fbpx

(Video) ଅଚାନକ୍ ମାଡ଼ିଆସିଲା ତୀବ୍ର ଜଳସ୍ରୋତ, ଜଣ-ଜଣ କରି ଭାସିଗଲା ପୁରା ପରିବାର: ସାମ୍ନାକୁ ଆସିଲା ଲୋମଟାଙ୍କୁରା ଦୃଶ୍ୟ

Advertisement

ନୂଆଦିଲ୍ଲୀ: ପୁଣେର ଲୋନାଭାଲାରେ ଘଟିଥିବା ଏକ ଭୟଙ୍କର ଦୁର୍ଘଟଣାରେ ପୁରା ପରିବାର ପାଣିରେ ଭାସିଗଲେ । ଏହି ଦୁର୍ଘଟଣାରେ ଜଣେ ୩୬ ବର୍ଷ ବୟସ୍କା ମହିଳା ଏବଂ ୧୩ ବର୍ଷ ଓ ଆଠ ବର୍ଷର ଦୁଇ ଝିଅଙ୍କର ମୃତ୍ୟୁ ହୋଇଛି । ସେଠାରେ ବନ୍ଧ ନିକଟ ନଦୀରୁ ତିନୋଟି ମୃତଦେହ ଉଦ୍ଧାର କରାଯାଇଛି ।ଏତଦ୍ ବ୍ୟତୀତ, ଦୁଇ ପିଲାଙ୍କୁ ଖୋଜା ଚାଲିଛି, ଯେଉଁମାନେ ନିଜ ପରିବାର ସହିତ ପାଣିରେ ଭାସିଯାଇଥିଲେ ।

ଏହି ଦୁର୍ଘଟଣାର ଏକ ଭୟଙ୍କର ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ପୁରା ପରିବାର ଜଳର ତୀବ୍ର ସ୍ରୋତରେ ଘେରି ରହିଛନ୍ତି । ସେଠାରେ ଉପସ୍ଥିତ ଥିବା ଲୋକମାନେ ସେମାନଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି ।

ଭିଡିଓରେ ଏହା ଦେଖିବାକୁ ମିଳେ ଯେ କେହି ଦଉଡି ଫିଙ୍ଗି ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ କେହି ଜଣେ ସମସ୍ତଙ୍କୁ ବାନ୍ଧି ହୋଇ ରହିବାକୁ ପରାମର୍ଶ ଦେଉଛି । ଦେଖୁ-ଦେଖୁ ସେମାନେ ସମସ୍ତେ ପ୍ରବଳ ସ୍ରୋତ ସହିତ ଭାସିବାକୁ ଲାଗିଲେ ।

ଲୋକମାନେ ଦଉଡି ଫିଙ୍ଗି ବଞ୍ଚାଇବାକୁ ଚେଷ୍ଟା କରିଥିଲେ :-

ଏହି ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସ କହିଛି ଯେ ବର୍ଷା ଦିନକୁ ଉପଭୋଗ କରିବାକୁ ଏବଂ ଭୁସି ଡ୍ୟାମ ନିକଟରେ ଥିବା ଜଳପ୍ରପାତକୁ ଉପଭୋଗ କରିବାକୁ ଆସିଥିଲା ଅନସାରୀ ପରିବାର ।

ଏହି ସମୟ ମଧ୍ୟରେ, କୁହାଯାଉଛି ଯେ ଫ୍ଲାସ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ସେମାନେ ଜଳର ପ୍ରବଳ ସ୍ରୋତ ମଧ୍ୟରେ ଅଟକି ଯାଇଥିଲେ । ସେଠାରେ ଉପସ୍ଥିତ ଲୋକମାନେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । କେହି ଜଣେ ଦଉଡି ଫିଙ୍ଗିଥିଲେ ଏବଂ କେହି ସେମାନଙ୍କୁ ପରସ୍ପରକୁ ଧରାଧରି ହୋଇ ରହିବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ସବୁ ପରାମର୍ଶ ବିଫଳ ହୋଇଥିଲା ଓ ଚାହୁଁ ଚାହୁଁ ପୁରା ପରିବାର ଜଳ ସ୍ରୋତରେ ଭାସିଯାଇଥିଲା ।

Get real time updates directly on you device, subscribe now.