fbpx
BSKY
BJD MC SKY
BJD MS SKY

ମଧ୍ୟାହ୍ନ ଭୋଜନ ପରଷିବା ବେଳେ ଚାଲିଗଲା ଜୀବନ, ହୃଦଘାତରେ ମହିଳାଙ୍କ ମୃତ୍ୟୁ

ଗୁଜୁରାଟ : ଏଠାରେ ଏକ ବିଦ୍ୟାଦଳୟରେ ଏପରି ଘଟଣା ଘଟିଥିଲା ଯାହା ଶୁଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଏହି ଘଟଣା ଘଟିଛି ଗୁଜୁରାଟର ଅହମ୍ମଦାବାଦରେ । ପ୍ରକୃତରେ ଜଣେ ମହିଳା ହାତିଜାନ ନିକଟ ବିବେକାନନ୍ଦ ନଗରରେ ଏକ ସରକାରୀ ସ୍କୁଲରେ ଜଣେ ମହିଳା ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟାହ୍ନ ଭୋଜନ ଦେଉଥିଲେ, ସେହି ସୟରେ ତାଙ୍କୁ ହାଟଆର୍ଟାକ ଆସିଥିଲା ଏବଂ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ୬ ଅକ୍ଟୋବରରେ ଘଟିଥିଲା । ଅହମ୍ମଦାବାଦର ମୁନିସିପାଲଟି କର୍ପୋରେସନ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ତେବେ ମୃତ୍ୟୁ ବରଣ କରିଥିବା ମହିଳାଙ୍କ ନାମ ହେଉଛି ସୁମିତ୍ରା ।

ତେବେ ରିପୋର୍ଟ ଅନୁସାରେ ଗୁଜୁରାଟରୁ ଗତ କିଛି ଦିନ ହେବ ବିଭିନ୍ନ ଘଟଣା ଦେଖିବାକୁ ମିଳୁଛି । ଯେଉଁଠାରେ ବ୍ୟକ୍ତି ହସପିଟାଲରେ ପହଞ୍ଚିବା ପୂର୍ବରୁ ହଠାତ୍ ଖସିପଡି ମୃତ୍ୟୁ ବରଣ କରିଥିଲେ। ନିକଟରେ, ଅକ୍ଟୋବର 4 ରେ, ସୁରଟରେ ଏକ ଗାରବା ଅଭ୍ୟାସ ଅଧିବେଶନରେ ଅଂଶଗ୍ରହଣ କରୁଥିବା ସମୟରେ ଜଣେ ବ୍ୟକ୍ତି ତଳେ ପଡ଼ିଯାଇ ମୃତ୍ୟୁ ବରଣ କରିଥିଲେ। ଏହାପୂର୍ବରୁ ମଧ୍ୟ ରାଜ୍ୟରେ ଏଭଳି ଅନେକ ଘଟଣା ସାମ୍ନାକୁ ଆସିଛି।

Get real time updates directly on you device, subscribe now.