fbpx

ଆସନ୍ତା ୫ ବର୍ଷ ମଧ୍ୟରେ ଚନ୍ଦ୍ରରେ ଘର ନିର୍ମାଣ ହେବ: Moon Soilରୁ ତିଆରି ହେବ ଇଟା, ମିଶନରେ ଲାଗିଛନ୍ତି ୧୦୦ ବୈଜ୍ଞାନିକ

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ବାସସ୍ଥାନ ନିର୍ମାଣ କରି ଜନବସତି ସ୍ଥାପନ ନେଇ ବିଶ୍ୱର ବିଭିନ୍ନ ରାଷ୍ଟ୍ରମାନେ ଯୋଜନା ଚଳାଇଛନ୍ତି । ପୂର୍ବରୁ ଚନ୍ଦ୍ରରେ ଜମି କିଣିବା ଖବର ଶୁଣିବାକୁ ମିଳିଥିବା ଏବେ ସେଠାରେ ଘର ତିଆରି ହେବ । ଚନ୍ଦ୍ରରେ ମଣିଷ ବସତି ସ୍ଥାପନ କଲେ କ’ଣ ସବୁ ସୁବିଧା ଓ ଅସୁବିଧାର ସାମ୍ନା କରିବାକୁ ପଡ଼ିବ ତା’ ଉପରେ ମହାକାଶ ବିଜ୍ଞାନୀମାନେ ରିସର୍ଚ୍ଚ ଚଳାଇଛନ୍ତି । ତେବେ ଏହା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଖୁବଶୀଘ୍ର ଚନ୍ଦ୍ର ପୃଷ୍ଠରେ ମଣିଷ ଘର ନିର୍ମାଣ କରିବ ବୋଲି ସୂଚନା ମିଳିଛି ।

ସୂଚନା ମୁତାବକ, ଆସନ୍ତା ୫ ବର୍ଷ ମଧ୍ୟରେ ଚୀନ ଚନ୍ଦ୍ରରେ ଘର ନିର୍ମାଣ କରିବ । ସେଥିପାଇଁ ଚନ୍ଦ୍ରରେ ଥିବା ମାଟିକୁ ବ୍ୟବହାର କରି ଇଟା ତିଆରି କରାଯାଉଛି । ଚନ୍ଦ୍ରର ମାଟିକୁ ବ୍ୟବହାର କରି ଚୀନ ସେଠାରେ ଲୁନାର ବେସ ସ୍ଥାପନ କରିବା ନେଇ ଯୋଜନା ପ୍ରସ୍ତୁତ କରୁଛି । ଚୀନର ଏକ ସ୍ଥାନୀୟ ମିଡ଼ିଆ ରିପୋର୍ଟ ମୁତାବକ, ନିକଟରେ ଚୀନର ୧୦୦ରୁ ଅଧିକ ବୈଜ୍ଞାନିକ, ଗବେଷକ ଓ ମହାକାଶ କଣ୍ଟ୍ରାକ୍ଟର ବୁହାନରେ ଏକ ବୈଠକ କରିଥିଲେ । ଏହି ଅବସରରେ ଆଗାମୀ ମିଶନ ସମ୍ପର୍କରେ ସୂଚନା ଦିଆଯିବା ସହିତ ଚନ୍ଦ୍ରରେ ଭିତ୍ତିଭୂମି ତିଆରି କରିବାର କୌଶଳ ଉପରେ ମଧ୍ୟ ଚର୍ଚ୍ଚା କରାଯାଇଥିଲା ।

ଚାଇନୀଜ ଆକାମେଡମୀ ଅଫ୍ ଇଞ୍ଜିନିୟରିଂର ଜଣେ ବିଶେଷଜ୍ଞଙ୍କ ଅନୁଯାୟୀ, ଚନ୍ଦ୍ରର ମାଟିରୁ ଇଟା ତିଆରି କରିବା ପାଇଁ ଏକ ଟିମ୍ ‘ଚାଇନୀଜ ସୁପର ମିଶନ୍ସ’ ନାମକ ଏକ ରୋବୋଟ ଡିଜାଇନ୍ କରୁଛି । ତେବେ ଏହି ଲକ୍ଷ୍ୟ କମ୍ ସମୟ ମଧ୍ୟରେ ପୂରଣ ହେବାର ସମ୍ଭାବନା କମ୍ । ଚନ୍ଦ୍ରରେ ପାଣି ନହେବା, ଗ୍ରାଭିଟି କମ୍ ହେବା, ବାରମ୍ବାର ଭୂକମ୍ପ, ଭୟଙ୍କର କମିକ୍ସ ରେଡିଏସନ ହେବା ଆଦି ସମସ୍ୟା ଦେଖାଦେବ । ମାଟିରୁ ଇଟା ତିଆରି କରିବା ପାଇଁ ୨୦୨୮ ପର୍ଯ୍ୟନ୍ତ ସମୟ ଲାଗିଯିବ ଓ ଚୀନର ଜେଞ୍ଜ-୮ ମିଶନ ଅବସରରେ ଏହାକୁ ଲଞ୍ଚ କରାଯିବ । ତେବେ ୨୦୨୫ ସୁଦ୍ଧା ଏକ ମିଶନ ମାଧ୍ୟମରେ ଚନ୍ଦ୍ରର ସବୁଠାରୁ ଦୁର୍ଗମ ଅଞ୍ଚଳରୁ ମାଟିର ପ୍ରଥମ ସାମ୍ପୂଲ ଆଣିବାକୁ ଚୀନ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.