ଋଣ ପରିଶୋଧ କରିପାରିଲେନି, ମାଡ଼ ମାରିବା ପରେ ଲଣ୍ଡା କରିଦେଲେ SHG ଗ୍ରୁପ ମହିଳା
ତ୍ରିପୁରାରେ ଅଭାବନୀୟ ଘଟଣା । ଋଣ ପରିଶୋଧ କରିନପାରିବାରୁ ମହିଳାଙ୍କୁ ଲଣଣ୍ଡା କରିଦେଲେ ।
ନୂଆଦିଲ୍ଲୀ: ତ୍ରିପୁରାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସଛି । ଜଣେ ମହିଳା ଋଣ ନେଇ ସୁଝିନପାରିବା କାରଣରୁ ତାଙ୍କୁ ନିର୍ଯାତନା ଦେଲା ଭଳି କାର୍ଯ୍ୟ କରାଯାଇଛି । ଗ୍ରାମବାସୀ ମିଶି ତାଙ୍କୁ ଲଣ୍ଡା କରିଦେଇଛନ୍ତି ।
ପୀଡିତା ହସ୍ପିଟାଲରେ ଭର୍ତ୍ତି- ତ୍ରିପୁରାର ସେପାହିଜାଲା ଜିଲ୍ଲାର ବିଶାଳଗଡ଼ର ଲାଲସିଂମୁରା ଅଞ୍ଚଳର ଅଟେ । ମହିଳାମାନେ ମିଶି ଲଣ୍ଡା କରିଦେଇଥିବା ବେଳେ ପୋଲିସ ଖବର ପାଇ ପୀଡିତାଙ୍କୁ ଉଦ୍ଧାର କରିଛି ।
ଏସଏତଜି ସଦସ୍ୟଙ୍କ ଆକ୍ରମଣ- ଘଟଣାର ତଦନ୍ତ କରୁଥିବା ବିଶାଲଗଡ଼ ମହିଳା ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ଇନ୍ସପେକ୍ଟର ଶିଉଲି ଦାସ କହିଛନ୍ତି ଯେ, ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ (SHG)ର ସଦସ୍ୟମାନେ ଏହି ଆକ୍ରମଣ କରିଥିବା ଜଣାପଡ଼ିଛି ।
ତେବେ ପୀଡିତା ଜଣକ ତଦନ୍ତ ସମୟରେ ପୋଲିସକୁ କହିଛନ୍ତି ଯେ, ସେ ଘରେ ଥିବା ସମୟରେ ହଠାତ୍ 15ରୁ 20 ଜଣ ମହିଳା ଘର ଭିତରକୁ ପଶିଯାଇଥିଲେ । ଏହାପରେ ତାଙ୍କୁ ଟଙ୍କା ମାଗିବା ସରିତ ଘରୁ ଟାଣି ନେଇ ମାଡ ମଧ୍ୟ ପଡିଥିଲେ । ଏହାପରେ ତାଙ୍କୁ ଲଣ୍ଡା ମଧ୍ୟ କରିଦେଇଥିଲେ ।
ଅଧା ଲଣ୍ଡା କରିଦେଲେ- ପୀଡିତା ଅଭିଯୋଗ କରିଛନ୍ତି ଯେ କିଛି ମହିଳା ତାଙ୍କୁ ଆକ୍ରମଣ କରିଥିଲେ ଏବଂ ତାଙ୍କ ମୁଣ୍ଡର ଅଧା ଭାଗ କାଟି ଦେଇଥିଲେ । ଟଙ୍କା ନେଇ ପରିଶୋଧ ନକରିବା କାରଣରୁ ଏଭଳି କାର୍ଯ୍ୟ କରିଥିବା ଜଣାପଡିଛି । ତେବେ ଘଟଣାର ପୁଙ୍ଖନାପୁଙ୍ଖ ତଦନ୍ତ ଜାରି ରହିଥିବା କାଥା ପୋଲିସ ପକ୍ଷରୁ କୁହାଯାଇଛି ।