fbpx

(Video) ଦୌଡ଼ିଲେ ଡାକ୍ତର, ଝିଅର ଭୁଲ୍ ରିପୋର୍ଟ କାହିଁକୁ ଦେଲୁ କହି ଏମିତି କଲେ ମହିଳା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲିର ସୋସିଆଲ ମିଡ଼ିଆ ଜମାନାରେ ସାମାନ୍ୟ ଅଘଟଣ ଘଟିଲେ ତାହା ସଙ୍ଗେସଙ୍ଗେ ଭାଇରାଲ ହୋଇଯାଉଛି । ଅନେକ ସମୟରେ କେହି ଅନ୍ୟ କାହାକୁ ବାଡ଼େଇବା କିମ୍ବା ଆକ୍ରମଣ କରିବାର ଭିଡିଓ ମଧ୍ୟ ଭାଇରାଲ ହେଉଥିବା ଦେଖିବାକୁ ମିଳିଥାଏ । ତେବେ ଏହା ମଧ୍ୟରେ ଜଣେ ଡାକ୍ତରଙ୍କୁ ଜଣେ ମହିଳା ପିଟୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରୁ ଆସିଛି ଏଭଳି ଏକ ଘଟଣା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତରଙ୍କୁ ଜଣେ ମହିଳା ପିଟିଥିବା ନେଇ ଏକ ଭିଡିଓ ସାମ୍ନାକୁ ଆସିଛି । ମହିଳା ଜଣଙ୍କ ପ୍ରଥମେ ହାତରେ ଓ ତା’ପରେ ଚପଲରେ ଡାକ୍ତରଙ୍କୁ ଚପଲରେ ପିଟିଥିଲେ । ଗତ ବର୍ଷ ଫେବୃଆରୀ ମାସରେ ମହିଳାଙ୍କର ଝିଅଙ୍କର ମୃତ୍ୟୁ ଘଟିଥିଲା । ଝିଅ ଜେଏନଭି ପାରଳାଖେମୁଣ୍ଡିରେ ପାଠ ପଢ଼ୁଥିଲେ । ଏହି ମୃତ୍ୟୁର ତଦନ୍ତ ଭାର ପ୍ରଥମ ପାରଳାଖେମୁଣ୍ଡି ପୋଲିଓ ଓ ପରେ କ୍ରାଇମବ୍ରାଞ୍ଚ ନେଇଥିଲା ।

ବର୍ତ୍ତମାନ ସୁଦ୍ଧା ଉକ୍ତ ଘଟଣାର ତଦନ୍ତ ଜାରି ରହିଛି । ତେବେ ମହିଳା ଜଣଙ୍କ ଡ୍ୟୁଟିରେ ଥିବା କର୍ଣ୍ଣ, ନାସା ଓ ଗଳା ବିଶେଷଜ୍ଞ ଡାକ୍ତରଙ୍କୁ ଭେଟି ତାଙ୍କ ଝିଅର ଶବ ବ୍ୟବଚ୍ଛେଦ ରିପୋର୍ଟ ଦେଖାଇ ବିଭିନ୍ନ ପ୍ରଶ୍ନ କରିଥିଲେ । ଏହାପରେ ମହିଳା ଜଣଙ୍କ ହଠାତ୍ ଜୋତା ବାହାର କରି ଡାକ୍ତରଙ୍କୁ ପିଟିଥିଲେ । ଏହାପରେ ସୁରକ୍ଷା କର୍ମୀ ଓ ଅନ୍ୟ ଡାକ୍ତର ପହଞ୍ଚି ଡାକ୍ତରଙ୍କୁ ଉଦ୍ଧାର କରିଥିଲେ । ତେବେ ତାଙ୍କ ଝିଅଙ୍କ ଶବ ବ୍ୟବଚ୍ଛେଦ ଠିକରେ କରାଯାଇନଥିବା ମହିଳା ଜଣଙ୍କ ଅଭିଯୋଗ କରିବା ସହିତ ପୁଣି ଥରେ ବ୍ୟବଚ୍ଛେଦ କରାଯାଉ ବୋଲି ଦାବି କରିଛନ୍ତି ।

Get real time updates directly on you device, subscribe now.