fbpx

(Viral Video)ମାତ୍ର ୪ ବର୍ଷର ବାଳକ ଚଲାଉଛି Royal Enfield Classic 350 Bike, ଦେଖନ୍ତୁ ଭିଡିଓ

ଓଡିଶା ଭାସ୍କର; ଦକ୍ଷିଣ ଭାରତ, କେରଳ ରାଜ୍ୟରେ ଏକ ଭିଡିଓ ଇଣ୍ଟରନେଟକୁ ଖୁବ ଆକର୍ଷିତ କରୁଥିବା ଦେଖିବାକୁ ମିଳୁଛି । ମାତ୍ର ଜଣେ ଚାରି ବର୍ଷର ବାଳକ ଅସାଧାରଣ ମୋଟରସାଇକେଲ ଚଲାଇବା ଦକ୍ଷତା ହେତୁ ସେ ଖୁବ ପ୍ରଶଂସା ସାଉଁଣ୍ଟିବାରେ ଲାଗିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକରେ, ବିଶେଷକରି ଇନଷ୍ଟାଗ୍ରାମରେ ତାଙ୍କର ଏହି ଉଲ୍ଲେଖନୀୟ ପ୍ରତିଭା ପ୍ରଦର୍ଶନ କରୁଥିବା ଭିଡିଓଗୁଡିକ ସେୟାର କରାଯାଇଛି । ଏହି ସମସ୍ତ ଭିଡିଓ ‘@tranz__moto_hub’ ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି ।

 

View this post on Instagram

 

A post shared by Saif muhmmed (@tranz__moto_hub)

 

View this post on Instagram

 

A post shared by Saif muhmmed (@tranz__moto_hub)

ତେବେ ଗାଡି ଚଲାଉଥିବା ଉକ୍ତ ୪ବର୍ଷର ବାଳକଙ୍କ ନାମ ଅଜ୍ଞାତ ରହିଥିବା ବେଳେ ତାଙ୍କର ଦକ୍ଷତାକୁ ସମସ୍ତେ ଖୁବ ପସନ୍ଦ କରୁଛନ୍ତି । ଏହି ଭିଡିଓରେ ତାଙ୍କ ବାପା ତାଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳୁଛି । ବିସ୍ମୟ ବାଳକ ଜଣଙ୍କ ଅନେକ ସମୟରେ ଭିନ୍ନ ଭିନ୍ନ ବାଇକ ଚଳାଇ ଦକ୍ଷତା ପ୍ରଦର୍ଶନ କରୁଛନ୍ତି । ତାଙ୍କ ସହ ଆହୁରି ସାନ ସାନ ବାଳକ ମଧ୍ୟ ଏଭଳି ପ୍ରତିଭା ପ୍ରଦର୍ଶନ କରୁଥିବା ଉକ୍ତ ଆକାଉଣ୍ଟର ଅନ୍ୟ ଭିଡିଓରେ ନଜରକୁ ଆସିଛନ୍ତି । ଉକ୍ତ ‘@tranz__moto_hub’ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ସମସ୍ତ ଭିଡିଓ ଲଗାତାର ସେୟାର କରାଯାଉଛି । ଆଇକନିକ୍ ରୟାଲ୍ ଏନ୍ଫିଲ୍ଡ କ୍ଲାସିକ୍ ୩୫୦ ଏବଂ ୟାମାହା RX100 ସମେତ ବିଭିନ୍ନ ମୋଟରସାଇକେଲ୍ ଓ କାର୍ ପରିଚାଳନା କରି ସେମାନେ ନିଜର ପ୍ରତିଭା ପ୍ରଦର୍ଶନ କରୁଛନ୍ତି । ତାଙ୍କର ଏହି ଚମତ୍କାର ପ୍ରତିଭାକୁ ନେଇ ସୋସିଆଲ ମିଡ଼ିଆରେ ଅନେକ ଚର୍ଚ୍ଚା ଦେଖିବାକୁ ମିଳୁଛି । ମାତ୍ର ଅଳ୍ପ ବୟସରେ ନିଜର ଆତ୍ମବିଶ୍ୱାସ ରଖି ସେମାନେ ଅନେକ ରେସିଙ୍ଗ ବାଇକ ଚଳାଇବାରେ ସକ୍ଷମ ହୋଇପାରିଛନ୍ତି ।

 

 

Get real time updates directly on you device, subscribe now.