ସ୍ୱାମୀର ଦାଢି ପସନ୍ଦ ନଥିବାରୁ ବିରିୟାନିରେ ନିଶା ଦେଇ ମାରିଦେଲା ସ୍ତ୍ରୀ

ଓଡିଶା ଭାସ୍କର: ସ୍ୱାମୀର ଦାଢି ଦେଖି ରାଗୁଥିଲା ସ୍ତ୍ରୀ । ଦାଢି ପ୍ରତି ଏତେ ଘୃଣା ହେଲା ଯେ ଶେଷରେ ନିଜ ସ୍ୱାମୀକୁ ଅତି ନିର୍ମମ ଭାବେ ହତ୍ୟା କଲା ସ୍ତ୍ରୀ । ଏମିତି ଏକ ହୃଦୟବିଦାରକ ଖବର ଆସିଛି ଉତ୍ତର ପ୍ରଦେଶର ଶାହଜହାଂପୁରରୁ । କଥା ଏମିତି ସ୍ୱାମୀର ଦାଢି ଲାଗି ସବୁବେଳେ ସ୍ୱାମୀ ସହ ସବୁବେଳେ ଝଗଡା କରୁଥିଲା ସ୍ତ୍ରୀ । ଶେଷରେ ସ୍ୱାମୀର ସାଙ୍ଗ ଉପରେ ଆଖି ପକାଇଲା ସ୍ତ୍ରୀ । ଉଭୟଙ୍କ ମଧ୍ୟରେ ଗଢି ଉଠିଥିଲା ଅବୈଧ ପ୍ରେମ ସମ୍ପର୍କ । ପ୍ରେମରେ ଏମିତି ମତୁଆଲା ହେଲେ ଯେ ଉଭୟ ମିଶି ମାରିଦେଲେ । ଅଭିଯୁକ୍ତ ରମଣଦୀପ କୋର ଏବଂ ତାର ପ୍ରେମିକ ଗୁରୁପ୍ରିତ୍ ସିଂ ମିଶି କରିଥିଲେ ଏଭଳି ଜଙ୍ଘନ୍ୟ ହତ୍ୟାକାଣ୍ଡ ।

ବିରିୟାନିରେ ନିଶା ଦେଇ କରିଥିଲେ ହତ୍ୟା । ଖବର ପାଇ ପୋଲିସ ଘୟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା । ଏବେ ସତ ସାମ୍ନାକୁ ଆସିଛି । ଏ ଘଟଣା ୨୦୧୬ ମସିହାର । ହେଲେ ଏବେ ଦୋଷୀଙ୍କୁ ମିଳିଲା ଦଣ୍ଡ । ଜିଲ୍ଲା କୋର୍ଟ ଦେଲେ ଦଣ୍ଡାଦେଶ । ଅଭିଯୁକ୍ତ ସ୍ତ୍ରୀକୁ ମୃତ୍ୟୁଦଣ୍ଡ ସହ ୫ଲକ୍ଷ ଟଙ୍କାର ଜରିମାନା ମିଳିଥିବା ବେଳେ ଅଭିଯୁକ୍ତ ବନ୍ଧୁକୁ ମିଳିଛି ଆଜିବନ କାରାଦଣ୍ଡ ଓ ୩ଲକ୍ଷ ଟଙ୍କା ଜରିମାନା । ଜଣନ୍ତୁ ସବୁଠୁ ରୋଚକ କଥା । ଦଣ୍ଡ ବିଧାନ ପାଇଁ କାହିଁକି ହୋଇଥିଲା ଏତେ ଡେରି । ନିଜ ଜୀବନ ବଞ୍ଚାଇବାକୁ ୨୨ ଜଣ ଓକିଲଙ୍କୁ ବଦଳାଇ କେସ୍ ଲଢିଥିଲା । ହେଲେ ସବୁକିଛି ବିଗିଡିଯାଇଥିଲା, କେସ୍ ପୁରା ଓଲଟିଥିଲା କେବଳ ତାଙ୍କ ଛୋଟ ପୁଅର ବୟାନରେ । ଶେଷରେ ଦୋଷୀ ଦଣ୍ଡ ପାଇଲେ । ମୃତ ସୁଖଜିତ୍ ର ମାଆଙ୍କୁ ନ୍ୟାୟ ମିଳିଲା ।