fbpx

ବ୍ୟାକଲେସ ଡ୍ରେସ, ପୁଣି ରାସ୍ତା ମଝିରେ…ରାତି ଅଧରେ ମହିଳାଙ୍କୁ ଘାରିଲା ଅଜବ ନିଶା, କଲେ ଏମିତି କାରନାମା

ନୂଆଦିଲ୍ଲୀ: ଇଣ୍ଟରନେଟରେ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହେବାରେ ଲାଗିଛି । ବିଶେଷ କରି କିଛି ଭିଡିଓରେ ମହିଳାମାନଙ୍କର ଅଜବ କାରନାମା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦିଏ । ଠିକ ସେହିଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅଧ ରାତିରେ ଜଣେ ମହିଳା ରାସ୍ତା ମଝିରେ କିଛି ଏମିତି କାଣ୍ଡ କରିଛନ୍ତି ଯାହା ଦେଖିଲେ ଆପଣଙ୍କ ଆଖି ଖୋଲା ରହିଯିବ । ଭିଡିଓଟି ସୋସିଆଲ ମିଡିଆରେ ଏବେ ଚହଳ ପକାଇ ଦେଇଛି ।

ଏହି ଭିଡିଓରେ ଜଣେ ମହିଳାଙ୍କୁ ଦେକିବାକୁ ମିଳିଛଇ । ଯିଏକି ରାତିରେ ବ୍ୟାକଲେସ ଡ୍ରେସ ପିନ୍ଧି ଏକ ଶୂନଶାନ ସଡକରେ ବୁଲୁଛନ୍ତି । କିନ୍ତୁ ଏତେ ରାତିରେ ରାସ୍ତାରେ ମହିଳା କ’ଣ କରୁଛନ୍ତି ? ଏ ପ୍ରଶ୍ନ ଆପଣଙ୍କ ମନକୁ ଆସୁଥିବା ନିଶ୍ଚୟ । ଏ ବିଷୟରେ ଚିନ୍ତା କରିବା ପୂର୍ବରୁ ମହିଳା କିଛି ଏମିତି କରି ଦେଇଛନ୍ତି, ଯାହା ଦେଖିଲେ କେହି ନିଜ ଆଖିକୁ ବି ବିଶ୍ୱାସ କରି ପାରିବେନି । ହଠାତ ପାକରେ ଥିବା ଏକ ଇଲେକ୍ଟ୍ରିକ ପୋଳ୍ ଉପରେ ଚଢିଯାଇଛନ୍ତି ଏହି ମହିଳା । କେବଳ ସେତିକି ନୁହେଁ, ଖମ୍ବ ଉପରେ ଚଢି ଏରୋବିକ୍ସ କରି ଷ୍ଟଣ୍ଟ ଦେଖାଉଛନ୍ତି ଏହି ଅଦ୍ଭୁତ ମହିଳା ।

ମହିଳାଙ୍କ ଏମିତି କାରନାମା ସମସ୍ତଙ୍କୁ ଭାବିବା ପାଇଁ ବାଧ୍ୟ କରି ଦେଇଛି । ରାତି ଅଦରେ ଜଣେ ମହିଳାଙ୍କର ଏପରି କାଣ୍ଡ ହୁଏତ ଆଗରୁ କେହି ଦେଖି ନଥିବେ । ତେବେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡିଂ ପାଲଟି ଯାଇଛି । ଟ୍ୱିଟରରେ ଅପଲୋଡ ହେବା ମାତ୍ରେ ନିଆଁ ଭଳି ବ୍ୟାପି ଚାଲିଛି ଏହି ଭିଡିଓ । ଅନେକ ସୋସିଆଲ ମିଡିଆ ୟୁଜର ଏହି ଭିଡିଓକୁ ପସନ୍ଦ କରିଥିବା ବେଳେ ଏଥିରେ ବିଭିନ୍ନ ପ୍ରକାରର କମେଣ୍ଟ ମଧ୍ୟ କରିଛନ୍ତି ।

Get real time updates directly on you device, subscribe now.