ଘରେ ଠାକୁର ପୂଜା ବେଳେ ଅଘଟଣ, ଦୀପ ନିଆଁରେ ଜଳିଗଲେ ମହିଳା

ଜଟଣୀରୁ ସମ୍ନାକୁ ଆସିଛି ଏକ ହୃଦୟବିଦାରକ ଘଟଣା । ଦୀପ ନିଆଁରେ ଜଳି ମହିଳା ଜୀବନ୍ତ ଦଗ୍ଧ ।

ଖୋର୍ଦ୍ଧା: ଜଟଣୀରୁ ସମ୍ନାକୁ ଆସିଛି ଏକ ହୃଦୟବିଦାରକ ଘଟଣା । ଦୀପ ନିଆଁରେ ଜଳି ମହିଳା ଜୀବନ୍ତ ଦଗ୍ଧ । ଏହି ଦୁଃଖଦ ଘଟଣା ଘଟିଛି ଜଟଣୀ ରଥିପୁର ଗାଁରେ ।

ଘରେ ଠାକୁର ପୂଜା କରୁଥିବା ବେଳେ ଦୀପରୁ ନିଆଁ ଲାଗି ଯାଇ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି । ଘଟଣା ପରେ ତୁରନ୍ତ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଦଗ୍ଧ ମହିଳାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର ।

ଘଟଣା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ସେପଟେ ଘଟଣା ସ୍ଥଳରେ ଜଟଣୀ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।