ରୀଜଗନ୍ନାଥ ସାରକା, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଅନୁସୂଚିତ ଜନଜାତି ଓ ଏସସି ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।