fbpx

ଜାଲରେ ପଡିଲେ ମହିଳା ASI: ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଅନେକ ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡୁଥିବା ବେଳେ ମାମଲା କମିବା ବଦଳରେ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଭିଜିଲାନ୍ସ ଜାଲରେ ପଡିଛନ୍ତି ମହିଳା ପୋଲିସ ଏଏସଆଇ । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ତାଙ୍କୁ ଧରିପକାଇଛି ଭିଜିଲାନ୍ସ ।

ସୂଚନା ଅନୁସାରେ, ଖୋର୍ଦ୍ଧା ବାଲିପାଟଣା ଥାନା ଏଏସଆଇ ପୁଷ୍ପଲତା ପାଇକରାୟ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ୨୦୨୦ର ଏକ ମାମଲାରେ କଡ଼ା ଦଫା ଯୋଡ଼ିବାକୁ ସେ ଲାଞ୍ଚ ନେଉଥିବା ଜଣାପଡିଛି । ଭିଜିଲାନ୍ସ ହାତରେ ଧରାପଡିବା ପରେ ଏବେ ତଦନ୍ତ ଜୋରସୋରରେ ଚାଲିଛି ।

Get real time updates directly on you device, subscribe now.